Advertisment

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା

Atibadi Jagannath Das Award

Advertisment

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନେଇ ଉତ୍ସବ ଭୁବନେଶ୍ୱରସ୍ଥ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ୨୮ ଜୁଲାଇ ୨୦୨୧, ପୂର୍ବାହ୍ଣ ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ଏତଦବ୍ୟତୀତ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏନେଇ ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଜୀବନକୃଷ୍ଣ ମହାପାତ୍ର, ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, କୃପାସିନ୍ଧୁ ନାୟକ, ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟ୍ଟନାୟକ, ଗିରିଜା ଶଙ୍କର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟ୍ଟନାୟକ, ରୁଦ୍ରନାରାୟଣ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ୫ ଲକ୍ଷ ଟଙ୍କା ମାନରାଶି ଏବଂ ୧୫ ଜଣ ସାରସ୍ୱତ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନରାଶି ସହିତ ତାମ୍ରଫଳକ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମ୍ମାନିତ କରିଥିଲେ। ବୟସାଧିକ କାରଣରୁ ନିର୍ମଳପ୍ରଭା ନାୟକ ଉତ୍ସବରେ ଉପସ୍ଥିତ ହୋଇପାରି ନ ଥିବାରୁ ତାଙ୍କୁ ପରେ ସମ୍ବର୍ଦ୍ଧିତ କରାଯିବ। ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ସମ୍ମାନନୀୟ ଅତିଥି ଭାବେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦାନ କରିଥିଲେ।

Advertisment

ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ପୌରୋହିତ୍ୟ କରିଥିବାବେଳେ ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏକାଡେମୀର ସଚୀବ ପ୍ରବୋଧ କୁମାର ରାଉତ ପ୍ରାରମ୍ଭରେ ସମ୍ପାଦକୀୟ ବକ୍ତବ୍ୟ ଉପସ୍ଥାପନ କରିବା ସହ ଅତିବଡ଼ୀ ସମ୍ମାନ ଓ ସମ୍ବର୍ଦ୍ଧିତ ପ୍ରତିଭାଧର ତଥା ମଞ୍ଚାସୀନ ବରେଣ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଲେଖିକା ସ୍ନେହଲତା ପୃଷ୍ଟି ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

Advertisment
Atibadi Jagannath Das Award Ramachandra Behera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ