Advertisment

ଘୋଷଣା ହେଲା "ପ୍ରତିମା ପୁରସ୍କାର ୨୦୨୩"; ଜାଣନ୍ତୁ କିଏ ପାଇବେ

‘ପ୍ରତିମା ଫାଉଣ୍ଡେସନ୍’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ପ୍ରବନ୍ଧ, ଶିକ୍ଷା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ତିନିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଅଦ୍ୟତନ ହୋଇଛି
Pratima Awards 2023

Announced

Advertisment

ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ‘ପ୍ରତିମା ଫାଉଣ୍ଡେସନ୍‌’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ବିଶିଷ୍ଟ ସାହିତ୍ୟକ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କୁ ପ୍ରବନ୍ଧ କ୍ଷେତ୍ରକୁ ଅବଦାନ ପାଇଁ "ପ୍ରତିମା ସାହିତ୍ୟ ସମ୍ମାନ ୨୦୨୩", ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ତ୍ରିନାଥ ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ "ପ୍ରତିମା ଶିକ୍ଷା ସମ୍ମାନ ୨୦୨୩" ଓ ଢୋକରା ଶିଳ୍ପୀ ଶ୍ରୀମତି ବାସନ୍ତି ବେହେରାଙ୍କୁ ପାରମ୍ପରିକ କଳାକ୍ଷେତ୍ରକୁ ଅବଦାନ ପାଇଁ "ପ୍ରତିମା ଶିଳ୍ପୀ ସମ୍ମାନ ୨୦୨୩"ରେ ସମ୍ମାନୀତ କରାଯିବ।

Advertisment

ଚଳିତ ମାସ ୪ ତାରିଖ, ଗୁରୁବାର ଦିନ ପୂର୍ବାହ୍ନ ୧୦.୩୦ ସମୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଭବ୍ୟ ପ୍ରତିମା ପୁରସ୍କାର ସମାରୋହରେ ଏହି ସବୁ ପୁରସ୍କାର ପ୍ରଦାନ କରାଯିବ।

ଉତ୍ସବରେ ଅତିଥି ଭାବରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱରର ମାନ୍ୟବର ମେୟର ସୁଲୋଚନା ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ବିକଳ୍ପ ଶିକ୍ଷା କ୍ଷେତ୍ରକୁ ପ୍ରତିମା ଦେବୀଙ୍କ ଅବଦାନକୁ ନେଇ ଦିଲ୍ଲୀ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଲାଭ କରିଥିବା ବିଶିଷ୍ଟ ଗବେଷିକା ଓ ଶିକ୍ଷାବିତ୍ ଡକ୍ଟର ଶେଫାଳି ନନ୍ଦନ ପ୍ରତିମା ମେମୋରିଆଲ୍ ଲେକଚର୍ ପ୍ରଦାନ କରିବା ସହ ଏହି ଅବସରରେ ପ୍ରତିମା ଦେବୀଙ୍କ ପ୍ରବନ୍ଧ ପୁସ୍ତକ "ସହଜ ମଣିଷ" ଉନ୍ମୋଚିତ ହେବ ବୋଲି ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ସୂଚନା ଦେଇଛନ୍ତି।

Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ