Advertisment

ଟାଇମ୍‍ପାସ୍‍ ଲେଖକାୟନ; ‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର।

Timepass Lekhakayan

Timepass Lekhakayan

Advertisment

ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ‘ସଂଗତ’ ଶୀର୍ଷକରେ ଆୟୋଜିତ ଏକ ଅଭିନବ ଲେଖକାୟନ ପର୍ବରେ ସାହିତ୍ୟ ଏକାଡେମୀ ଯୁବପୁରସ୍କାରପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ସଦ୍ୟ ପ୍ରକାଶିତ ‘ଲାଞ୍ଜ’ ଗଳ୍ପସଂକଳନକୁ ନେଇ ଏକ ଚର୍ଚ୍ଚା ଆସର ଅନୁଷ୍ଠିତ ହୋଇଯାଇଛି। 

Advertisment

ସ୍ଥାନୀୟ ଶୀତଲ ହୋଟେଲରେ ଆୟୋଜିତ ଏହି ଉତ୍ସବକୁ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଉଦ୍‍ଘାଟନ କରି କହିଥିଲେ ଯେ ବୟସରେ ଯଥେଷ୍ଟ ସାନ ହେଲେ ମଧ୍ୟ ଆମ ପରି ବରିଷ୍ଠଙ୍କୁ ଅତିକ୍ରମ କରିବାର ସୃଜନସାମର୍ଥ୍ୟ ଦେବବ୍ରତଙ୍କର ଅଛି। ଅସାଧାରଣ ଚରିତ୍ରମାନଙ୍କୁ ସେ ଖୁବ୍‍ ନିଖୁଣ ଭାବେ ଗଳ୍ପାୟନ କରିଛନ୍ତି।

ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର।

Advertisment

ଲେଖକ ତଥା ପ୍ରକାଶକ ସରୋଜ ବଳ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ କବିତା ପରିବେଷଣ କରିଥିଲେ ବେଦପ୍ରକାଶ ନାୟକ। ଲେଖକଙ୍କ ସହିତ ଏକ ସାକ୍ଷାତକାର ନେଇଥିଲେ ଅହଲ୍ୟା ପଟ୍ଟନାୟକ। ସଂଳାପରେ ଗୌରୀ ସାହୁ ଓ ଦେବବ୍ରତ ଦାସଙ୍କ ଯୁଗଳବନ୍ଦୀ ପରିବେଶକୁ ବେଶ୍‍ ନାଟକୀୟ କରି ତୋଳିଥିଲା।

ଏହି ଅବସରରେ ଅର୍ପିତା ପତି, ସ୍ମୃତି ପ୍ରତୀକ ଓ ସରୋଜ ବଳ କେତୋଟି ମନଛୁଆଁ ସଂଗୀତ ପରିବେଷଣ କରିଥିଲେ। ଆସରରେ ସୂର୍ଯ୍ୟ ମିଶ୍ର, ବିଜୟ ମଲ୍ଲ, ଅରବିନ୍ଦ ରାୟ, ରତ୍ନମାଳା ସ୍ୱାଇଁ, ଚିରଶ୍ରୀ ଇନ୍ଦ୍ରସିଂ, ମୌସୁମୀ ଦାସ, ଆଶିଷ ଗଡ଼ନାୟକ, ମୋହିତ ଚକ୍ରବର୍ତ୍ତୀ, ମନୁଆ ଦାସ, ଡା. ଅମିୟ ରଞ୍ଜନ ମହାପାତ୍ର, ତପନ ମହାପାତ୍ର, ସ୍ୱାଗତିକା ସ୍ୱାଇଁ ପ୍ରମୁଖ ବହୁ ଲେଖକ ଯୋଗଦେଇ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Advertisment

ଅରୁଣ କୁମାର ଦାସ, ଅବିନାଶ ସାହୁ, ଆଶିଷ କୁମାର ମିଶ୍ର, ସତ୍ୟଜିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Poet Writer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ