Advertisment

Yogasana: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି

ଏମିତି କିଛି ଯୋଗାସନ ଅଛି ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ସମୟରେ ଏହିସବୁ ଆସନ କଲେ ଶରୀର ଶୀତଳ ଅନୁଭବ କରେ। ତେବେ ଆସନ୍ତୁ ଏହିସବୁ ଯୋଗ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Yoga poses to control body temperature in summer

Yoga poses to control body temperature in summer

Advertisment

ଧିରେ ଧିରେ ଗରମ ବଢିବାରେ ଲାଗିଛି। ଏବେଠାରୁ ପାରଦ ୪୦ ଉପରକୁ ଚାଲିଯାଉଥିବା ବେଳେ ଏପ୍ରିଲ୍, ମେ ଆଡକୁ କ’ଣ ହେବ ଭାବିଲେ ଚିନ୍ତା ବଢିଯାଉଛି। ସାଧାରଣତଃ ଗରମକୁ ଏଡାଇବା ପାଇଁ, ଆମେ ଘରକୁ ଥଣ୍ଡା ରଖିବା ପାଇଁ କୁଲର୍ ଏବଂ ଏସି ଚଳାଇବା ଭଳି ଉପକରଣ ଉପରେ ନିର୍ଭର କରୁ।

Advertisment

ଏହା ବ୍ୟତୀତ ଆମେ ବଜାରରେ ମିଳୁଥିବା ଅନେକ ଥଣ୍ଡା ପାନୀୟ ବ୍ୟବହାର କରୁ। ଆମ ଖାଦ୍ୟରେ ମଧ୍ୟ ଏପରି ଜିନିଷ ସାମିଲ୍ କରିଥାଉ ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ।

ତେବେ ଏସି, କୁଲର, ଥଣ୍ଡା ପାଣି ଆଦି ବ୍ୟବହାର କରିବା ଦ୍ୱାରା ସାଙ୍ଗେ ସାଙ୍ଗେ ଆରାମ ମିଳେ ସତ, ହେଲେ ଏହା ପରବର୍ତ୍ତୀ ସମୟରେ ଅସୁସ୍ଥତାର କାରଣ ହୁଏ। ଏହା ବ୍ୟତୀତ ଏସବୁ ପାଇଁ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡେ। କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି ଯୋଗାସନ ଅଛି ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଏହିସବୁ ଯୋଗ ବିଷୟରେ ଜାଣିନେବା।

Advertisment

ଅଧିକ ପଢ଼ନ୍ତୁ: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ଶବାସନ:

ଗ୍ରୀଷ୍ମ ସମୟରେ ମାନସିକ ଶାନ୍ତି ଏବଂ ଚାପମୁକ୍ତ ଦିନ ଚାହୁଁଥିଲେ ଜୀବନଶୈଳୀରେ ଶବାସନକୁ ସାମିଲ୍ କରନ୍ତୁ। ନିୟମିତ ଯୋଗ ଅଭ୍ୟାସରେ, ଶବାସନ ପାଇଁ ଆପଣଙ୍କୁ ଶେଷ କିଛି ମିନିଟ୍ ବାହାର କରିବାକୁ ପଡିବ। ଏହା କରିବା ପାଇଁ, ଶରୀରକୁ ସମ୍ପୂର୍ଣ୍ଣ ଢିଲା କରି ସିଧା ଶୋଇଯାଆନ୍ତୁ। ଦୁଇ ଗୋଡ ଛାଡି ରଖିବା ସହିତ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ଛାଡିକି ରଖନ୍ତୁ। ଶ୍ୱାସକ୍ରିୟା ଧିରେ ଧିରେ କରନ୍ତୁ। ନିଜକୁ ଜାଗ୍ରତ ରଖନ୍ତୁ।

Advertisment

ପ୍ରଜାପତି ଆସନ:

ଗ୍ରୀଷ୍ମ ଋତୁରେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଜାପତି ଆସନ କରିବା ଲାଭଦାୟକ ହୋଇପାରେ। ଏହା ଆପଣଙ୍କ ଶାରୀରିକ ଥକ୍କାପଣକୁ ଦୂର କରିଥାଏ ଏବଂ ଆପଣଙ୍କୁ ମାନସିକ ଶାନ୍ତି ଦେଇଥାଏ। ଏହା କରିବା ପାଇଁ, ଦୁଇ ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗି ପାଦକୁ ଯୋଡନ୍ତୁ ଏବଂ ମଳଦ୍ୱାର ଆଡକୁ ଟାଣନ୍ତୁ। ବର୍ତ୍ତମାନ ପାଦକୁ ହାତରେ ଧରି ଦୁଇ ଆଣ୍ଠୁକୁ ପ୍ରଜାପତି ଡେଣା ପରି ଉପର-ତଳ କରନ୍ତୁ।

ସିଂହାସନ:

ଯଦି ଆପଣ ଗ୍ରୀଷ୍ମ ସମୟରେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସିଂହାସନ ଅଭ୍ୟାସ କରିପାରିବେ। ଏହା ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ ଏବଂ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରେ। ଏହା କରିବା ପାଇଁ, ପ୍ରଥମେ ବଜ୍ରାସନରେ ବସନ୍ତୁ ଏବଂ ଦୁଇ ହାତକୁ ଆଣ୍ଠୁ ଉପରେ ରଖନ୍ତୁ ଏବଂ ପାଟି ବନ୍ଦ କରି ହମ୍ ଧ୍ୱନି କରନ୍ତୁ।

ତାଡାସନ:

ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳ ରଖିବା ପାଇଁ ତାଡାସନ ଅଭ୍ୟାସ କରିପାରିବେ। ଏହା ପାଦକୁ ଆରାମ ଦେବା ସହ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ। ଏହା କରିବା ପାଇଁ ସିଧା ଠିଆ ହୁଅନ୍ତୁ। ଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ। ଧିରେ ଧିରେ ଗୋଇଠି ଟେକି ପାଦ ଆଙ୍ଗୁଠିରେ ଠିଆ ହୁଅନ୍ତୁ।

ବୀରଭଦ୍ରାସନ:

ଗ୍ରୀଷ୍ମ ଦିନ ପାଇଁ ବୀରଭଦ୍ରାସନ ହେଉଛି ସର୍ବୋତ୍ତମ ଆସନ। ଯେକୌଣସି ବୟସର ବ୍ୟକ୍ତି ଏହା କରିପାରିବେ। ଯଦି ଆପଣ ଗ୍ରୀଷ୍ମ ସମୟରେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏହି ଆସନ ବହୁତ ପ୍ରଭାବଶାଳୀ ହେବ। ଗ୍ରୀଷ୍ମ ଋତୁରେ ଶରୀରର ସନ୍ତୁଳନକୁ ବଢାଇବା ପାଇଁ ଏହା ଏକ ଉତ୍କୃଷ୍ଟ ପ୍ରତିକାର ଭାବରେ ବିବେଚନା କରାଯାଏ।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

Yogasana Summer Yoga Asanas Yoga Summer Heat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ