Advertisment

Yogasana: କମିଯାଉଛି କି ମୁହଁର ଚମକ; କରନ୍ତୁ ଏହି ଯୋଗ, ଚମକିବ ଚର୍ମ

ସେ ପୁଅ ହୁଅନ୍ତୁ କି ଝିଅ ଏକ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ ଅନେକ ପ୍ରକାରର ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ପାର୍ଲରରେ ଫେସିଆଲ୍ ଏବଂ ମସାଜ୍‌ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଏମିତି କିଛି ଯୋଗ ଅଛି ଯାହା ମୁଖର ସୌନ୍ଦର୍ଯ୍ୟ ଏବଂ ଚମକ ପାଇଁ ପ୍ରଭାବଶାଳୀ ହେବା ସହ ସ୍ଥାୟୀ ମଧ୍ୟ ହୋଇଥାଏ।

ଅଦ୍ୟତନ ହୋଇଛି
Yoga For Glowing Skin

Yoga For Glowing Skin

Advertisment

ଆଜିର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସରେ ଅସାବଧାନତା ହେତୁ ୨୦/୨୫ ବର୍ଷ ବୟସ ପରେ ଚେହେରାର ଚମକ କମିବା ଆରମ୍ଭ କରୁଛି। ଏପରି ପରିସ୍ଥିତିରେ ସେ ପୁଅ ହୁଅନ୍ତୁ କି ଝିଅ ଏକ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ ଅନେକ ପ୍ରକାରର ଦାମୀ ପ୍ରସାଧନ ପଦାର୍ଥ ବ୍ୟବହାର କରନ୍ତି। ପାର୍ଲରରେ ଫେସିଆଲ୍ ଏବଂ ମସାଜ୍‌ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି।

Advertisment

ଏହି ଉପାୟରେ ଚେହେରାରେ ଚମକ ଆସିଥାଏ ସତ, କିନ୍ତୁ ଏହା ଅସ୍ଥାୟୀ ହେବା ସହ ବହୁ ମହଙ୍ଗା ମଧ୍ୟ ହୋଇଥାଏ। ଏହାର ଅର୍ଥ ଚେହେରାରେ ଚମକ ପାଇଁ ଖର୍ଚ୍ଚାନ୍ତ ହୋଇ ମଧ୍ୟ ତାହାକୁ ସବୁଦିନ ରଖି ହୁଏ ନାହିଁ। କିନ୍ତୁ ଏମିତି କିଛି ଯୋଗ ଅଛି ଯାହା ମୁଖର ସୌନ୍ଦର୍ଯ୍ୟ ଏବଂ ଚମକ ପାଇଁ  ପ୍ରଭାବଶାଳୀ ହେବା ସହ ସ୍ଥାୟୀ ମଧ୍ୟ ହୋଇଥାଏ।

ଅବଶ୍ୟ, ଏହା ସହିତ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ ଏବଂ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ। ତେବେ ଶରୀରରେ ଗ୍ଲୋଇଙ୍ଗ୍ ସ୍କିନ୍ ପାଇବା ପାଇଁ କେଉଁ ଯୋଗ କରିଲେ ଫଳ ମିଳିବ ଆସନ୍ତୁ ଜାଣିବା।

Advertisment

ସର୍ବାଙ୍ଗାସନ:

ସର୍ବାଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଏବଂ ଚେହେରାରେ ଚମକ ଆସିଥାଏ। ଏହି ଆସନ କରିବା ପାଇଁ, ପିଠି ଉପରେ ଶୋଇ ଏବଂ ଗୋଡକୁ ସିଧା ଉପରକୁ ଉଠାନ୍ତୁ। ଶରୀରକୁ କାନ୍ଧରେ ସନ୍ତୁଳିତ କରନ୍ତୁ ଏବଂ ହାତରେ ଅଣ୍ଟାକୁ ସମର୍ଥନ କରନ୍ତୁ। କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ ଏବଂ ପରେ ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରନ୍ତୁ।

ହଳାସନ:

ଶରୀରରୁ ଚାପ ଦୂର କରିବାରେ ହଳାସନର ଅଭ୍ୟାସ ଲାଭଦାୟକ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଚର୍ମରେ ପ୍ରାକୃତିକ ଚମକ ଆସିଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ ଯାହା ସୁସ୍ଥ ଚର୍ମ ପାଇଁ ଗୁରୁତ୍ୱପୂର୍ଣ୍ଣ। ହଳାସନ ଅଭ୍ୟାସ କରିବାକୁ, ପିଠି ଉପରେ ଶୋଇ ଗୋଡକୁ ସିଧା ରଖନ୍ତୁ। ଧୀରେ ଧୀରେ ପାଦକୁ ଉଠାଇ ମୁଣ୍ଡ ପଛପଟକୁ ନିଅନ୍ତୁ ଏବଂ ଭୂମିରେ ରଖିବାକୁ ଚେଷ୍ଟା କରନ୍ତୁ। ଏହି ଅବସ୍ଥାରେ ୩୦-୪୦ ସେକେଣ୍ଡ୍ ରହି ସାଧାରଣ ସ୍ଥିତିକୁ ଫେରନ୍ତୁ।

Advertisment

ଭୁଜଙ୍ଗାସନ:

ଅଧିକାଂଶ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ଏବଂ ଶରୀରର ଉନ୍ନତି ପାଇଁ ପ୍ରାୟ ସମସ୍ତେ ଭୁଜଙ୍ଗାସନ ଅଭ୍ୟାସ କରିବା ଉଚିତ। ଭୁଜଙ୍ଗାସନ ଅଭ୍ୟାସ ଶରୀରରେ ରକ୍ତ ପ୍ରବାହକୁ ବଢାଇଥାଏ ଏବଂ ଚର୍ମକୁ ଅମ୍ଳଜାନ ଯୋଗାଇଥାଏ। ଚର୍ମ କୋଷଗୁଡ଼ିକର ମରାମତି ଏବଂ ଏହାକୁ ପ୍ରାକୃତିକ ଚମକ ଦେବାରେ ଭୁଜଙ୍ଗାସନ ସାହାଯ୍ୟ କରେ।

ଏହି ଆସନ ଅଭ୍ୟାସ କରିବାକୁ, ପେଟ ଉପରେ ଶୋଇଯାଆନ୍ତୁ ଏବଂ କାନ୍ଧ ତଳେ ହାତ ରଖନ୍ତୁ। ଧୀରେ ଧୀରେ ମୁଣ୍ଡ ଏବଂ ଛାତିକୁ ଉପକୁ ଉଠାନ୍ତୁ ଏବଂ ଉପରକୁ ଚାହାନ୍ତୁ। ୨୦-୩୦ ସେକେଣ୍ଡ ପାଇଁ ଏହି ଅବସ୍ଥାରେ ସ୍ଥିର ରୁହନ୍ତୁ ଏବଂ ତା’ପରେ ସାଧାରଣ ସ୍ଥିତିକୁ ଫେରନ୍ତୁ।

ଉଜ୍ଜାୟୀ ପ୍ରାଣାୟାମ:

ଉଜ୍ଜାୟୀ ପ୍ରାଣାୟାମ ଅଭ୍ୟାସ ଚେହେରାରେ ଥିବା କୁଞ୍ଚକୁ ହ୍ରାସ କରିଥାଏ ଏବଂ ଚେହେରାର ଚର୍ବି କମାଇବା ସହିତ ଚର୍ମକୁ ଟୋନ୍ କରିଥାଏ। ଉଜ୍ଜାୟୀ ପ୍ରାଣାୟାମ ଚେହେରାରେ ଚାପ ଏବଂ ଚିନ୍ତା ଦୂର କରି ଚର୍ମକୁ ସତେଜତା ପ୍ରଦାନ କରେ। ଏହି ପ୍ରାଣାୟାମ ଅଭ୍ୟାସ କରିବାକୁ, ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଗଳାକୁ ଚିପି ଚିପି ଧୀରେ ଧୀରେ ଶ୍ୱାସ ଛାଡନ୍ତୁ। ଶ୍ୱାସ ଛାଡିବା ବେଳେ ଗଳାରୁ ଚିପା ଶବ୍ଦ ଆସିବା ଦରକାର। ଏହି ପ୍ରକ୍ରିୟାକୁ ୫-୧୦ ମିନିଟ୍ ପର୍ଯ୍ୟନ୍ତ ପୁନରାବୃତ୍ତି କରନ୍ତୁ।

Yogasana Yoga Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ