Advertisment

ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ପୂଜନ୍ତୁ ଏହି ଦେବତାଙ୍କୁ

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୌତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ଯେତେବେଳେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ଶନିଦେବ ଶିବଙ୍କ ପୂଜାରେ ମଧ୍ୟ ଶାନ୍ତ ହୋଇ ଥାନ୍ତି ।

ଅଦ୍ୟତନ ହୋଇଛି
Worship Kalbhairav

Worship Kalbhairav

Advertisment

ଶନିଦେବଙ୍କୁ ସମସ୍ତ ନବଗ୍ରହ ମାନଙ୍କ ମଧ୍ୟରୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ସମସ୍ତ ଭଲ ଓ ଖରାପ କାର୍ଯ୍ୟର ଫଳକୁ ଭୋଗ କରିଥାଏ ତାହା ଶନିଦେବ ପ୍ରଦାନ କରିଥାନ୍ତି ।  ଶନିଦେବ ଭଗବାନ ଶିବଙ୍କ ଓ ହନୁମାନଙ୍କର ଭକ୍ତ ଅଟନ୍ତି ।  ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶନିଙ୍କ କୃପା ଲାଭ ହୋଇଥାଏ ।

Advertisment

କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶାନ୍ତ ହୋଇଥାନ୍ତି ଶନିଦେବ । କାଳଭୈରବ ଭଗବାନ ଶିବଙ୍କର ଅବତାର ଅଟନ୍ତି । ଶିବ ପୁରାଣ ଅନୁସାରେ କାଳଭୈରବଙ୍କ ଭଗବାନ ଶିବଙ୍କ ଅନ୍ୟ ରୂପ ବୋଲି କୁହାଯାଏ କାଳଭୈରବ ହେଉଛନ୍ତି ଭଗବାନ ଶିବଙ୍କର ସାହସିକ ଓ ଯୁବକ ରୂପ ଅଟନ୍ତି । ତାଙ୍କୁ ଶିବଙ୍କର ରୁଦ୍ର ଅବତାର ଭାବରେ ଗ୍ରହଣ କରାଯାଏ । ମାନ୍ୟତା ଅନୁସାରେ କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶତ୍ରୁଙ୍କ ସଙ୍କଟ ନାସା ହୋଇଥାଏ । ଯେତେବେଳେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ଶନିଦେବ ଶିବଙ୍କ ପୂଜାରେ ମଧ୍ୟ ଶାନ୍ତ ହୋଇ ଥାନ୍ତି ।

କୀମ୍ବଦନ୍ତୀ ଅନୁଯାୟୀ ଭଗବାନ ଶିବଙ୍କୁ ଶନିଦେବ ତପସ୍ୟା କରୁଥିଲେ । ସେହି ସମୟରେ ଭଗବାନ ଶିବ ଶନିଦେବଙ୍କ ଉପରବ ପ୍ରସନ ହୋଇ ସମସ୍ତ ଗ୍ରହ ମାନଙ୍କ ମଧ୍ୟରେ ନ୍ୟାୟାଧିଶର ବରଦାନ ଦେଇଥିଲେ । ତାଙ୍କର କୋପରୁ ଭଗବାନ କିମ୍ବା ମଣିଷ କେହିବି ରକ୍ଷା ପାଆନ୍ତି ନାହିଁ ,ଶନିଦେବ ଏହି କାରଣରୁ ଶିବ ଭକ୍ତଙ୍କୁ ହଇରାଣ କରନ୍ତି ନାହିଁ ।

Advertisment
 God kaal bhariva God kaal bhariva

ଏହି ସବୁ କାର୍ଯ୍ୟ କରିବା ଉଚିତ ନୁହେଁ:

  • ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ କେବେ କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।
  • ଶନିଦେବ ଖରାପ କାର୍ଯ୍ୟ କରିବା ଦ୍ୱାରା ଅସନ୍ତୁଷ୍ଟ ହୋଇଥାନ୍ତି ।
  • ଦୁର୍ବଳ ଲୋକ ବା ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ଶନିଦେବ ପ୍ରସନ ହୁଅନ୍ତି ।
  • ସବୁବେଳେ ଅନ୍ୟ ମାନଙ୍କର ସମ୍ମାନ କରିବା ଦ୍ୱାରା ଶନିଦେବ ସନ୍ତୁଷ୍ଟ ହୁଅନ୍ତି ।
  • ଶନିଦେବ ପରିଶ୍ରମୀ ଲୋକ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।
  • ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଅହଂକାରଠାରୁ ଦୁରେଇ ରହି ସରଳ ଜୀବନ ଜାପାନ କରନ୍ତୁ ଓ ଅସହାୟ ମାନଙ୍କର ସେବା କରନ୍ତୁ ।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ