Advertisment

Jaipur: ବୁଲିବାକୁ ପ୍ଲାନ୍ କରୁଛନ୍ତି କି ? ତେବେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ...ଏହି ଜାଗାକୁ ଯାଇ ନିରାଶ ହେବେନି

ଟ୍ରାଭେଲ ଆଣ୍ଡ ଲିଜର ସର୍ଭେ ୨୦୨୫ର ଟପ୍ ୨୫ ସହର ତାଲିକାରେ ବିଶ୍ୱର ବିଭିନ୍ନ ସହରକୁ ସଂସ୍କୃତି, ସୌନ୍ଦର୍ଯ୍ୟ, ସପିଂ, ହୋଟେଲ ଏବଂ ବିଶ୍ୱସ୍ତରୀୟ ପରିବେଶ ଆଧାରରେ ଚୟନ କରାଯାଇଛି। ଏହି ତାଲିକାରେ ଜୟପୁର ବ୍ୟତୀତ ଭାରତର ଆଉ ୨ଟି ସହର ମଧ୍ୟ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
Jaipur

Jaipur

Advertisment

ଟ୍ରାଭେଲ ଆଣ୍ଡ ଲିଜର ମାଗାଜିନର ୨୦୨୫ ସର୍ଭେରେ ବିଶ୍ୱର କିଛି ଦେଶଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ଦିଆଯାଇଛି। ବେଷ୍ଟ ହୋଟେଲ ଆଣ୍ଡ ସ୍ପା, ଦ୍ୱୀପ ଏବଂ ଜାତୀୟ ଉଦ୍ୟାନ, ସଫାରୀ ଆଣ୍ଡ ଟୁର ଅପରେଟର୍ସ ଏବଂ ଟ୍ରାନ୍ସପୋର୍ଟେସନ ଆଦି ବିଭାଗରେ ବିଜେତା ଘୋଷଣା କରାଯାଇଛି। ଏହି ବିଭାଗଗୁଡିକ ମଧ୍ୟରୁ ଗୋଟିଏ ବିଭାଗ ଥିଲା ସହର, ଯେଉଁଥିରେ ବିଶ୍ୱର ୨୫ଟି ଟପ୍ ସହର ଚୟନ କରାଯାଇଥିଲା।

Advertisment
jaipurjaipur

ଏହି ତାଲିକାରେ ଭାରତର ଗୋଟିଏ ସହରକୁ ୫ମ ସ୍ଥାନ ମିଳିଛି। ଏହା ହେଉଛି ସେହି ସହର, ଯାହାକୁ ପିଙ୍କ ସିଟି କୁହାଯାଏ। ରାଜସ୍ଥାନର ଜୟପୁର ସହରକୁ ଟ୍ରାଭେଲ ଆଣ୍ଡ ଲିଜର ସର୍ଭେ ୨୦୨୫ରେ ଟପ୍ ଫାଇଭ ସହରର ମାନ୍ୟତା ଦିଆଯାଇଛି ।

jaipurjaipur

ଟ୍ରାଭେଲ ଆଣ୍ଡ ଲିଜର ସର୍ଭେ ୨୦୨୫ର ଟପ୍ ୨୫ ସହର ତାଲିକାରେ ବିଶ୍ୱର ବିଭିନ୍ନ ସହରକୁ ସଂସ୍କୃତି, ସୌନ୍ଦର୍ଯ୍ୟ, ସପିଂ, ହୋଟେଲ ଏବଂ ବିଶ୍ୱସ୍ତରୀୟ ପରିବେଶ ଆଧାରରେ ଚୟନ କରାଯାଇଛି। ଏହି ତାଲିକାରେ ଜୟପୁର ବ୍ୟତୀତ ଭାରତର ଆଉ ୨ଟି ସହର ମଧ୍ୟ ସାମିଲ ହୋଇଛନ୍ତି। ମୁମ୍ବାଇ ୧୬ ଓ ଆଗ୍ରା ୨୦ ନମ୍ବରରେ ରହିଛି ।

Advertisment
jaipurjaipur

ରାଜସ୍ଥାନର ଜୟପୁର ସହରକୁ ଟପ୍ ଫାଇଭ୍ ସହରର ସମ୍ମାନ ଏହାର ସୁନ୍ଦର ଭ୍ରମଣ ଗନ୍ତବ୍ୟସ୍ଥଳ, ଉଚ୍ଚମାନର ହୋଟେଲ, ବିଶ୍ୱସ୍ତରୀୟ ସପିଂ ଏବଂ ସଂସ୍କୃତିକୁ ଦେଖି ଦିଆଯାଇଛି। ଜୟପୁର ସହରକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟ ଘୋଷଣା କରାଯାଇଛି।

jaipurjaipur

ପିଙ୍କ ସିଟି ବା ଗୁଲାବୀ ସହର ଜୟପୁରର ଅନନ୍ୟ ସ୍ଥାପତ୍ୟ କଳା ଏବଂ ଐତିହାସିକ ମହତ୍ୱ ଏହାକୁ ଅନ୍ୟ ସହରମାନଙ୍କଠାରୁ ଅଲଗା କରିଥାଏ। ଯଦି ଆପଣ ଜୟପୁର ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଏଠାରେ ଆପଣ ହବା ମହଲ, ଆମ୍ବେର ପ୍ୟାଲେସ, ସିଟି ପ୍ୟାଲେସ, ଶୀଶ ମହଲ, ଜନ୍ତର ମନ୍ତର, ଜଳ ମହଲ, ନାହାରଗଡ଼ ଦୁର୍ଗ, ଜୟଗଡ଼ ଦୁର୍ଗ, ଆଲବର୍ଟ ହଲ ମ୍ୟୁଜିୟମ, ପତ୍ରିକା ଗେଟ ଏବଂ ୱାର୍ଲଡ ଟ୍ରେଡ୍ ପାର୍କ ଆଦି ଦେଖି ପାରିବେ। ସପିଂ ପାଇଁ ବାପୁ ବଜାରକୁ ଯାଇପାରିବେ।

Advertisment

ଅଧିକ ପଢ଼ନ୍ତୁ: ଆପଣ ଜାଣିଛନ୍ତି କି...ଏହି ଫଳ ଖାଇଲେ ବଦହଜମୀକୁ କରିବେ ବାଏ ବାଏ

Rajasthan Jaipur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ