ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହାନ୍ତି । ଏଥିପାଇଁ ନିୟମିତ ଏକ୍ସରସାଇଜ କରିବା ମଧ୍ୟ ଜରୁରୀ । ତେବେ ଜିମ୍ ଯାଇ ଖର୍ଚ୍ଚାନ୍ତ ହେବା ଅପେକ୍ଷା ନିଜେ ନିଜ ସ୍ତରରେ ଏକ୍ସରସାଇଜ କରିପାରିବେ । ଏଥିସହ ନିଜର ଠିକ୍ ଓଜନ ଚାହୁଁଥିଲେ କିଛିଟା ଖାଦ୍ୟପେୟ ବଦଳାଇ ମଧ୍ୟ ଏହା କରିପାରିବେ । ଏବେ ଜଣେ ମହିଳା ନିଜର ଓଜନ କମାଇ ଚର୍ଚ୍ଚାକୁ ଆସିଛନ୍ତି । ଯିଏକି ୭୨ କେଜି ଓଜନ କମାଇ ପାରିଛନ୍ତି । ତାଙ୍କ ନାଁ ଅମ୍ବର କ୍ଲେମେନ୍ସ । ସୋସିଆଲ ମିଡ଼ିଆ ଇନ୍ଷ୍ଟାଗ୍ରାମରେ ନିଜର ଓଜନ କମାଇବାର ଟିପ୍ସ ମଧ୍ୟ ସେୟାର କରନ୍ତି ।
ନିକଟରେ ଅମ୍ବର କ୍ଲେମେନ୍ସ ତାଙ୍କ ଓଜନ କମାଇବାର ସହଜ ୫ଟି ଉପାୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ସେ ପ୍ରତିଦିନ ଅଭ୍ୟାସ କରନ୍ତି । ଯାହାଦ୍ବାର ମଧ୍ୟ ସେ ୭୨ କେଜି ଓଜନ ମଧ୍ୟ କମାଇ ପାରିଛନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ କଣ...
Also Read
ଅଧିକ ପଢନ୍ତୁ: Nutrients: ଭାତ ଓ ରୁଟି...କାହାର ଆରମ୍ଭ କେବେ, ଜାଣନ୍ତୁ
୭ରୁ ୧୦ ହଜାର ଷ୍ଟେପ୍ ଚାଲିବା:
- ଛୋଟ ଷ୍ଟେପ୍ ବଡ଼ ପରିବର୍ତ୍ତନ କରିପାରେ । ପ୍ରତିଦିନ ଚାଲିବା ଦ୍ବାରା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ପ୍ରତିଦିନ କିଛି ସମୟ ଫିକ୍ସ କରି ଚାଲିବା ନିହାତି ଆବଶ୍ୟକ । ଅମ୍ବର କ୍ଲେମେନ୍ସଙ୍କ କହିବା ଅନୁଯାୟୀ, କିଛି ନହେଲେ ମଧ୍ୟ ଗୋଟେ ଘରୁ ଅନ୍ୟ ଘରୁକୁ ପ୍ରତିଦିନ ମଧ୍ୟ ଚାଲି ପାରିବେ । ନଚେତ୍ ଘରେ ସିଡ଼ିରେ ମଧ୍ୟ ଚାଲି ପାରିବେ । ଦୈନିକ କିଛି ଶାରୀରିକ ପରିଶ୍ରମ ମଧ୍ୟ କରିପାରିବେ ।
- ୩ ଲିଟର ପାଣି ପିଅନ୍ତୁ: ଶରୀରର ଓଜନ କମାଇବା ପାଇଁ ହାଇଡ୍ରେସନ୍ ରହିବା ହେଉଛି ମୂଳ ମନ୍ତ୍ର । ଅତି କମରେ ପ୍ରତିଦିନ ତିନି ଲିଟର ପାଣି ପିଇବା ଦ୍ବାରା ଶରୀରକୁ ହାଇଡ୍ରେଟ୍ ଓ ସୁସ୍ଥ ରହିବାକୁ ସାହାଯ୍ୟ କରେ ।
୨୫ରୁ ୩୦ ଗ୍ରାମ ପ୍ରୋଟିନ୍ ଖାଆନ୍ତୁ:
- ପ୍ରତ୍ୟେକ ଭୋଜନରେ ଅମ୍ବର ଅତି କମରେ ୨୫ରୁ ୩୦ ଗ୍ରାମ ପ୍ରୋଟିନ୍ ଖାଆନ୍ତି । ସ୍ନାକ୍ସରେ ମଧ୍ୟ ସେ ୫ରୁ ୧୦ ଗ୍ରାମ ପ୍ରୋଟିନ୍ ଖାଆନ୍ତି । ଦୈନିକ ପ୍ରୋଟିନ୍ ଖାଇବା ତାଙ୍କ ଓଜନ କମାଇବା ଲକ୍ଷ୍ୟରେ ସାହାଯ୍ୟ କଲା ।
କାଲି ପାଇଁ ଆଜି ଖାଦ୍ୟ ପ୍ରସ୍ତୁତ ରଖିବା:
- ଅମ୍ବରଙ୍କ କହିବା ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ସେ କାଲି କ’ଣ ଖାଇବେ ତାହା ପ୍ରସ୍ତୁତ କରି ରଖୁଥିଲେ । ଯାହା ତାଙ୍କୁ ସାହାଯ୍ୟ କରେ ସକାଳୁ ଉଠିବା ପରେ କ’ଣ କରିବେ ଆଉ କଣ କରିବେନି ।
ପ୍ରତିଦିନ ଖାଇବାରେ ମିଠା ଜିନିଷ ଖାଆନ୍ତୁ:
- ରାତିରେ ହେଉ କିମ୍ବା ସ୍ନାକ୍ସ ଖାଇବା ସମୟରେ କିଛି ମିଠା ଖାଆନ୍ତୁ । ଅମ୍ବରଙ୍କ କହିବା ଅନୁଯାୟୀ, ଯାହା ଆପଣଙ୍କୁ ଇଚ୍ଛାକୁ ରୋକିବାରେ ସାହାଯ୍ୟ କରିବ ।