Advertisment

Relationship Tips: ଆଜିକାଲି ମହିଳାମାନେ ଚାହୁଁ ନାହାନ୍ତି ବିବାହ; ଜାଣନ୍ତୁ ଏହା ପଛର ୫ କାରଣ

ଆଜିକାଲି ଖୁସିର ଅର୍ଥ ହେଉଛି ଆଜିର ଆଧୁନିକ ମହିଳାମାନେ ଆଉ ବିବାହକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି। ତେବେ ଏହା ନୁହେଁ ଯେ ସେମାନେ କୌଣସି ବାଧ୍ୟହୋଇ ଏହି କାମ କରୁଛନ୍ତି। ଏହି ଟ୍ରେଣ୍ଡ୍ ପଛରେ କିଛି ମୁଖ୍ୟ କାରଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ।

ଅଦ୍ୟତନ ହୋଇଛି
Why are women nowadays adopting the principle of no marriage

Why are women nowadays adopting the principle of no marriage

Advertisment

ଆଜିର ସମୟରେ ସାମାନ୍ୟ କଥାକୁ ନେଇ କଳି-ଝଗଡା ଯୋଗୁଁ ବୈବାହୀକ ସଂପର୍କ ଦୀର୍ଘସ୍ଥାୟୀ ହେଉନି। ଛୋଟ ଛୋଟ କଥାକୁ ନେଇ ସଂପର୍କରେ ତାଲା ପଡୁଛି। ସାରା ଭାରତରେ ଛାଡପତ୍ର ଏକ ସାଧାରଣ କଥା ହୋଇଗଲାଣି। ଯାହା କ୍ଷେତ୍ରରେ ଏହା ଘଟୁଛି ସେମାନେ ଚାପରେ ରହିବା ସ୍ୱାଭାବିକ।

Advertisment

ସେଥିପାଇଁ ଆଜିକାଲି ଅନେକ ମହିଳା 'ନୋ ମ୍ୟାରେଜ୍' ନୀତିକୁ ଆପଣାଉଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ କୌଣସି ପାର୍ଟନର୍ ଅପେକ୍ଷା ସିଙ୍ଗଲ୍ ରହିବାରେ ସେମାନେ ଅଧିକ ଖୁସି।

ଆଜିକାଲି ଖୁସିର ଅର୍ଥ ହେଉଛି ଆଜିର ଆଧୁନିକ ମହିଳାମାନେ ଆଉ ବିବାହକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି। ସେମାନେ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ରହିବା କିମ୍ବା ବିବାହ କରିବା ପରିବର୍ତ୍ତେ ଏକା ରହିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ଏବଂ ସେମାନେ ଏଥିରେ ଖୁସି ମଧ୍ୟ ପାଉଛନ୍ତି।

Advertisment

ତେବେ ଏହା ନୁହେଁ ଯେ ସେମାନେ କୌଣସି ବାଧ୍ୟହୋଇ ଏହି କାମ କରୁଛନ୍ତି। ଏହି ଟ୍ରେଣ୍ଡ୍ ପଛରେ କିଛି ମୁଖ୍ୟ କାରଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ।

ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କାହିଁକି ହୁଏ ଝଗଡ଼ା; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

Advertisment

ସ୍ୱାଧୀନତାର ଇଚ୍ଛା:

ଆଜିର ମହିଳାମାନେ ନିଜେ ରୋଜଗାର କରି ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ହୋଇଗଲେଣି, ଏବଂ ନିଜର ନିଷ୍ପତ୍ତି ନିଜେ ନେବାକୁ ପସନ୍ଦ କରନ୍ତି। ସେ କୌଣସି ବିଷୟରେ ଅନ୍ୟମାନଙ୍କ ହସ୍ତକ୍ଷେପକୁ ପସନ୍ଦ କରୁ ନାହାନ୍ତି।

କ୍ୟାରିୟର୍ ପ୍ରତି ଧ୍ୟାନ:

ଆଜିର ପିଢ଼ି ନିଜ କାମ ପ୍ରତି ଅଧିକ ସମର୍ପିତ ହୋଇଗଲେଣି। ସେମାନଙ୍କ ପାଇଁ କ୍ୟାରିଅର ସବୁଠାରୁ ବଡ଼ ପ୍ରାଥମିକତା ପାଲଟିଯାଇଛି। ଏହା ପରେ ଯାଇ ବିବାହକୁ ନେଇ ଚିନ୍ତା କରାଯାଉଛି। କାମରେ ବ୍ୟସ୍ତ ହୋଇଯିବାର କିଛି ଦିନ ପରେ ମନରୁ ବିବାହର ଚିନ୍ତା ଦୂରେଇ ଯାଉଛି।

ବ୍ୟକ୍ତିଗତ ଅଭିବୃଦ୍ଧି:

ଏକାକୀ ରହିବା ଦ୍ୱାରା, ସେମାନେ ନିଜକୁ ଭଲ ଭାବରେ ବୁଝିପାରୁଛନ୍ତି, ତାଙ୍କର ହବି ପୂରଣ କରିପାରୁଛନ୍ତି ଏବଂ ଯୁଆଡେ ଇଛା ସିଆଡେ ବୁଲିପାରୁଛନ୍ତି। ଏହା ବ୍ୟତୀତ, ପରିବାର ଏବଂ ପିଲା ନଥିବାରୁ କେବଳ କାମକୁ ଛାଡିଦେଲେ ଅନ୍ୟ ସମୟରେ ଜୀବନକୁ ମସ୍ତିର ସହ ଉପଭୋଗ କରୁଛନ୍ତି।

ସମାଜର ପରିବର୍ତ୍ତନଶୀଳ ମନୋଭାବ:

ପୂର୍ବରୁ ବିବାହ ନ କରିବା କିମ୍ବା ବିବାହ ନ ହୋଇପାରୁଥିବାରୁ ସମାଜ ଏହାକୁ ଏକ ବଡ଼ କ୍ଷତି ବୋଲି ଭାବୁଥିଲା। ଏବେ କିନ୍ତୁ ଏକା ରହିବା କିମ୍ବା ବିବାହ ନ କରିବା ଦ୍ୱାରା କୌଣସି ଫରକ ପଡୁନି। ସମୟ ସହିତ ଲୋକଙ୍କ ଚିନ୍ତାଧାରା ମଧ୍ୟ ବହୁତ ପରିବର୍ତ୍ତନ ହୋଇଛି।

ଖରାପ ସମ୍ପର୍କର ଭୟ:

ସମାଜରେ ଅନେକ ମହିଳା ବିଷାକ୍ତ କିମ୍ବା ଅସଫଳ ସମ୍ପର୍କକୁ ଭୟ କରନ୍ତି, ଯେଉଁ କାରଣରୁ ସେମାନେ ନିଜର ଖୁସି ଏବଂ ନିଜର ମାନସିକ ଶାନ୍ତିକୁ ଅଧିକ ପ୍ରାଥମିକତା ଦିଅନ୍ତି। ଏହା ମଧ୍ୟ ଅବିବାହିତ ରହିବାର ଏକ କାରଣ।

ଅଧିକ ପଢ଼ନ୍ତୁ: ଅଧିକାଂଶ ବିବାହରେ କାହିଁକି ଛାଡପତ୍ର; ଜାଣନ୍ତୁ ପୁରୁଷଙ୍କ ୫ ସାଧାରଣ ଭୁଲ

Divorce Marriage Career Plan Relationship Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ