Vitamin
ବର୍ତ୍ତମାନ ସମୟରେ ଅଧିକ ନିଦ ଆସିବା ଏକ ସାଧାରଣ ଅଭ୍ୟାସ ବା ରୋଗରେ ପରିଣତ ହେଲାଣି । ଅନେକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । କେହି କେହି ଏହାକୁ ଖରାପ ଅଭ୍ୟାସ କହି ଏଡ଼ାଇ ଯାଉଛନ୍ତି । ଆଉ କେହି ଏହାକୁ ରୋଗ ବୋଲି ମଧ୍ୟ ଜାଣିଛନ୍ତି । ତେବେ ଆପଣ ଏଭଳି ରୋଗର ଶିକାର ହୋଇଛନ୍ତି କି ? ଆପଣଙ୍କୁ ଅଧିକ ଥକ୍କାପଣ ଲାଗୁଛି କି ? ଆପଣଙ୍କୁ ଅଧିକ ନିଦ ଲାଗୁଛି କି ?
ବିଶେଷଜ୍ଞଙ୍କ କହିବାନୁସାରେ ଶରୀରରେ କିଛି ଭିଟାମିନ୍ ଅଭାବ ରହିଲେ ଏଭଳି ନିଦ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହା କେଉଁ ଭିଟାମିନ୍ ? କେଉଁ ଭିଟାମିନ୍ର ଅଭାବ କାରଣରୁ ଶରୀରରେ ଥକ୍କାପଣ ଆସିଥାଏ ।
ଭିଟାମିନ୍ ଡି’ ଅଭାବ ରହିଲେ, ଶରୀରରେ ଥକ୍କାପଣ ଅନୁଭବ ହୋଇଥାଏ । ଏହାଦ୍ୱାରା ଅଧିକ ନିଦ ଲାଗିଥାଏ । ଭିଟାମିନ୍ ବି-୧୨ ଅଭାବ ରହିଲେ ମଧ୍ୟ ଥକ୍କାପଣ ଆସିଥାଏ ଓ ଅଧିକ ନିଦ ଆସିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଆପଣଙ୍କୁ ମାଛ, ଅଣ୍ଡା ଓ କ୍ଷୀର ବା ଦୁଗ୍ଧଜାତୀୟ ଖାଦ୍ୟ ଖାଇବାକୁ ପଡ଼ିବ ।
ଭିଟାମିନ୍ ବି-୬ ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଶରୀରକୁ ଭିଟାମିନ୍ ବି-୬ ପାଇଁ ଚିକେନ୍, ମାଛ, କଦଳୀ ଏବଂ ସାଗୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଭିଟାମିନ୍ ସି ଖାଇଲେ ମଧ୍ୟ ଶରୀରରେ ଶକ୍ତି ରହିଥାଏ ଓ ଫୁର୍ତ୍ତି ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଖଟା ଫଳ ଖାଇବାକୁ ପଡ଼ିଥାଏ ।
ଭିଟାମିନ୍ ଏ’ର ଅଭାବ ରହିଥିଲେ ମଧ୍ୟ ଶରୀରରେ ଥକ୍କାପଣ ଆସିଥାଏ । ଅଧିକ ନିଦ ବି ଆସିଥାଏ । ଏହି ସମସ୍ୟା ଦୂର ପାଇଁ ଆପଣଙ୍କୁ ଶକରକନ୍ଦ, ପନିପରିବା ଓ ଗାଜର ଖାଇବାକୁ ପଡ଼ିବ ।
ତେବେ ଏହି ସୂଚନା କେବଳ ସାମାନ୍ୟ ମାତ୍ର । ଏହା ଉପରେ ଅଧିକ ଜାଣିବା ପାଇଁ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Vitamin_1725881412.jpg)