Advertisment

ସିନ୍ଦୂରକୁ ନେଇ କଣ କହେ ବାସ୍ତୁ, କ’ଣ ରହିଛି ମହତ୍ତ୍ୱ

ହିନ୍ଦୁ ଧର୍ମରେ ବିବାହିତ ନାରୀର ପ୍ରଥମ ଆଭୂଷଣ ହେଲା ସିନ୍ଦୂର । ଶାସ୍ତ୍ର ଅନୁସାରେ ସିନ୍ଦୁରର ନିଜସ୍ୱ ମହତ୍ୱ ରହିଛି । ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୁର ଧାରଣ କରିଥାନ୍ତି । ତେବେ ଏନେଇ ବାସ୍ତୁ ଶାସ୍ତ୍ରରେ ଅନେକ କଥା ରହିଛି । ଆସନ୍ତୁ ଜାଣିବା

ଅଦ୍ୟତନ ହୋଇଛି
vastu and sindoor

vastu and sindoor

Advertisment

ଆମ ସଭ୍ୟତା ସହିତ ଯୋଡି ହୋଇଥିବା ଧାର୍ମିକ କାର୍ଯ୍ୟରେ ମଧ୍ୟ ସିନ୍ଦୂରର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଶାସ୍ତ୍ର ଅନୁସାରେ ସିନ୍ଦୁରର ପ୍ରୟୋଗ ଦ୍ୱାରା ଆପଣ ଆଶ୍ଚର୍ଯ୍ୟ ଜନକ ଲାଭ ପାଇପାରିବେ ।

Advertisment
  • ଯଦି ଆପଣଙ୍କ ସମ୍ମାନରେ କମ ଅନୁଭବ କରୁଛନ୍ତି ଓ ସମସ୍ତ ସ୍ଥାନରେ ଆପଣଙ୍କୁ ଅଣଦେଖା କରାଯାଉଛି ତେବେ ଗୋଟିଏ ପାନପତ୍ରରେ ସିନ୍ଦୂର ସହିତ ଫିଟିକିରି ରଖି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ପିପିଳ ଗଛରେ ବାନ୍ଧି ଦେବା ଦ୍ୱାରା ଆପଣଙ୍କୁ ସମସ୍ତ ସ୍ଥାନରେ ଉପଯୁକ୍ତ ସମ୍ମାନ ମିଳିବ ।
  •  ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରେ ଗୋଟିଏ ପରେ ଗୋଟିଏ ଅସୁବିଧା ଲାଗି ରହିଛି ତେବେ ଚମେଲୀ ତେଲରେ ସିନ୍ଦୁର ମିଶାଇ ହନୁମାନଙ୍କୁ ମଙ୍ଗଳବାର ଓ ୫ଟି ଶନିବାର ଅର୍ପଣ କରନ୍ତୁ । ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ।
  • ବାସ୍ତୁ ଦୃଷ୍ଟିରୁ ସିନ୍ଦୁରର ଅନେକ ମହତ୍ତ୍ୱ ରହିଛି । ଯଦି ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲ ଓ ସିନ୍ଦୁର ମିଶାଇ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ଏପରି ଲଗାତାର ୪୦ ଦିନ କରିବା ପର୍ଯ୍ୟନ୍ତ ଘରେ ଥିବା ବାସ୍ତୁଦୋଷ ଦୂର ହୋଇଯାଇଥାଏ ।
  • ଯଦି ଆପଣ ଅନେକ ସମୟ ଧରି ଆର୍ଥିକ ଅସୁବିଧାରେ ଗତି କରୁଛନ୍ତି ଏବଂ ଯେତେ ଚେଷ୍ଟାକଲେ ମଧ୍ୟ ଆପଣଙ୍କ ପାଖରେ ପଇସା ରହୁ ନାହିଁ ତେବେ ଗୋଟିଏ ନଡ଼ିଆରେ ସିନ୍ଦୂର ଲଗାଇ ତାହାକୁ ନାଲି ସାଲୁକାନାରେ ବାନ୍ଧି ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରିବା ଦ୍ୱାରା ଆପଣଙ୍କର ଆର୍ଥିକ ବସ୍ତା ସୁଧୁରି ଯିବ ।
  • ସିନ୍ଦୂର ଦ୍ୱାରା ମାତା ଲକ୍ଷ୍ମୀ ଓ ଦୁର୍ଗାଙ୍କର କୃପା ଲାଭ କରାଯାଇଥାଏ । ପ୍ରତେକ ଦିନ ପୂଜା କରିବା ପରେ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ପାଣି ଗଡୁରେ ସାମାନ୍ୟ ଟିକିଏ ସିନ୍ଦୁର ଲଗାଇ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ରହିବ l
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ