Advertisment

ସେଲିବ୍ରିଟିଙ୍କ ପରି ଲୁକ୍ ନେବାକୁ ଚାହୁଁଛନ୍ତି କି? ନିଅନ୍ତୁ 'ଶିମର ଲୁକ୍'

ଟ୍ରେଣ୍ଡ୍‌ରେ ଏବେ ‘ଶିମର ମେକ୍‌ଅପ୍‌’ । ଅନେକ ସମୟରେ ସେଲେବ୍ରିଟିମାନଙ୍କୁ ସିମର୍ ମେକ୍‌ଅପ୍‌ ଲୁକ୍‌ରେ ଦେଖିଥିବେ। ବର୍ତ୍ତମାନ ସମୟରେ ‘ରୋଜ୍ ଗୋଲ୍ଡ ଶିମର ଆଇ ମେକଅପ’ ଲୁକ୍ ଟ୍ରେଣ୍ଡିଂରେ ଅଛି। ଏହା ଏକ ଫେଷ୍ଟିଭ ଲୁକ୍। ତେଣୁ ଏହାକୁ ଆପଣ ବାହାଘର, ପୂଜାପାର୍ବଣ ସହ ଅଫିସ୍‌ର ନାଇଟ୍ ପାର୍ଟିରେ ମଧ୍ୟ ନେଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଖୁବ୍‌ କମ୍‌ ସମୟରେ ଆପଣ ସେଲିବ୍ରିଟିଙ୍କ ପରି ପାର୍ଟି ରେଡି ସିମର୍ ଲୁକ୍ ପାଇପାରିବେ ।

ଅଦ୍ୟତନ ହୋଇଛି
ସେଲିବ୍ରିଟିଙ୍କ ପରି ଲୁକ୍ ନେବାକୁ ଚାହୁଁଛନ୍ତି କି? ନିଅନ୍ତୁ 'ଶିମର ଲୁକ୍'
Advertisment

ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍‌ସନ୍‌କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍‌ ଦେବାକୁ ଚାହିଁଥା’ନ୍ତି। ଆଉ ସେଥିପାଇଁ ପାର୍ଟିକୁ ଯିବା ପୂର୍ବରୁ ପାର୍ଲର୍‌ରେ ଘଣ୍ଟା ଘଣ୍ଟା ସମୟ ଓ ଟଙ୍କା ଖର୍ଚ୍ଚ କରିଥାନ୍ତି। ହେଲେ ତଥାପି ସେମାନଙ୍କୁ ନିଜ ମନମୁତାବକ ଲୁକ୍ ମିଳେ ନାହିଁ। ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ଏଭଳି ଲୁକ୍ ପାଇବା ପାଇଁ ଆପଣ 'ଶିମର୍‌ ମେକଅପ'କୁ ଆପାଣାନ୍ତୁ । ତେବେ ଚାଲନ୍ତୁ ଜାଣିବା କିପରି ନେବେ ସିମର ମେକଅପ୍ ।

Advertisment
  • ଯଦି ଆପଣ ଆଖିକୁ ନିଜ ପୁରା ଲୁକ୍‌ର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁଛ, ତେବେ ଆପଣ ଚମକଦାର ରଙ୍ଗର ଆଇଲାଇନର୍ ପ୍ରୟୋଗ କରିପାରିବେ। ଶିମ୍ରି-ବ୍ଲୁ ଆଇଲାଇନର୍ ବହୁତ ଷ୍ଟନିଙ୍ଗ୍ ଦେଖାଯାଏ।
  • ଆଖି ପଲକରେ ଭଲ ଭାବରେ ସେଟ୍ କରନ୍ତୁ ଏବଂ ମାସ୍କାରା ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ସହିତ, ଆପଣ ନିଜ ପାଉଟ୍‌ ବା ଓଠକୁ ବ୍ରାଇଟ୍ ରଙ୍ଗରେ ଭରି ପାରିବେ।
  • ଆପଣ ଶିମର୍‌କୁ ଫେସ୍ ହାଇଲାଇଟର୍ କିମ୍ବା ବ୍ଲସ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଆଇବ୍ରୋ କୋଣରେ ,ବ୍ରୋ ଭେନ୍ ଉପରେ ଏବଂ ଗାଲ ପ୍ରୟୋଗ କରି ନିଜକୁ ଏକ ଫେଷ୍ଟିଭ୍ ମେକପ୍ ଲୁକ୍‌ ଦେଇପାରିବେ।
  • ଆପଣଙ୍କ ଚେହେରାକୁ ସମ୍ପୂର୍ଣ୍ଣ କରିବା ପାଇଁ ବୋଲ୍ଡ ଲିପଷ୍ଟିକ୍ ଏବଂ ମିନିମାଲ୍ ଆଖି ମେକଅପ୍ ପ୍ରୟୋଗ କରନ୍ତୁ।
  • ଯଦି ଆପଣ ନିଜ ମେକଅପ୍ ଉପରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରନ୍ତି, ତେବେ ନିଜ ଓଠରେ ଶିମର ଟଚ୍ ଦେବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ଦେଖି ଲୋକମାନେ କେବଳ ଆପଣଙ୍କ ପ୍ରଶଂସା କରିବେ। ଯଦି ଆପଣ ଲିପସ୍‌ରେ ଶିମର୍ ପ୍ରୟୋଗ କରୁଛନ୍ତି, ତେବେ ଆପଣଙ୍କର ଅବଶିଷ୍ଟ ଚେହେରାର ମେକଅପ୍ ଟିକିଏ ହାଲୁକା ରଖନ୍ତୁ।
Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ