Advertisment

ଗୃହ ନିର୍ମାଣ ପାଇଁ କଣ ରହିବ ଶୁଭ ସଂକେତ, କଣ କହେ ବାସ୍ତୁ

ମଣିଷ ଶାନ୍ତିରେ ରହିବା ପାଇଁ ଏକ ଘର ବା ବାସସ୍ଥାନ ଠିକ୍ ରହିଲେ ସବୁକିଛି ଠିକ୍ ରହିଥାଏ । ଆମେ ଯେବେ ନୂତନ ଘର ବା ଗୃହ ନିର୍ମାଣ କରୁଛେ ତାହା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଗୃହ ନିର୍ମାଣ ଓ ଏହାର ଶୁଭାରମ୍ଭ ଓ ପ୍ରବେଶ ତିଥି ଇତ୍ୟାଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଉପାୟରେ କରିବା ଉଚିତ୍ । ଏହା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।

vastu for new home

vastu for new home

Advertisment

କେବେ କରିବେ ଗୃହ ଶୁଭାରମ୍ଭ:

  • ସାଧରଣତଃ ବୈଶାଖ, ଆଷାଢ଼, ଶ୍ରାବଣ ଓ ଫାଲଗୁନ ମାସରେ ଗୃହର ଶୁଭାରମ୍ଭ କରାଯାଇଥାଏ ।
  • ଗୃହ ଶିଳାନ୍ୟାସ ଓ ଭୂଖନନ କାର୍ଯ୍ୟ ଉପରେ ୭ ମାସର ଶୁକ୍ଳ ପକ୍ଷ ତୃତୀୟ, ତୃତୀୟା, ପଞ୍ଚମୀ, ୬ଷ୍ଠୀ, ସପ୍ତମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ ଓ ପୂର୍ଣ୍ଣିମାରେ କରାଗଲେ ଶୁଭଫଳ ମିଳିଥାଏ ।
  • ସେହିପରି ନକ୍ଷତ୍ରଗୁଡ଼ିକର ଶୁଭ ଅବସ୍ଥିତି ଦୃଷ୍ଟିରୁ ରୋହିଣୀ, ମୃଗଶିରା, ଉତ୍ତରା, ଫାଲ୍‌ଗୁନୀ, ହସ୍ତା, ଚିତ୍ରା, ସ୍ଵାଦୀ, ଅନୁରାଧା, ଉତ୍ତରାଷାଢ଼ା, ରେବତୀ, ଅରୁଦ୍ରା, ପୁନର୍ବସୁ ଓ ଶ୍ରବଣୀ ଇତ୍ୟାଦି ଭୂମି ଖନନ ପାଇଁ ଶୁଭଙ୍କର ।
  •  ମିଥୁନ, କୁମ୍ଭ, ତୁଳା, ମକର ଓ ମେଷ ଇତ୍ୟାଦି ଲଗ୍ନରେ ଗୃହ ନିର୍ମାଣ ଶୁଭପ୍ରଦ ହୋଇଥାଏ ।
  • ବାର ଦୃଷ୍ଟିରୁ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାରରେ ଭୂଖନନ କାର୍ଯ୍ୟ ଆରମ୍ଭ କରିବା ଉଚିତ୍
  • ପୂଜା ପୂର୍ବରୁ ଗୃହ ନିର୍ମାଣ କରାଯାଇଥିବା ଭୂଖଣ୍ଡକୁ ସମ୍ପୂର୍ଣ୍ଣଭାବେ ପରିଷ୍କାର କରି ଗୋମୟ ଓ ଗଙ୍ଗା ଜଳ ସିଞ୍ଚନଦ୍ବାରା ପବିତ୍ର କରିବା ଉଚିତ ।
  • ପୂଜା ଗୃହର ଉତ୍ତର-ପୂର୍ବ କୋଣରେ ହିଁ ହେବା ଉଚିତ୍ ।
  • ଗୃହ ଶୁଭାରମ୍ଭ ଯୁକ୍ତାରେ ଉଜ୍ଜୟ ପତିପତ୍ନୀ ସମସ୍ତ ପୂଜା ଯଥା ବାସ୍ତୁପୂଜା ଓ ନବଗ୍ରହ ଶାନ୍ତି ଇତ୍ୟାଦି କୁଳୀନ ଓ ବିଜ୍ଞ ବ୍ରାହ୍ମଣଙ୍କ ସାହାଯ୍ୟରେ କରିବା ଉଚିତ ।
  • ବାସ୍ତୁପୂଜା ଅମୃତ ବେଳା କିମ୍ବା ମାହେନ୍ଦ୍ର ବେଳାରେ ହେବା ଉଚିତ ।
  • ଶରଣ ପଞ୍ଚକ ଦୋଷ ଲାଗୁ ନଥିବା କାଳରେ ହିଁ ବାୟୁପୂଜା ହେବା ଦରକାର ।
  • ପୂଜା ପରେ ଭୂମି ଖନନ ଉତ୍ତର ପୂର୍ବ କୋଣରୁ ଆରମ୍ଭ ହୋଇ ଦକ୍ଷିଣ ପୂର୍ବ ଦେଇ ଦକ୍ଷିଣ ପଶ୍ଚିମ କୋଣରେ ଶେଷ ହେବା ଶାସ୍ତ୍ରସମ୍ମତ ଓ ଶୁଭଙ୍କର ହୋଇଥାଏ ।
Advertisment

ଗୃହ ନିର୍ମାଣ ପାଇଁ କଣ ରହିବ ଶୁଭ ସଙ୍କେତ:

  • ଗୃହ ନିମିତ୍ତ ଶୁଭାରମ୍ଭ କାଳରେ ଦକ୍ଷିଣ ଭାଗରେ ବିସ୍ଥା ସହିତ ଧେନୁ, ବୃଷଭ, ଅଶୁ, ହସ୍ତୀ ଏବଂ ବାମ ଭାଗରେ ଅଗ୍ନି, ସୁନ୍ଦରୀ ସ୍ତ୍ରୀ, ପୂର୍ଣ୍ଣକୁମ୍ଭ, ବ୍ରାହ୍ମଣ, ରାଜା, ବେଶ୍ୟା, ପୁଷ୍ପମାଳା, ପତାକା, ମିସ୍ୟା, ଘୃତ, ଦଧି, ମଧୁ, ସୁବର୍ଣ୍ଣ ପ୍ରଭୃତି ଦେଖାଦେଲେ ଶୁଭପ୍ରଦ ହୋଇଥାଏ ।
  • ଚକ୍ରବାକ, ହଂସ, ସାରଙ୍ଗ ଦେଖୁଲେ ଶୁଭଫଳ ପ୍ରଦାୟକ ହୁଏ ।
  • ବୃଷ, କୋକିଳ, ଶୁକ୍ଳପକ୍ଷୀ ଦେଖାଦେଲେ ଧନ ବୃଦ୍ଧି ଘଟେ ।

ଗୃହ ନିର୍ମାଣ ପାଇଁ କଣ ରହିବ ଅଶୁଭ ସଙ୍କେତ:

  • ଗୃହ ଶୁଭାରମ୍ଭ କାଳରେ କାଳ ସଂଦର୍ଶନ କଲେ ଗୃହକର୍ତା ଦୁଃଖ ଓ ଶୋକରେ କାଳାତିପାତ କରନ୍ତି ।
  • ବିରାଡ଼ି ଦୃଶ୍ୟ ହେଲେ ଧନହାନୀ ହୋଇଥାଏ ।
  • ବାମନ, କୁଟ୍ଟ, ଭିକ୍ଷୁକ, ବଧୂ, ରୁଗ୍ଣଗ୍ରସ୍ତ ବ୍ୟକ୍ତି ସଦର୍ଶନ ହେଲେ ଅମଙ୍ଗଳ ଘଟିଥାଏ ।
  • ଗୃହ ଶୁଭାରମ୍ଭ କାର୍ଯ୍ୟ ସମାପ୍ତି ପରେ ଖନନ କାର୍ଯ୍ୟାରମ୍ଭ ହୋଇଥାଏ ।
  • ଏଥି ପୂର୍ବରୁ ସୂତା ସାହାଯ୍ୟରେ ନକ୍ସାନୁକ୍ରମେ ଗୃହର ମାପଚୁପ ହୋଇଥାଏ ।
  • ଏହି ସମୟରେ ଗୃହକର୍ତ୍ତା କେତୋଟି ଦିଗ ପ୍ରତି ସଚେତନଶୀଳ ରହିବା ଉଚିତ ।
  • କାରଣ ସୂତାଦ୍ୱାରା ମାପଚୁପ ସମୟରେ ମଧ୍ୟ ଗୃହର ଶୁଭାଶୁଭ ଫଳ ପ୍ରାୟତଃ ନିର୍ଣ୍ଣୟ ହୋଇପାରିଥାଏ ।
Advertisment
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ