Advertisment

କରନ୍ତୁ ଏହି କାର୍ଯ୍ୟ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଅଦ୍ୟତନ ହୋଇଛି
vastu tips

vastu tips

Advertisment

ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଠିକ୍ ଓ ଭୁଲ୍

Advertisment

ଜାଣନ୍ତୁ ……..

  • ରାତିରେ ଖିର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ।
  • ଏହାକୁ ଫ୍ରିଜରେ ରଖିଲେ ମଧ୍ୟ ଘୋଡ଼ାଇ ରଖିବା ଉଚିତ।
  • ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି।
  • ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ।
  • ମାନ୍ୟତା ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ। ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ।
  • ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ।
  • ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ।
  • ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
  • ଏହାସହ ସୂର୍ୟ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ।
  • ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
  • ରାତିରେ ଲୁଗା ସଫା କରିବା ଉଚିତ ନୁହେଁ ମାନ୍ୟତା ଅନୁଯାୟୀ, ରାତିରେ ଲୁଗା ସଫା କରିବା ଉଚିତ ନୁହେଁ।
  • ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥାଏ।
  • ଏହାସହ ସକାଳ ସମୟରେ ସୂର୍ୟ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ