Fake Wedding
ଭାରତୀୟ ବିବାହ ସାରା ବିଶ୍ବରେ ଲୋକପ୍ରିୟ । କାରଣ ଏଠି ବିବାହ ପୂର୍ବରୁ ମେହେନ୍ଦି, ସଙ୍ଗୀତ ଭଳି ଅନେକ ଉତ୍ସବ ପାଳନ କରାଯାଏ । ଲାଇଟ୍, ସାଜସଜା, ନାଚଗୀତ, ଖାଇବା ପିଇବା ପୁରା ବଲିଉଡ ଷ୍ଟାଇଲ ବିବାହ । ବାହାଘରର ମାହୋଲରେ ଲୋକଙ୍କ ଉତ୍ସାହ କିଛି ଅଲଗା ଥାଏ । କିଛି ଲୋକ ଏହାକୁ ଏନଜୟ କରନ୍ତି କିନ୍ତୁ କିଛି ଲୋକ କାମ ଚାପ ଓ ଦାୟିତ୍ବ ଭିତରେ ରହିଯାଆନ୍ତି । ବିବାହ କେତେବେଳେ ଆରମ୍ଭ ହୋଇ ସରିଯାଏ ଜାଣିପାରନ୍ତି ନାହିଁ ।
ଭାବନ୍ତୁ ଯଦି ବିବାହରେ କୌଣସି ଦାୟିତ୍ବ ନଥିବ ତେବେ ଆପଣ କଣ କଣ କରିବେ ? ନାଚଗୀତ ସହ ଖାଇବାପିଇବାର ମଜା ତ ନେବେ । ଏହା ସହ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ମେହେନ୍ଦି, ସଙ୍ଗୀତରେ ବି ଯୋଗଦେବେ । ଏହିଭଳି ଇଚ୍ଛା ପ୍ରାୟ ସମସ୍ତଙ୍କର ଥାଏ । ଏବେ ଏହା ଆଉ ସ୍ବପ୍ନ ହୋଇରହିନାହିଁ । ଦିଲ୍ଲୀର ଯୁବପିଢି ଏହି ସ୍ବପ୍ନକୁ ସତ କରିଛନ୍ତି ଫେକ୍ ୱେଡିଂ ଜରିଆରେ । ଯାହାକି ଏକ ଟ୍ରେଣ୍ଡ୍ ପାଲଟିଛି ।
ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କାହିଁକି ହୁଏ ଝଗଡ଼ା; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ
ଫେକ୍ ୱେଡିଂରେ ନା ଥାଏ ବର ନା କନ୍ୟା । ବ୍ରାହ୍ମଣ ମନ୍ତ୍ର ପଢ଼େନି କି ହାତଗଣ୍ଠି ବି ପଡେନାହିଁ । କିନ୍ତୁ ମେହେନ୍ଦି, ବାଜା, ସାଜସଜା ଓ ନାଚଗୀତ ସବୁକିଛି ଅସଲି ବିବାହ ଭଳି ହୋଇଥାଏ । ଏହି ଟ୍ରେଣ୍ଡ ଏବେ ଖୁବ ପପୁଲାର ହେଉଛି । ଯେଉଁଠିକି ଲୋକମାନେ କେବଳ ମଜା ଓ ସୋସିଆଲ ମିଡିଆ କଣ୍ଟେଣ୍ଟ ପାଇଁ ଆସୁଛନ୍ତି ।
ଦିଲ୍ଲୀର ସୋସିଆଲ ମିଡିଆ ପ୍ରଫେସନାଲ ଅବନ୍ତିକା ଜୈନ ଇନଷ୍ଟାଗ୍ରାମରେ ଏକ ନକଲି ସଙ୍ଗୀତ ପାର୍ଟିର ବିଜ୍ଞାପନ ଦେଖିଥିଲେ । ସେ ଏନେଇ ନିଜ ସାଙ୍ଗକୁ କହିଥିଲେ । ଅବନ୍ତିକା କହିଛନ୍ତି କଲେଜ ଦିନରେ ସେ ଏଭଳି ଥିମ୍ ପାର୍ଟି କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ନିଜର ସାଙ୍ଗ ସହ ଏହି ପାର୍ଟିରେ ପହଞ୍ଚିଥିଲେ ।
ପାଖାପାଖି ୧୦୦ଜଣ ଯୁବକଯୁବତୀ କୁତବମିନାର ସମ୍ମୁଖରେ ଥିବା ଏକ ରେସ୍ତୋରାଁ ଓ କ୍ଲବରେ ନକଲି ସଙ୍ଗୀତ ପାର୍ଟି ଏନଜୟ କରିବାକୁ ଯାଇଥିଲେ । ସେମାନେ ଟ୍ରାଡିସନାଲ ଡ୍ରେସ ପିନ୍ଧିକି ପାର୍ଟିକୁ ଯାଇଥିଲେ । ଯାହା ଥିମ ରହିଥିଲା ।
ପାର୍ଟି ପାଇଁ ରେସ୍ତୋରାଁକୁ ଫୁଲରେ ସଜା ଯାଇଥିଲା । ପୁର ଅସଲି ବାହାଘର ଲାଗୁଥିଲା । ବିଭିନ୍ନ ଜାଗାରେ ସେଲଫି ପଏଣ୍ଟ ଥିଲା । ମେହେନ୍ଦି ଲଗାଇବା ପାଇଁ ମେହେନ୍ଦି ଆର୍ଟିଷ୍ଟ ବି ଥିଲେ । ଯେଉଁମାନେ ଅତିଥିଙ୍କ ହାତରେ ମେହେନ୍ଦି ଲଗାଉଥିଲେ । ପାର୍ଟିରେ ପଞ୍ଜାବୀ ଓ ହିନ୍ଦୀ ଗୀତ ବାଜୁଥିଲା । ବାଜା ବାଲା ବି ପାର୍ଟିର ମାହୋଲକୁ ଆହୁରି ଜମେଇ ଦେଇଥିଲେ ।
ଏହି ପାର୍ଟିରେ କେବଳ ୟଙ୍ଗଷ୍ଟାର ନୁହଁନ୍ତି ୪୦ବର୍ଷରୁ ବି ଅଧିକ ବୟସର ଲୋକ ବି ସାମିଲ ହେଉଛନ୍ତି । ନିଜ ସାଙ୍ଗମାନଙ୍କ ସହ ମିଶି ସେମାନେ ନକଲି ବିବାହରେ ଅସଲି ମଜା ନେଉଛନ୍ତି । ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ରେଜିଷ୍ଟ୍ରେସନ ପାଇଁ ପାଖାପାଖି ୫୫୦ ଟଙ୍କାର ଏଣ୍ଟ୍ରି ଫିସ୍ ଦେବାକୁ ପଡ଼ିବ ।
କିଛି ଇଭେଣ୍ଟ କଂପାନି ଓ ଡ୍ୟାନ୍ସ କୋରିଓଗ୍ରାଫର ବି ଏଭଳି ନକଲି ବିବାହର ଆୟୋଜନ କରୁଛନ୍ତି କେବଳ ସୋସିଆଲ ମିଡିଆ କଣ୍ଟେଣ୍ଟ ପାଇଁ । ସେମାନଙ୍କ କହିବା କଥା, ଏଭଳି ଭିଡିଓ ଯାହା ଅସଲି ବିବାହ ଭଳି ଲାଗୁଛି ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752144050.jpg)