Tips and Tricks: ରୋଷେଇ ଘରେ ବେଶି ଗରମ ହେଉଛି କି; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।

ରୋଷେଇ ଘରେ ବେଶି ଗରମ ହେଉଛି କି; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଘରେ ଏମିତି ଏକ ଯାଗା ଅଛି ଯେଉଁଠିକୁ ଖରାଦିନେ କେହି ଯିବାକୁ ମନ କରନ୍ତି ନାହିଁ। ଯଦି ଯାଆନ୍ତି ବହୁ କଷ୍ଟରେ। ତାହା ହେଉଛି ରୋଷେଇ ଘର। କିନ୍ତୁ, ଖାଦ୍ୟ ନ ଖାଇ ବଞ୍ଚିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ମହିଳାମାନେ ନ ଚାହିଁଲେ ବି ରୋଷେଇ ଘରକୁ ଯିବାକୁ ପଡିବ।

ସେ ଭାତ ହେଉ କି ତରକାରୀ ବା ରୁଟି, ପରଟା ଯାହା ବି ହେଉ ପ୍ରସ୍ତୁତ କରିବା ପାଇଁ ଜଣକୁ ଘଣ୍ଟା ଘଣ୍ଟା ପାଇଁ ଗ୍ୟାସ୍ ଚୁଲା ପାଖରେ ଠିଆ ହେବାକୁ ପଡିବ। କାରଣ ପରିବାର ସଦସ୍ୟଙ୍କ ଅନୁରୋଧ ପୂରଣ ହେବା ଆବଶ୍ୟକ। ୧୫ ମିନିଟ୍ ମଧ୍ୟରେ ମୁଣ୍ଡରୁ ଝାଳ ବାହାରିବା ଆରମ୍ଭ କରେ। ବର୍ତ୍ତମାନ ସମୟରେ ରୋଷେଇ ଘରକୁ ଯାଉଥିବା ସମସ୍ତଙ୍କ ଅବସ୍ଥା ଏଇଆ।

ଅଧିକ ପଢ଼ନ୍ତୁ: ଓଜନ କମାଇବା ପାଇଁ ଚାହୁଁଛନ୍ତି କି...ପି‌ଅନ୍ତୁ ଏହି ୫ଟି ସୁପ୍...

ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।

ରୋଷେଇ ସମୟରେ ପରିବର୍ତ୍ତନ:

କିଛି ମହିଳା ପ୍ରାୟ ଦିନ ୧୨ ରୁ ୨ ଭିତରେ ରୋଷେଇ କରିବାକୁ ରୋଷେଇ ଘରକୁ ଯାଆନ୍ତି। ଏହି ସମୟରେ ସୂର୍ଯ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଥାଏ, ଯେଉଁଥିପାଇଁ ଘର ଭିତରେ ଉତ୍ତାପ ବହୁତ ବଢିଯା। ପ୍ରାୟ ରୋଷେଇ ଘରେ ନା ଥାଏ AC କିମ୍ବା କୁଲର। ଏପରି ପରିସ୍ଥିତିରେ, ଗ୍ରୀଷ୍ମ ସମୟରେ ରୋଷେଇ ସମୟରେ କିଛି ପରିବର୍ତ୍ତନ କରିବା ଭଲ।

ଯଦି ଆପଣ ଦିନକୁ ତିନୋଟି ଭୋଜନ ରାନ୍ଧନ୍ତି, ତେବେ ସକାଳେ ସମସ୍ତ କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ। ପରେ, ଖାଇବା ସମୟରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଗରମ କରି ଖାଆନ୍ତୁ। ଏପରି ହେଲେ ଆପଣଙ୍କୁ ବାରମ୍ବାର ରୋଷେଇ ଘରକୁ ଯିବାକୁ ପଡିବ ନାହିଁ।

ଶୀଘ୍ର ହେଉଥିବା ଖାଦ୍ୟ:

ଗ୍ରୀଷ୍ମ ସମୟରେ ସହଜ ଏବଂ ଶୀଘ୍ର ହେଉଥିବା ଖାଦ୍ୟ ପ୍ରସ୍ତୁତ କରନ୍ତୁ। ଖରା ଦିନେ ଅତ୍ୟଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଅସ୍ୱାସ୍ଥ୍ୟକର। ଏପରି ପରିସ୍ଥିତିରେ, କେବଳ ସେହି ଖାଦ୍ୟ ତିଆରି କରନ୍ତୁ ଯାହା ଅଧିକ ସମୟ ନେଇ ନ ଥାଏ। ସରଳ ଖାଦ୍ୟ ବାଛନ୍ତୁ, ଯାହା କମ୍ ପରିଶ୍ରମରେ ପ୍ରସ୍ତୁତ ହୋଇପାରିବ।

ଅଧିକ ପଢ଼ନ୍ତୁ: ସିନ୍ଥିରେ ସିନ୍ଦୂର ଲଗେଇବା ଦ୍ୱାରା ଝଡୁଛି ଚୁଟି; ଘରେ ତିଆରି କରନ୍ତୁ ପ୍ରାକୃତିକ ସିନ୍ଦୂର

କମ୍ ଆଇଟମ୍:

ଗ୍ରୀଷ୍ମ ଋତୁରେ ସବୁଠାରୁ ବଡ କଷ୍ଟ ନିଆଁ ପାଖରେ ଘଣ୍ଟା ଘଣ୍ଟା ଠିଆ ହେବା। ଏପରି ପରିସ୍ଥିତିରେ ସେହି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ଗ୍ୟାସ୍ ଚୁଲା ପାଖରେ ଅଧିକ ସମୟ ଠିଆ ହେବାକୁ ପଡିବ ନାହିଁ। ସର୍ବନିମ୍ନ ଆଇଟମ୍ କରିବାକୁ ଚେଷ୍ଟା କରନ୍ତୁ। ଏହା ବଦଳରେ ଫଳ, ସାଲାଡ୍‌, ଜୁସ୍, ସିଝା ଜିନିଷ ଖାଇବା ନେଇ ଗୁରୁତ୍ୱ ଦିଅନ୍ତୁ। ଏଗୁଡିକ ସହଜରେ ହଜମ ହେବ ଏବଂ ଶରୀରରେ ପୋଷକ ତତ୍ତ୍ୱର ଅଭାବ ରହିବ ନାହିଁ।

ଆଗରୁ ପ୍ରସ୍ତୁତ:

ଯାହା ବି କରିବାକୁ ଚାହୁଁଛନ୍ତି ସେଥିପାଇଁ ଆଗରୁ ଜିନିଷ ସବୁ ଏକାଠି କରି ରଖନ୍ତୁ। ସେ ପରିବା କାଟିବା ହେଉ କି ମସଲା ବାଟିବା ହେଉ ଏହାକୁ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଅଳ୍ପ ସମୟ ବାହାର କରି କରିପାରିବେ। ଏହା ଦ୍ୱାରା ଦିନରେ ରୋଷେଇ କରିବାକୁ ବେଶି ସମୟ ନେବ ନାହିଁ।

ଏଗ୍‌ଜଷ୍ଟ୍ ଫ୍ୟାନ୍ ବ୍ୟବହାର:

ଯଦି ରୋଷେଇ ଘରେ ଏଗ୍‌ଜାଷ୍ଟ୍ ଫ୍ୟାନ୍ ଏବଂ ଚିମିନି ଅଛି ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହା ରାନ୍ଧିବା ସମୟରେ ଉତ୍ପନ୍ନ ଧୂଆଁ, ବାଷ୍ପ, ତେଲ ଏବଂ ମସଲାର ଦୁର୍ଗନ୍ଧକୁ ଦୂର କରିବ। ରୋଷେଇ ଘରର ଝରକା ଖୋଲା ରଖନ୍ତୁ। ଏହା ବାୟୁକୁ ବାହାରକୁ ଛାଡିବ। ଫଳରେ ରୋଷେଇ ଘର ଭିତରେ ଆର୍ଦ୍ରତା, ମଇଳା ଏବଂ ଦୁର୍ଗନ୍ଧ ଜମା ହେବ ନାହିଁ। ଫଳରେ ରୋଷେଇ ଘର ଭିତରକୁ ଯିବାବେଳେ ପରିଷ୍କାର, ଥଣ୍ଡା ଏବଂ ଦୁର୍ଗନ୍ଧମୁକ୍ତ ଲାଗିବ।