Advertisment

Relationship Tips: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କାହିଁକି ହୁଏ ଝଗଡ଼ା; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।

ଅଦ୍ୟତନ ହୋଇଛି
These things often become the reason for fights between couples

These things often become the reason for fights between couples

Advertisment

ଆଜିକାଲି, ଅନେକ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିପାରୁନି। କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ କଥା ଛାଡପତ୍ର ପର୍ଯ୍ୟନ୍ତ ମଧ୍ୟ ଚାଲିଯାଉଛି।

Advertisment

ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ। ଏହା ପଛରେ ଅନେକ କାରଣ ଥାଇପାରେ। ତେବେ ଆସନ୍ତୁ ଏମିତି କିଛି ସାଧାରଣ କାରଣ ବିଷୟରେ ଜାଣିନେବା, ଯାହା ଏକ ସମ୍ପର୍କ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଏସବୁ ଜାଣି ସତର୍କ ହୋଇଗଲେ, ବୈବାହୀକ ଜୀବନରେ ସୁଖ ଆସିବ।

ପ୍ରତ୍ୟେକ କଥାରେ ମିଛ କହିବାର ଅଭ୍ୟାସ:

ପ୍ରତ୍ୟେକ କଥାରେ ମିଛ କହିବାର ଅଭ୍ୟାସ ସଂପର୍କରେ ବିଷ ମଞ୍ଜି ବୁଣିଥାଏ। ଏହା ଦ୍ୱାରା କେବଳ ଝଗଡା ନୁହେଁ ବରଂ ପରସ୍ପରଙ୍କ ଉପରୁ ବିଶ୍ୱାସ ଉଠିଯାଏ।

Advertisment

ଅଧିକ ପଢ଼ନ୍ତୁ: ଅଧିକାଂଶ ବିବାହରେ କାହିଁକି ଛାଡପତ୍ର; ଜାଣନ୍ତୁ ପୁରୁଷଙ୍କ ୫ ସାଧାରଣ ଭୁଲ

ପାର୍ଟନରଙ୍କୁ ସବୁବେଳେ ସନ୍ଦେହ କରିବା:

ଯେଉଁମାନେ ଏକ ସମ୍ପର୍କରେ ସର୍ବଦା ପରସ୍ପରକୁ ସନ୍ଦେହ କରନ୍ତି, ସେମାନଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନ ଥାଏ। ଅନେକ ସମୟରେ ଲୋକମାନେ ଅନାବଶ୍ୟକ ଭାବରେ ସେମାନଙ୍କ ପାର୍ଟନରଙ୍କୁ ସନ୍ଦେହ କରନ୍ତି। ଏହି ଅଭ୍ୟାସ ସବୁବେଳେ ଝଗଡା ହେବାର କାରଣ ହୋଇଯାଏ।

Advertisment

ପାର୍ଟନରଙ୍କୁ କେବେବି ସ୍ୱତନ୍ତ୍ର ଅନୁଭବ ନ କରେଇବା:

ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ ତାଙ୍କ ପାର୍ଟନର ତାଙ୍କୁ ସ୍ୱତନ୍ତ୍ର ଅନୁଭବ କରାନ୍ତୁ। କିନ୍ତୁ ଅନେକ ଲୋକଙ୍କର ସେମାନଙ୍କୁ ପାର୍ଟନରଙ୍କୁ ଶୁଭକାମନା କରିବାକୁ ମଧ୍ୟ ମନେ ରୁହେ ନାହିଁ। ଏହିସବୁ କଥା ଛୋଟ ଛୋଟ ଝଗଡାର କାରଣ ହୋଇଯାଏ।

ସର୍ବଦା ଅନ୍ୟର ମତକୁ ଦବେଇବା:

ପ୍ରତ୍ୟେକଙ୍କର ନିଜସ୍ୱ ଚିନ୍ତାଧାରା ଥାଏ। ଅନ୍ୟମାନଙ୍କ ମତକୁ ଅଣଦେଖା କରିବା ସବୁବେଳେ ଠିକ୍ ନୁହେଁ। ଏହା ମଧ୍ୟ ସମ୍ପର୍କରେ ଦୂରତା ସୃଷ୍ଟି କରେ।

ପାର୍ଟନରଙ୍କ ଯତ୍ନ ନ ନେବା:

ନିଜ ପାର୍ଟନରଙ୍କ ଯତ୍ନ ନେବା ଏବଂ ସବୁବେଳେ ସେମାନଙ୍କୁ ସମର୍ଥନ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଯଦି ଏହା କରା ନ ଯାଏ, ତେବେ ଏକାକୀ ଅନୁଭବ ହୁଏ ଏବଂ ଏହିଠାରୁ ମତଭେଦ ଆରମ୍ଭ ହୁଏ।

ଅଧିକ ପଢ଼ନ୍ତୁ: ଛାଡପତ୍ର ପରେ ମେହେନ୍ଦୀରେ ବଖାଣିଲେ ଶାଶୁଘର ନିର୍ଯାତନା

Couple Divorce Relationship Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ