Advertisment

Parenting Tips: ବାପାଙ୍କ ଠାରୁ ଏହି ୫ ଗୁଣ ଦେଖି ଦେଖି ଶିଖେ ପୁଅ; ଜାଣନ୍ତୁ ସେ ସବୁ କ’ଣ...

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅନନ୍ୟ ହୋଇଥାଏ। ଯେପରି ଜଣେ ବାପା ନିଜ ପିଲାଦିନକୁ ନିଜ ପୁଅ ଭିତରେ ଦେଖନ୍ତି, ସେହିଭଳି ଜଣେ ପୁଅ ମଧ୍ୟ ନିଜ ବାପାଙ୍କ ପରି ହେବାର ସ୍ୱପ୍ନ ଦେଖନ୍ତି। ସେମାନେ ନିଜ ପିତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଏବଂ ଦୁନିଆକୁ ଦେଖିବାର ଦୃଷ୍ଟିକୁ ସାରା ଜୀବନ ମନେ ରଖନ୍ତି।

ଅଦ୍ୟତନ ହୋଇଛି
These behavior that every son learn from his father

These behavior that every son learn from his father

Advertisment

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅନନ୍ୟ ହୋଇଥାଏ। ଯେପରି ଜଣେ ବାପା ନିଜ ପିଲାଦିନକୁ ନିଜ ପୁଅ ଭିତରେ ଦେଖନ୍ତି, ସେହିଭଳି ଜଣେ ପୁଅ ମଧ୍ୟ ନିଜ ବାପାଙ୍କ ପରି ହେବାର ସ୍ୱପ୍ନ ଦେଖନ୍ତି। ସେମାନେ ନିଜ ପିତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଏବଂ ଦୁନିଆକୁ ଦେଖିବାର ଦୃଷ୍ଟିକୁ ସାରା ଜୀବନ ମନେ ରଖନ୍ତି।

Advertisment

ଏହାରି ଭିତରେ ସେମାନେ କେତେବେଳେ ନିଜ ବାପାଙ୍କୁ ନିଜର ଆଦର୍ଶ କରିନେଇଥାନ୍ତି ସେମାନେ ନିଜେ ମଧ୍ୟ ଜାଣି ନଥାନ୍ତି। କୁହାଯାଏ ଯେ ପୁଅମାନେ ହେଉଛନ୍ତି ସେମାନଙ୍କ ବାପାଙ୍କ ଛାଇ। ଏଭଳି ପରିସ୍ଥିତିରେ ସେହି ବାପାମାନଙ୍କୁ ନିହାତି ସତର୍କ ରହିବା ଉଚିତ ଯେ ଯେଉଁମାନଙ୍କ ଘରେ ପୁଅ ଅଛନ୍ତି। ତେବେ ଆସନ୍ତୁ ଜଣେ ବାପାଙ୍କ କେଉଁ ଆଚରଣ ଏବଂ ଅଭ୍ୟାସକୁ ଜଣେ ପୁଅ ଦେଖି ଦେଖି ଶିଖିଯାଏ ତାହା ଜାଣିବା।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପୁଅକୁ କୁହନ୍ତୁ ଏହି ୬ଟି କଥା; ସେମାନେ ହେବେ ନାହିଁ ଉଗ୍ର

Advertisment

ମା’ଙ୍କ ପ୍ରତି ବ୍ୟବହାର:

ଜଣେ ବାପାଙ୍କର ପିଲାର ମା’ ପ୍ରତି ଆଚରଣକୁ ପୁଅ ଅନୁକରଣ କରେ। ଏହା ପୁଅମାନଙ୍କୁ ଦୁନିଆର ପ୍ରତ୍ୟେକ ମହିଳାଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ତାହା ଶିଖାଏ। ତେଣୁ ପ୍ରତ୍ୟେକ ବାପା ଏହା ଜାଣିବା ଦରକାର ଯେ ନିଜର ପତ୍ନୀଙ୍କୁ ସମ୍ମାନ, ପ୍ରେମ ଏବଂ ସମାନତା ସହିତ ବ୍ୟବହାର କରନ୍ତୁ।

ଜୀବନ ପରିଚାଳନା:

ଆଜିର ଦୁନିଆରେ ଆପଣ ନିଜ ଜୀବନର ଉତ୍ଥାନ-ପତନକୁ କିପରି ପରିଚାଳନା କରୁଛନ୍ତି ତାହା ମଧ୍ୟ ଆପଣଙ୍କ ପୁଅ ମଧ୍ୟ ଦେଖେ ଏବଂ ଶିଖେ। ଯଦି ଆପଣ ଟିକେ ଟିକେ କଥାରେ ଆକ୍ରମଣାତ୍ମକ ବା କ୍ରୋଧିତ ହୁଅନ୍ତି, ଲୋକଙ୍କ ସହ ଅସଦାଚରଣ କରନ୍ତି, ଖରାପ ଭାଷା ବ୍ୟବହାର କରନ୍ତି, ଅଭିଯୋଗ କରନ୍ତି କିମ୍ବା ନିଶା ଖାଆନ୍ତି କିମ୍ବା ଶାନ୍ତ ମନରେ ସବୁ କିଛିକୁ ଗ୍ରହଣ କରି ନେଉଛନ୍ତି, ଏ ସବୁ ଆଚରଣକୁ ଆପଣଙ୍କ ପୁଅ ଦେଖି ଦେଖି ଶିଖିନିଏ।

Advertisment

ଲୋକମାନଙ୍କୁ ବ୍ୟବହାର:

ନିଜ ପୁଅ ଏହା ମଧ୍ୟ ଦେଖେ ଯେ ଆପଣ ଲୋକମାନଙ୍କୁ କେତେ ସମ୍ମାନ କରୁଛନ୍ତି ଏବଂ ସ୍ନେହପୂର୍ଣ୍ଣ ବ୍ୟବହାର କରୁଛନ୍ତି। ଯଦି ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ତେବେ ଆପଣଙ୍କ ପୁଅ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ଶିଖେ, ଯଦି ଆପଣ ବୃଦ୍ଧମାନଙ୍କୁ ସମ୍ମାନ କରୁଛନ୍ତି ତେବେ ଆପଣଙ୍କ ପୁଅ ମଧ୍ୟ ସେମାନଙ୍କୁ ସମ୍ମାନ କରିବାକୁ ଶିଖିବେ। ତେଣୁ, ଏହା ଭଲ ହେବ ଯେ ଆପଣ ନିଜ ପୁଅକୁ ଲୋକଙ୍କୁ ଭଲ ପାଇବା ଏବଂ ପ୍ରେମ କରିବା ନିଶ୍ଚିତ ଶିଖାନ୍ତୁ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ବିଫଳତାର ସମ୍ମୁଖୀନ:

ପ୍ରତ୍ୟେକ ବାପା ନିଜ ପୁଅମାନଙ୍କୁ ଚ୍ୟାଲେଞ୍ଜ୍‌ ଏବଂ ବିଫଳତାର ସମ୍ମୁଖୀନ ହେବାକୁ ଏବଂ ପରିସ୍ଥିତି ଅନୁଯାୟୀ ନିଜକୁ ଖାପ ଖୁଆଇବା ନେଇ ପ୍ରେରଣା ଦେବା ଜରୁରୀ। ଅସୁବିଧାକୁ କାବୁ କରିବା, ଖରାପ ପରିସ୍ଥିତିର ମୁକାବିଲା କରିବା ଏବଂ ବିଫଳତାକୁ ଦୂର କରିବା ପାଇଁ ସାହସ ରଖିବା ମଧ୍ୟ ସେମାନଙ୍କୁ ସ୍ଥିର ଏବଂ ସକରାତ୍ମକ ଚିନ୍ତା କରିବାରେ ସାହାଯ୍ୟ କରେ।

ପରିବାରର ମୂଲ୍ୟ:

ଜଣେ ପୁଅ ନିଜ ବାପାଙ୍କଠାରୁ ପରିବାର, ସଂସ୍କୃତି ଇତ୍ୟାଦିର ମୂଲ୍ୟକୁ ଶିଖେ। ପାରିବାରିକ ମୂଲ୍ୟ ଏବଂ ପରମ୍ପରାକୁ ଅନୁସରଣ କରିବା, ପରିବାର ସଦସ୍ୟଙ୍କ ପ୍ରତି ତ୍ୟାଗ ଭାବନା ଇତ୍ୟାଦିକୁ ପୁଅ ନିଜ ବାପାଙ୍କ ଆଦର୍ଶରୁ ହିଁ ଶିଖେ।

Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ