Advertisment

ସଫଳତା ପାଇଁ ଜରୁରୀ ଅଟେ ଏହି ୪ଟି କଥା

ମଣିଷ ଜୀବନରେ ସଫଳତାର ଅନେକ ମହତ୍ତ୍ୱ ରହିଛି । ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନ କାମକୁ ନେଇ ଖୁସି ନୁହନ୍ତି । ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ବର୍ଷ ଆରମ୍ଭରୁ ଏମିତି କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ,ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।

ଅଦ୍ୟତନ ହୋଇଛି
the key to success

the key to success

Advertisment

ଆମେ ନିଜ ଦୈନନ୍ଦିନ ଜୀବନରେ ଏହି ବିଚାରଧାରାକୁ ଅଣଦେଖା କରି ଦେଇଥାଉ ,କିନ୍ତୁ କେତୋଟି ବିଚାର ଏହିଭଳି ରହିଛି ଆମ ଜୀବନରେ ଆଗକୁ ବଢି଼ବାରେ ସାହାଯ୍ୟ କରିଥାଏ ।

Advertisment

ଧ୍ୟାନ ଦିଅନ୍ତୁ ଏହି ୪ଟି କଥା:

କଠିନ ପରିଶ୍ରମ:

ସଫଳତା ହାସଲ କରିବା ପାଇଁ ପ୍ରଥମ ମନ୍ତ୍ର ହେଲା କଠିନ ପରିଶ୍ରମ l ଲୋକମାନଙ୍କ ପାଖରୁ ଆପଣ ଏହା କହିବା ମଧ୍ୟ ଶୁଣିଥିବେ ଯେ ସଫଳତା ପାଇବା ପାଇଁ କୌଣସି ସରଳ ଉପାୟ ନାହିଁ l ଯଦି ଆପଣ ଛାତ୍ର ହୋଇଛନ୍ତି ତେବେ ନିଜ ଭବିଷ୍ୟତର ସ୍ୱପ୍ନକୁ ଦେଖି ପରିଶ୍ରମ କରି ଚାଲନ୍ତୁ l ଯଦି ଆପଣ କର୍ମଜୀବି ହୋଇଛନ୍ତି ତେବେ ବର୍ତ୍ତମାନର କାର୍ଯ୍ୟରେ ପରିଶ୍ରମ କରିବା ସହିତ ଭବିଷ୍ୟତ ପାଇଁ କିଛି ଉଚ୍ଚ ଅଭିଳାଷ ରଖନ୍ତୁ l

ପ୍ରତ୍ୟେକ କାମ ପାଇଁ ସମୟ ନିର୍ଦ୍ଧାରଣ:

ଆପଣ ଯଦି ଛାତ୍ର ହୋଇଛନ୍ତି ତେବେ ନିଜର ପାଠ୍ୟକ୍ରମକୁ ପୂରା କରିବା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ l ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି କିମ୍ବା ଚାହୁଁଛନ୍ତି ସେଥିପାଇଁ ପୂର୍ବରୁ ସମୟ ନିର୍ଦ୍ଧାରଣ କରନ୍ତୁ l କାରଣ ଜୀବନରେ ସମୟାନୁବର୍ତ୍ତୀ ହେବା ନିହାତି ଆବଶ୍ୟକ l ଯିଏ ସମୟର ମୂଲ୍ୟକୁ ବୁଝିଛି ସେ ସବୁକିଛି କରି ପାରିବ ।

Advertisment

ଧ୍ୟାନ ଦେଇ କରନ୍ତୁ କାର୍ଯ୍ୟ:

ବିନା ଧ୍ୟାନରେ ଛାତ୍ର ମାନେ ଯେତେ ଅଧିକ ପାଠ ପଢିଲେ ମଧ୍ୟ ସେ ପାଠପଢ଼ାର କୌଣସି ମୂଲ୍ୟ ନାହିଁ । ଯେତିକି ସମୟ ପଢୁଛନ୍ତି ଏକାଗ୍ରତା ରଖିବା ଆବଶ୍ୟକ  । ସେହିଭଳି କର୍ମଜୀବୀ ମାନେ ସବୁବେଳେ ନିଜ କାମକୁ ଯଦି ଧ୍ୟାନ ଦେଇ କରିବେ ତେବେ କାମ ତାଙ୍କର ସହଜ ହେବା ସହିତ ସରଳ ମଧ୍ୟ ହୋଇଯିବ ।

ନିଜ ସ୍ୱପ୍ନକୁ ସତ୍ୟ କରିବାର ସଂଘର୍ଷ:

ସବୁବେଳେ ଜୀବନରେ ବଡ଼ ସ୍ୱପ୍ନ ଦେଖିବା ଆବଶ୍ୟକ ଓ ଦୀର୍ଘ ସମୟ ପାଇଁ ଏହାକୁ ସମୟ ନିର୍ଦ୍ଧାରଣ କରନ୍ତୁ । ଯଦି କେବେ ଲାଗୁଛି ଆପଣ ହlରିବାକୁ ଯାଉଛନ୍ତି ତେବେ ନିଜର ସ୍ୱପ୍ନକୁ ମନେ ପକାନ୍ତୁ । ନିଜର ମନକୁ ବୁଝାନ୍ତୁ ଯେ 'ମୁଁ ମୋର ଗୋଲକୁ ହାସଲ କରିବି' ।

Advertisment
Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ