Advertisment

ଘରେ ରହିବ ନାହିଁ ଅର୍ଥର ଅଭାବ, କରନ୍ତୁ ଏହି ଉପାୟ

ଆମ ଦୈନଦିନ କର୍ମମୟ ଜୀବନରେ ଆମେ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାଉ ହେଲେ ଅର୍ଥ ସଞ୍ଚୟ କରି ରଖିପାରନ୍ତି ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ବିଭିନ୍ନ କାରଣ ପାଇଁ ହୋଇଥାଏ । ଆଜିର ବାସ୍ତୁ ଟିପସ୍‌ରେ ଜାଣିବା କଣ ଉପଚାର କଲେ ଘରେ ଅର୍ଥର ଅଭାବ ରହିବ ନାହିଁ ।

ଅଦ୍ୟତନ ହୋଇଛି
vastu and money

vastu and money

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଆର୍ଥିକ ସମସ୍ୟା ଉପୁଜିବା ଅର୍ଥ ଘରେ ଲକ୍ଷ୍ମୀଙ୍କ ଆବାହନରେ ବାଧା ସୃଷ୍ଟି ହେଉଛି । ବାସ୍ତୁ ଅନୁଯାୟୀ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ଏକ ବଡ଼ କାରଣ ହୋଇପାରେ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କଣ କରିଲେ ଘରେ ଅର୍ଥର ଅଭାବର ସମସ୍ୟା ରହିବ ନାହିଁ ।

Advertisment

ବାସ୍ତୁ ଟିପ୍ସ୍:

  • ହିନ୍ଦୁ ଧର୍ମରେ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଘରର ପୂର୍ବ-ଉତ୍ତର ଦିଗରେ କଦଳୀ ଗଛ ଲଗାଯିବା ଉଚିତ୍ । ଘରର ବଗିଚାରେ ଏକ କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଟଙ୍କା ଅଭାବ ହୁଏ ନାହିଁ ।
  • ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ପଥକୁ ସର୍ବଦା ସଫା ରଖନ୍ତୁ ଏବଂ ଏହାର ଚାରିପାଖରେ ଥିବା କାନ୍ଥର ରଙ୍ଗ ପରିବର୍ତ୍ତନ କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କେବେ ବି ଟଙ୍କାର ଅଭାବ ହୁଏ ନାହିଁ ।
  • ଘରର ଉତ୍ତର-ପୂର୍ବ କାନ୍ଥରେ ଗଣେଶଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଅର୍ଥାଭାବ ଦୂର କରିବାକୁ ମା’ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ଆବଶ୍ୟକ ।
vastu and moneyvastu and money
  •  ବାସ୍ତୁ ଅନୁଯାୟୀ ଶୋଇବା ଘରର ଝରକାରେ ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେନାହିଁ । ଏହାକୁ ଛୁଇଁ ଘରକୁ ଯେଉଁ ଆଲୋକ ଆସିଥାଏ ତାହା ସାକରାତ୍ମକ ଶକ୍ତି ଆଣିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ ।
  • ଘରେ ଜଳର ଅପଚୟ ଏକ ଭଲ ସଙ୍କେତ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଜଳ ଅପଚୟ ଦ୍ୱାରା ଘରେ ଟଙ୍କା ଅଭାବ ଦେଖାଦେଇଥାଏ । ଏହି କାରଣରୁ ମନୁଷ୍ୟର ଚନ୍ଦ୍ର ଦୁର୍ବଳ ହୋଇଥାଏ । ସେଥିପାଇଁ ଜଳ ନଷ୍ଟ କରିବା ଅନୁଚିତ ।
Advertisment
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ