ଶୁଭ ସଙ୍କେତ ଦିଏ ମୟୂର ପୁଚ୍ଛ

ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ …

peacock feather

News Summary

ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ

ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୂର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ । ଘରେ ଶାନ୍ତି ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

ବାସ୍ତୁ ଅନୁସାରେ ମୟୂର ପୁଚ୍ଛର ମହତ୍ତ୍ୱ କଣ ରହିଛି: