Advertisment

କେଶ ଝଡ଼ିବା କମ୍‌ କରେ ପେଜ, ଜାଣନ୍ତି କି?

ଭାତ ଗାଳି ସାରିବା ପରେ ଏହାର ପେଜକୁ ଅଦରକାରୀ ଭାବି ଆମେ ଫିଙ୍ଗି ଦେଇଥାଉ। ଏହାକୁ ନଫିଙ୍ଗି ଘରୋଇ ଉପଚାର ଭାବରେ ଆପଣ ବ୍ୟବହାର କରିପାରିବେ। ତ୍ୱଚା ଓ କେଶକୁ ସୁନ୍ଦର କରିବା ପାଇଁ ପେଜକୁ ବ୍ୟବହାର କରାଯାଇଥାଏ ।

ଅଦ୍ୟତନ ହୋଇଛି
Rice water reduces hair loss

Rice water reduces hair loss

Advertisment

ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍ କରି କେଶକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ, ପେଜ ଆପଣଙ୍କ ଶରୀରରେ ବ୍ଲଡ୍‌ ସର୍କୁଲେସନକୁ ବୃଦ୍ଧି କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ପେଜକୁ କିପରି କେଶରେ ବ୍ୟବହାର କରାଯାଇଥାଏ ।

Advertisment
  • ଗୋଟିଏ ଗ୍ଲାସ୍‌ ପେଜରେ କିଛି ବୁନ୍ଦା ଗୋଲାପ ଜଳ, ଲାଭେଣ୍ଡର ଓ ଏସେନସିଆଲ୍‌ ଅଏଲ୍‌ ମିଶାନ୍ତୁ।
  • ଏହାପରେ କେଶରେ ଶାମ୍ପୂ ଲଗାଇ ପେଜ ପାଣିରେ ଧୁଅନ୍ତୁ। କେଶରେ ଏହି ପାଣିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
  • କେଶରେ ପେଜ ପାଣି ଲଗାଇ ଭଲ ଭାବରେ ମାଲିସ କରନ୍ତୁ।
  • ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ଥରେ କେଶରେ ପେଜ ପାଣି ଲଗାନ୍ତୁ। ଦେଖିବେ କେଶ ଝଡ଼ିବା କମ୍ ହୋଇଯିବ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପେଜ ବା ଚାଉଳ ପାଣିରେ ଇନୋସିଟୋଲ ଓ କାର୍ବୋହାଇଡ୍ରେଟ୍‌ ରହିଛି।
  • ତେଣୁ ଏହାକୁ କେଶରେ ଲଗାଇ ସାରିବା ପରେ ମଧ୍ୟ ଇନୋସିଟୋଲ ଆପଣଙ୍କ କେଶରେ ରହିଥାଏ ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।
  • ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍‌ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ। ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍‌ କରିଥାଏ।
  • ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ। ପେଜର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ନାହିଁ।
Beauty Tips For Hair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ