recipe
ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ରେସିପି: ଏହା ଏକ ସ୍ବାଦିଷ୍ଟ ଚଟଣୀ ଯାହାକୁ ଆପଣ ଡାଲି, ଭାତ, ରୁଟି କିମ୍ବା ପରଟା ସହିତ ସାଇଡ ଡିସ ଭାବରେ ପରିବେଷଣ କରିପାରିବେ। ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସାଧାସିଧା ଖାଇବାକୁ କରିଥାଏ ମଜାଦାର ।
ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀର ଉପକରଣ
• ୨ଟି ଟମାଟୋ
• ୨ଟି ଗୋଟା ରସୁଣ
• ୨-୩ଟି କଞ୍ଚା ଲଙ୍କା
• ୧ଟି ଧନିଆ ପତ୍ର
• ୧ଟି ପିଆଜ
• ୧/୨ ଚାମଚ ଲୁଣ
• ୧/୨ ଚାମଚ ଭଜା ଜିରା ଗୁଣ୍ଡ
ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ପ୍ରସ୍ତୁତ ପ୍ରଣାଳୀ
-ଟମାଟୋ, ରସୁଣ ଏବଂ ଲଙ୍କାକୁ ଗ୍ୟାସରେ ପୋଡିଦିଅନ୍ତୁ
-ଯେତେବେଳେ ଟମାଟୋ ଚୋପା ପୋଡିଯିବ, ତାହାକୁ ଗୋଟିଏ ପାତ୍ରକୁ କାଢ଼ିଦିଅନ୍ତୁ । ଟମାଟୋ ଓ ରସୁଣର ଚୋପାକୁ ଛଢ଼ାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ରସୁଣ ଓ କଞ୍ଚାଲଙ୍କାକୁ ଭଲରେ ଚକଟି ଦିଅନ୍ତୁ ।
-ସେଥିରେ ଧନିଆ ପତ୍ର ପକାଇ ଭଲରେ ମିଶାଇ ଦିଅନ୍ତୁ ।
-ଏବେ ଟମାଟୋ ପକାଇ ଦରଦରା କରି ଚକୁଟି ଦିଅନ୍ତୁ ।
-କଟା ପିଆଜ, ଲୁଣ, ଲାଲ ଲଙ୍କା ଏବଂ ଭଜା ଜିରା ପକାଇ ଭଲଭାବେ ମିଶାନ୍ତୁ।
-ଆପଣଙ୍କର ବିହାରୀ ଷ୍ଟାଇଲ ଟମାଟୋ ଚଟଣୀ ପ୍ରସ୍ତୁତ ହୋଇଗଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/recipe_1754640474.jpg)