Advertisment

ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ସ୍ୱସ୍ତିକ ଚିହ୍ନ , ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ରରେ ମୁଖ୍ୟଦ୍ୱାର ୨ ପାଖର କାନ୍ଥରେ ସ୍ୱସ୍ତିକ ଚିହ୍ନ ଲଗାଇବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଦ୍ୱାର ସହ ଜଡ଼ିତ ଯଦି କୌଣସି ବାସ୍ତୁ ସମସ୍ୟା ଥାଏ, ତେବେ ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ। ଘରକୁ ସୁଖସମୃଦ୍ଧି ପ୍ରବେଶ କରିଥାଏ

ଅଦ୍ୟତନ ହୋଇଛି
Make swastikas for good luck

Make swastikas for good luck

Advertisment

ଆମ ଜୀବନରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ମାନ୍ୟତା ଓ ବାସ୍ତୁ ଅନୁସାରେ ଘରେ ଏପରି କିଛି ଜିନିଷ କରିବା ଦ୍ୱାରା ଘରେ ସାକାରତ୍ମକ ଶକ୍ତି ସୃଷ୍ଟି ହୁଏ । ବାସ୍ତୁ ଅନୁଯାୟୀ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ ରହିଛି । ଏହା ଘର ଓ ଜୀବନରେ ନେଇ ଆସେ ସୁଖ ଓ ସମୃଦ୍ଧି । ଚାଲନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନକୁ ନେଇ କଣ କହେ ବାସ୍ତୁ

Advertisment

 ଘରେ କାହିଁକି କରନ୍ତି ସ୍ୱସ୍ତିକ ଚିହ୍ନ ?

  • ଘରର ଅଗଣାର ସ୍ୱସ୍ତିକ କରିବା ଶୁଭଙ୍କର। ପିତୃପକ୍ଷରେ ଘରର ଅଗଣାରେ ଗୋବରରେ ସ୍ୱସ୍ତିକ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ।
  • ସମସ୍ତ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।
  • ଘରର ଠାକୁର ଘରେ ସ୍ୱସ୍ତିକ ଚିହ୍ନ କରି ଏହା ଉପରେ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ଓ ଶୁଭଫଳ ମିଳିଥାଏ ।
  • ଘରେ ଥିବା ଆଲମିରାରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସର୍ବଦା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
  • ମା’ଲକ୍ଷ୍ମୀ ପ୍ରସନ୍ନ ରହିଥାଆନ୍ତି। ଘରେ ଧନର ଅଭାବ ହୋଇନଥାଏ।
  • ଯେକୌଣସି ପୂଜାର୍ଚ୍ଚନା କରିବା ସମୟରେ ପ୍ରଥମେ ସ୍ୱସ୍ତିକ କରି ପୂଜା କରନ୍ତୁ, ଏହା ଖୁବ ଶୁଭ।
  • ଯେଉଁଲୋକେ ପ୍ରତିଦିନ ସକାଳେ ଉଠି ଘରକୁ ସଫାସୁତୁରା କରି ସ୍ନାନ କରି ମନରେ ବିଶ୍ୱାସ ରଖି ମା’ଲକ୍ଷ୍ମୀଙ୍କ ଆଗମନକୁ ମନରେ ରଖି ଏରୁଣ୍ଡି ବନ୍ଧର ପୂଜା କରନ୍ତି, ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।
  • ଏରୁଣ୍ଡି ବନ୍ଧର ୨ ପାଖରେ ସ୍ୱସ୍ତିକ ଚିହ୍ନ କରି ତାହା ଉପରେ ଚାଉଳ ରଖିଲେ ଭଗବାନଙ୍କ ବିଶେଷ କୃପା ମିଳିଥାଏ ।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ