ଘରେ ଆମେ ପନିର୍ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ଆଫଗାନୀ ପନୀର ମସଲା’ ।
Also Read
‘ଆଫଗାନୀ ପନୀର ମସଲା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ପନୀର, ପିଆଜ, ଅଦା, ରସୁଣ, ରିଫାଇନ୍ ତେଲ, ଧନିଆ ପତ୍ର, ପୋଦିନା ପତ୍ର, ଲୁଣ, କଞ୍ଚାଲଙ୍କା, ବଟର, ଚିଜ୍ ସ୍ଲାଇସ୍, କସ୍ତୁରୀ ମେଥି, ଚାଟ୍ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡର, ତେଜପତ୍ର, ଗୁଜରାତି, ଡାଲ୍ଚିନି, କାଜୁ ଓ ଚାର୍ମଗଜ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପନୀରକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ।
- ଲୁଣ, ଲେମ୍ବୂ, ଅଦାରସୁଣ ପେଷ୍ଟ ପକାଇ ତାହାକୁ ମ୍ୟାରିନେଟ ପାଇଁ ୧୦ ମିନିଟ୍ ରଖି ଦିଅନ୍ତୁ
- ଏହା ପରେ ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚାଲଙ୍କା, କାଜୁ, ପିଆଜ, ଚାର୍ମଗଜ ଓ ଚିଜ୍ ସ୍ଳାଇସ୍ ମିଶାଇ ଗ୍ରାଇଣ୍ଡିଂ କରି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
- ଏହାପରେ ଏକ ପାତ୍ରରେ ଦହି, ଫ୍ରେଶ କ୍ରିମ୍ ଓ ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟ ପକାଇ ଭଲ ଭାବେ ମିଶାନ୍ତୁ।
- ଏହାପରେ ସେଥିରେ ଲୁଣ, କସ୍ତୁରୀ ମେଥି, ଚାଟ୍ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡରକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
- ପନୀର ଖଣ୍ଡକୁ ସେଥିରେ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ।
- ଗ୍ୟାସ୍ରେ କଡ଼େଇ ବସାଇ ଗରମ କରନ୍ତୁ। ଏହାପରେ ସେଥିରେ ତେଲ ଦେଇ ଧୀମା ଆଞ୍ଚରେ ପନୀରକୁ ଫ୍ରାଏ କରନ୍ତୁ। ଏହାକୁ ଗୋଲଡେନ ଫ୍ରାଏ କରି ଦିଅନ୍ତୁ।
- ଏହାପରେ ଆଉ ଥରେ ପ୍ୟାନକୁ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ।
- ତେଲ ଗରମ ହେଲେ ତାହା ପରେ ବଟର ପକାନ୍ତୁ। ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନ, ସ୍ଲାଇସ୍ କଟା ହୋଇଥିବା ଅଦା, ବଳକା ପେଷ୍ଟ ପକାଇ ଗୋଳାନ୍ତୁ।
- ମସଲା କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ତାହାକୁ ଗ୍ରେଭି କରି ଦିଅନ୍ତୁ।
- ଏହାପରେ ସେଥିରେ ପନୀର ପକାଇ ଦିଅନ୍ତୁ। କିଛି ସମୟ ପରେ ଗ୍ୟାସ୍ ବନ୍ଦ କରି ପ୍ୟାନ୍କୁ ତଳକୁ ଆଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଆଫଗାନୀ ପନୀର’ ମସାଲା । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହ ଖାଇଲେ ବେଶୀ ଭଲ ଲାଗିଥାଏ।