ଅଦ୍ୟତନ ହୋଇଛି
Make the henna so thick
Advertisment
ବହୁ ପ୍ରାଚୀନ କାଳରୁ ମେହେନ୍ଦୀକୁ ସଜାଇ ହେବା ଲାଗି ବ୍ୟବହାର କରାଯାଉଛି। ବିଭିନ୍ନ ଡିଜାଇନ୍ରେ ମେହେନ୍ଦୀକୁ ହାତ ଏବଂ ପାଦରେ ଲଗାଯାଉଛି। ବାହାଘର ଓ ବିଭିନ୍ନ ପର୍ବ ପର୍ବାଣୀରେ ଝିଅ ଓ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି। ବାହାଘର ବେଳେ ସବୁ ଯୁବତୀ ଚାହାନ୍ତି ସେମାନଙ୍କ ମେହେନ୍ଦୀ ସବୁଠାରୁ ଗାଢ଼ ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ବିଷୟରେ ।
Advertisment
- ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।
- ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ।
- ମେହେନ୍ଦୀକୁ କେବେହେଲେ ହିଟର କିମ୍ବା ଡ୍ରାୟରରେ ଶୁଖାନ୍ତୁ ନାହିଁ। ସବୁବେଳେ ପ୍ରାକୃତିକ ଭାବେ ଶୁଖାଇବାକୁ ଚେଷ୍ଟା କରନ୍ତୁ।
- ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ।
- ମେହେନ୍ଦୀ ଛଡ଼ାଇବା ପରେ ସୋରିଷ ତେଲ ଲଗାଇଲେ ମେହେନ୍ଦୀ ଅଧିକ ଗାଢ଼ ଦେଖାଯିବ।
- ମେହେନ୍ଦୀ ଲଗାଇବା ପରେ ଅଳ୍ପ ଶୁଖି ଯିବା ପରେ ସେଥିରେ ଲେମ୍ବୁ ଓ ଚିନିର ରସ ଲଗାନ୍ତୁ । ଏହାଦ୍ୱାରା ମେହେନ୍ଦୀର ରଙ୍ଗ ଗାଢ଼ ହୋଇଥାଏ ।
- ଆପଣ ଚାହିଁଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇବାକୁ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ୱାରା ଏହା ଅଧିକ ଗାଢ଼ ଦେଖାଯାଏ।
- ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।
mehendi design/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643612698.jpg)