Advertisment

ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌

ଆପଣ ଘରେ ମଟନ୍‌ର ବିଭିନ୍ନ ରେସିପି ବନେଇ ଖାଇଥିବେ । କିନ୍ତୁ ଆଜି ଆମେ ମଟନ୍‌ର ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ଅଦ୍ୟତନ ହୋଇଛି
Dal Meat Recipe

Dal Meat Recipe

Advertisment

ଆପଣ କେବେ ‘ଡାଲ୍ ମିଟ୍’ର ରେସିପି ଖାଇଛନ୍ତି କି ? ଆଜି ରାନ୍ଧଣାରେ ଘରେ ବନାନ୍ତୁ ‘ଡାଲ୍ ମିଟ୍’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଡାଲ୍ ମିଟ୍ ବନେଇବା ବାଇଁ ଆବଶ୍ୟକ ସାମଗ୍ରୀ:

ମଟନ, ବୁଟଡାଲି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦି, ସୋରିଷ ତେଲ, ରିଫାଇନ ତେଲ, ଦହି, ଡାଲଚିନ୍‌ ପାଉଡର, ଗୋଲମରିଚ, ତେଜପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବୁଟ ଡାଲିକୁ ଭିଜାଇ ଅଧ ଘଣ୍ଟା ରଖି ଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ମଟନ, ସୋରିଷ ତେଲ, ଅଦାରସୁଣ ପେଷ୍ଟ, ପିଆଜ କଟା, ଲୁଣ, ଦହି ଆଦି ପକାଇ ଗୋଳାଇ ରଖି ଦିଅନ୍ତୁ।
  • ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ରିଫାଇନ ତେଲ ପକାଇ ଗରମ କରନ୍ତୁ
  • ତେଲ ଗରମ ହେବା ପରେ ସେଥିରେ ପିଆଜ କଟା ପକାନ୍ତୁ।
  • ଏହାପରେ ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ।
  • ମସଲା କଷି ହେବା ପରେ ସେଥିରେ ମଟନ ପକାନ୍ତୁ।
  • ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ, ତେଜପତ୍ର ଆଦି ପକାନ୍ତୁ।
  • ଏହାକୁ ଭଲ ଭାବେ ଗୋଳାଇ ସେଥିରେ ବୁଟ ଡାଲି ପକାଇ ଗୋଳାନ୍ତୁ।
  • ଏହାପରେ ସେଥିରେ ପାଣି ପକାନ୍ତୁ। ଏହାପରେ ଏହାକୁ ସିଝିବାକୁ ଛାଡ଼ିଦିଅନ୍ତୁ। ବୁଟ ଡାଲି ଓ ମଟନ୍ ଭଲ ଭାବେ ସିଝି ଗଲା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଡାଲ୍‌ ମିଟ୍‌’ ରେସିପି। ସେଥିରେ ଧନିଆପତ୍ର ଓ ଡାଲଚିନି ପାଉଡର ପକାଇ ଗରମାଗରମ ପ୍ଲେଟକୁ ସର୍ଭ କରନ୍ତୁ। ଏହି ରେସିପିଟିକୁ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ଭଲ ଲାଗିଥାଏ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ