ୱାର୍କ ଫ୍ରମ ହୋମ ସମୟରେ ଆମେ ନିଜର ଦୈନନ୍ଦିନ ରୁଟିନ କୁ ଫଲୋ କରୁ ନାହୁଁ । ଏହା ଓଜନ ବୃଦ୍ଧିର କାରଣ ହେଉଛି l ତା ସହିତ ଏହା ମାନସିକ ଚାପର କାରଣ ମଧ୍ୟ ହେଉଛି । ଏପରି କିଛି ଉପାୟ ଆମର ହେଲ୍ଥ ଏକ୍ସପର୍ଟ ମାନେ ଦେଇଛନ୍ତି ଯାହା ଆପଣଙ୍କ ଓଜନ ନିୟନ୍ତ୍ରିତ କରି ପାରିବ ।
- ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ୱାର୍କ ଫ୍ରମ ହୋମ୍ ସମୟରେ ପାଣି ପିଇବା ମାତ୍ରା ଅଧିକ ବଢ଼ାଇ ଦିଅନ୍ତୁ l
- ପାଣି ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିଥାଏ ଓ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।
- ସାଧାରଣତଃ ଆମେ ଘରେ ରହିଲେ ପାଣି କମ ପିଇ ଥାଉ । ଏହି କାରଣରୁ ମୋଟାପଣ ର ଶିକାର ହୋଇଥାଉ । ତେଣୁ ପ୍ରତିଦିନ ଆମେ ୭ରୁ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ ।
- ୱାର୍କ ଫ୍ରମ ହୋମ ସମୟରେ କିଛିଟା ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ ।
- ଯେପରିକି ତୈଳଯୁକ୍ତ ଖାଦ୍ୟ,ମୈଦା ଯୁକ୍ତ ଖାଦ୍ୟ,ମିଠା ଜିନିଷ ଏହିସବୁ ଠାରୁ ଦୁରେଇ ରହିବା ଉଚିତ ।
- ଏହିସବୁ ଖାଦ୍ୟକୁ ନଖାଇ ଅଧିକ ପରିମାଣରେ ଫଳ, ବଏଲ ଭେଜିଟେବୁଲସ ଇତ୍ୟାଦି ସେବନ କରନ୍ତୁ । ଯାହାଦ୍ୱାରା ଶରୀର ସୁସ୍ଥ ରହିବ ।
- ସାନ୍ଧ୍ୟ ଭ୍ରମଣ ନିହାତି ଜରୁରୀ । ଯେବେବି ଆପଣ ସାନ୍ଧ୍ୟ ଭ୍ରମଣ କରୁଛନ୍ତି ଖାଲି ପାଦରେ କରନ୍ତୁ । ଏହାଦ୍ୱାରା ଉତେଜନା ହ୍ରାସ ପାଇବା ସହ ରାତିରେ ଭଲ ନିଦ ହେବ । ତା ସହିତ ଓଜନ ମଧ୍ୟ ହ୍ରାସ ହେବ ।
- ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ ଓ ରାତି ୮ଟା ସୁଧା ରାତ୍ରି ଭୋଜନ ସମ୍ପୂର୍ଣ କରନ୍ତୁ ।