Advertisment

Egg Chop: ଖାଇବାକୁ ଖୁବ ଟେଷ୍ଟି ଲାଗିବ, ବନାଇବା ବି ଖୁବ ସହଜ...ଥରେ ବନାନ୍ତୁ ପାଟିରୁ ଛାଡ଼ିବନି

ଯଦି ଆପଣ ଅଣ୍ଡା ସିଝା ଓ ଅଣ୍ଡା ତରକାରୀ ଖାଇ ବୋର ହେଇଗଲେଣି ତେବେ ଘରେ ବନାନ୍ତୁ ଷ୍ଟ୍ରୀଟ୍ ଷ୍ଟାଇଲ ଅଣ୍ଡା ଚପ୍

Egg Chop

Egg Chop

Advertisment

ଅଣ୍ଡାରେ ପ୍ରୋଟିନ ଥାଏ, ଯାହା ଶରୀରର ମାଂସପେଶୀ ଗଠନ ଓ ମରାମତି ପାଇଁ ଜରୁରୀ। ଗୋଟିଏ ଅଣ୍ଡାରେ ପ୍ରାୟ ୬ରୁ ୭ ଗ୍ରାମ ପ୍ରୋଟିନ ଥାଏ। ସେଥିପାଇଁ ପ୍ରତିଦିନ ଅଣ୍ଡା ଖାଇବାକୁ କୁହାଯାଏ । ଯଦି ଆପଣ ଅଣ୍ଡା ସିଝା ଓ ଅଣ୍ଡା ତରକାରୀ ଖାଇ ବୋର ହେଇଗଲେଣି ତେବେ ଘରେ ବନାନ୍ତୁ ଷ୍ଟ୍ରୀଟ୍ ଷ୍ଟାଇଲ ଅଣ୍ଡା ଚପ୍

Advertisment

ଆବଶ୍ୟକ ସାମଗ୍ରୀ

ଅଣ୍ଡା – ୪ଟି
କଟା ଟମାଟୋ – ୨ଟି
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ

ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ ପରମାଣର

ପାଉଁରୁଟି ଗୁଣ୍ଡ –ଅଳ୍ପ ପରିମାଣର
କଞ୍ଚା ଲଙ୍କା – ୨ଟି
କଟା ପିଆଜ – ୨ଟି

ଗୋଲମରିଚ ଗୁଣ୍ଡ – ଅଳ୍ପ
କଳା ଲୁଣ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରି ଅଣ୍ଡାକୁ ସିଝାନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦିଅନ୍ତୁ।

ଏବେ ଏକ ପାତ୍ରରେ ବେସନ, ପାଣି, ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ, ଲୁଣ ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ।

Advertisment

ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେସନ ମିଶ୍ରଣରେ ଅଣ୍ଡାକୁ ବୁଡ଼ାଇ ତା ଉପରେ ପାଉଁରୁଟି ଗୁଣ୍ଡ ଲଗାନ୍ତୁ । ତାପରେ ଗୋଟିଏ ଗୋଟିଏ କରି ତେଲରେ ଛାଣନ୍ତୁ ।

ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଅଣ୍ଡାକୁ ଚାରି ଫାଳ କରି କାଟି ଏକ ପାତ୍ରରେ ରଖନ୍ତୁ।

Advertisment

ଏବେ କଟା ପିଆଜ ,କଞ୍ଚା ଲଙ୍କା, ଧନିଆ ପତ୍ର , କଟା ଟମାଟୋ, ଗୋଲମରିଚ ଗୁଣ୍ଡ, ଅଳ୍ପ କଳା ଲୁଣକୁ ଏହି ଅଣ୍ଡା ଉପରେ ପକାନ୍ତୁ। ଏହାକୁ ଟମାଟୋ ଓ ଚିଲି ସସ୍ ସହ ଖାଆନ୍ତୁ ।

Special Recipes Eggs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ