Advertisment

Tips and Tricks: ଗରମ ଦିନରେ ବିନା ACରେ ବି ଘର ରହିବ ଥଣ୍ଡା; ଏହି ଛୋଟ ଛୋଟ ଉପାୟ ମାନନ୍ତୁ

ଯଦି ଘରେ ଅତ୍ୟଧିକ ଗରମ ହୁଏ ତେବେ ଏସି, ଫ୍ୟାନ୍ ଏବଂ କୁଲର୍ ମଧ୍ୟ କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଘର ଭିତରର କିଛି ପରିବର୍ତ୍ତନ ହିଁ ଗରମରୁ ମୁକ୍ତ କରିବ।

ଅଦ୍ୟତନ ହୋଇଛି
How to keep your house cool in summer

How to keep your house cool in summer

Advertisment

ଧିରେ ଧିରେ ଗରମ ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଘରେ ବସି ମଧ୍ୟ ଝାଳ ବୋହିଯାଉଛି। ଯଦି ଘରେ ଅତ୍ୟଧିକ ଗରମ ହୁଏ ତେବେ ଏସି, ଫ୍ୟାନ୍ ଏବଂ କୁଲର୍ ମଧ୍ୟ କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଘର ଭିତରର କିଛି ପରିବର୍ତ୍ତନ ହିଁ ଗରମରୁ ମୁକ୍ତ କରିବ। ଫଳରେ ଏସି ଚଲାଇବାକୁ ମଧ୍ୟ ପଡିବ ନାହିଁ।

Advertisment

ମଣିଷ ପାଇଁ ଗଛ ବହୁତ ଉପକାରୀ ହୋଇଥାଏ। ଗଛ ଯେଉଁଠାରେ ରହିବ ସେ ଜାଗା ଥଣ୍ଡା ହେବ ଏବଂ ଏହା କରିବା ସବୁଠାରୁ ଶସ୍ତା ଆଉ ସହଜ। ଆପଣ ଛାତ ଉପରେ ଅଧିକରୁ ଅଧିକ ଗଛ କୁଣ୍ଡ ରଖିପାରିବେ। ଯେତେ ଅଧିକ ସବୁଜିବା ରହିବ, ସେତେ ଅଧିକ ଶୀତଳତା ରହିବ। ଛାତ ବ୍ୟତୀତ ବାଲ୍‌କୋନୀ ଏବଂ ରୁମ୍‌ରେ ମଧ୍ୟ ଗଛ ରଖାଯାଇପାରିବ। ଏହା ଘରର ତାପମାତ୍ରା ବଜାୟ ରଖେ ଏବଂ ପ୍ରଦୂଷଣରୁ ଦୂରେଇ ରଖିବ।

ଘରକୁ ଥଣ୍ଡା ରଖିବା ପାଇଁ ପରଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଘରେ ଏକ ବ୍ଲାକ୍‌ଆଉଟ୍ ପରଦା ଲଗାଇବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ସୂର୍ଯ୍ୟ କିରଣ ଘର ଭିତରକୁ ଆସିବ ନାହିଁ କିମ୍ବା ଗରମ ପବନ ମଧ୍ୟ ପ୍ରବେଶ କରିପାରିବ ନାହିଁ। ଫଳରେ ଘରର ତାପମାତ୍ରା ସାମାନ୍ୟ ଡିଗ୍ରୀରୁ ତଳେ ରହିବ।

Advertisment

ଅଧିକ ପଢ଼ନ୍ତୁ: ପ୍ରତିଦିନ ପିଅନ୍ତୁ ଏହି ପଣା; ବାଧିବ ନାହିଁ ଗରମର ପ୍ରଭାବ, ହେବ ନାହିଁ ଅଂଶୁଘାତ

ଯଦି କାନ୍ଥରେ ଲାଗିଥିବା ରଙ୍ଗ ମୋଟା ହୋଇଥାଏ ତେବେ ଏହା ଉତ୍ତାପକୁ ଅବଶୋଷଣ କରିଥାଏ। ଫଳରେ ଘର ଅଧିକ ଗରମ ହୋଇଥାଏ। ତେଣୁ ସବୁବେଳେ କାନ୍ଥର ରଙ୍ଗକୁ ହାଲୁକା ରଖନ୍ତୁ। ଧଳା ଏବଂ କ୍ରିମ୍ ରଙ୍ଗ ବ୍ୟବହାର କରନ୍ତୁ। ଏହା ମଧ୍ୟ ମନେରଖନ୍ତୁ ଯେ ସୋଫା କଭର ଏବଂ ବେଡ୍‌ସିଟ୍‌ର ରଙ୍ଗ ମଧ୍ୟ ହାଲୁକା ହେବା ଉଚିତ। ଏହି କାରଣରୁ, ଅଧିକ ଗରମ ଲାଗିବ ନାହିଁ।

Advertisment

ଘରେ ଲାଗିଥିବା ଲାଇଟ୍ ପ୍ରତି ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ମଧ୍ୟ ଘର ଭିତରର ତାପମାତ୍ରାକୁ ବଢାଇଦିଏ। ଯଦି ଘରେ ହଳଦିଆ କିମ୍ବା ଗାଢା ରଙ୍ଗର ଆଲୋକ ଥାଏ, ତେବେ ସେଗୁଡ଼ିକୁ ପରିବର୍ତ୍ତନ କରନ୍ତୁ। ଝୁମର ମଧ୍ୟ ଜଳାନ୍ତୁ ନାହିଁ। ସମଗ୍ର ଘରେ କେବଳ ଏଲଇଡି ଲାଇଟ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଏହି ଲାଇଟ୍ କୁଲିଂ ଇଫେକ୍ଟ ପକାଇଥାଏ ଏବଂ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ହୋଇ ନ ଥାଏ।

ଯଦି ଆପଣ ଗ୍ରୀଷ୍ମ ଋତୁରେ ଘରକୁ ଥଣ୍ଡା ରଖିବାକୁ ଚାହାଁନ୍ତି, ତେବେ ଘରର ଝରକା ଉପରେ ଡବଲ୍ କିମ୍ବା ଟ୍ରିପଲ୍ ୱିଣ୍ଡୋ ଲଗାନ୍ତୁ। ଏମିତି କଲେ ଗରମ ଘରେ ପ୍ରବେଶ କରିବ ନାହିଁ, ଘର ଭିତରେ ଥିବା ତାପମାତ୍ରା ମଧ୍ୟ ଥଣ୍ଡା ରହିବ। ଏହା ବ୍ୟତୀତ ଝରକା ଏବଂ କବାଟ ସବୁବେଳେ ପୂର୍ବ ଦିଗକୁ ଖୋଲିବା ଉଚିତ।

ଏହା କରିବା ଦ୍ୱାର ସକାଳର ସୂର୍ଯ୍ୟ କିରଣ ଘରକୁ ଆସିପାରିବ ଏବଂ ଅପରାହ୍ନ ଏବଂ ସନ୍ଧ୍ୟାର ପ୍ରବଳ ଗରମରୁ ରକ୍ଷା ମିଳିବ। ଝରକା ଓ କବାଟ ପଶ୍ଚିମ ଦିଗରେ ରହିଲେ ଘର ଅଧିକ ଗରମ ରହିଥାଏ।

ଯଦି ଆପଣ ଗରମକୁ ଦୂରେଇ ରଖିବାକୁ ଚାହୁଁଛନ୍ତି, ତେବେ ଛାତ ଉପରେ ମଧ୍ୟ ଧ୍ୟାନ ଦେବାରେ ଅଛି। ଛାତରେ ଉତ୍ତାପ ହ୍ରାସ କରୁଥିବା ଟାଇଲ ଲଗାନ୍ତୁ। ଏହା ଛାତକୁ ଗରମ କରାଏ ନାହିଁ। ଛାତ ଉପରେ ଥର୍ମାଲ୍ ଇନ୍‌ସୁଲେସନ୍ ମଧ୍ୟ କରାଯାଇପାରିବ।

ଏହା ବ୍ୟତୀତ ଛାତ ଉପରେ ଚୂନ ମଧ୍ୟ ଲଗାଯାଇପାରିବ। ଏହାଦ୍ୱାରା ଅଧିକ ତାପମାତ୍ରା ଘର ଉପରେ ପ୍ରଭାବ ପକାଏ ନାହିଁ ଏବଂ ଘରକୁ ଥଣ୍ଡା ରଖେ। ଏହା ବ୍ୟତୀତ ଛାତ ଉପରେ ଡବଲ୍ ସ୍ଲାବ୍ ମଧ୍ୟ ଲଗା ଯାଇପାରିବ।

ଘରର ଚଟାଣ ମଧ୍ୟ ଗରମ ଦୂର କରିବାରେ ସହାୟକ ହୋଇପାରେ। ଅନେକ ଲୋକ ଚଟାଣରେ କାର୍ପେଟ୍‌ ପକାନ୍ତି। ଯଦି ଗରମ ଦିନରେ କାର୍ପେଟ୍ ପକାଯାଏ, ତେବେ ଏହା ଘର ଭିତରେ ଥିବା ଉତ୍ତାପକୁ ବଢାଇଥାଏ। ତେଣୁ ଏହାକୁ ହଟାଇ ଦିଅନ୍ତୁ।

ଚଟାଣରେ ମାର୍ବଲ ପକାନ୍ତୁ କିମ୍ବା କାଠ ଫ୍ଲୋରିଂ କରିବାକୁ ଚେଷ୍ଟା କରନ୍ତୁ। ଏହା କୋଠରୀକୁ ଥଣ୍ଡା ରଖିବ।

ଅଧିକ ପଢ଼ନ୍ତୁ: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି

Summer Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: