Advertisment

Hair Care Tips: ଚୁଟିକୁ ମଜବୁତ କରିବା ପାଇଁ ଘରେ ତିଆରି କରନ୍ତୁ ଏହି ଆୟୁର୍ବେଦିକ ତେଲ

ଚୁଟିକୁ ମଜବୁତ କରିବା ପାଇଁ ଏକ ଘରୋଇ ଉପଚାର କଥା କହିବା। ଏହାକୁ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ, ତେବେ ଆପଣଙ୍କ ଚୁଟିର ବୃଦ୍ଧି ବହୁତ ଭଲ ଭାବରେ ହେବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଚୁଟି ଅଣ୍ଟା ପର୍ଯ୍ୟନ୍ତ ପଡିଯିବ। ତେବେ ଆସନ୍ତୁ ଏହି ଟିପ୍ସ କ’ଣ ଜାଣିନେବା।

ଅଦ୍ୟତନ ହୋଇଛି
Home remedies for long hair

Home remedies for long hair

Advertisment

ଭଲ ମଜବୁତ ଚୁଟି କାହାର ବା ନ ଦରକାର। ଏହା ତ ସ୍ୱାସ୍ଥ୍ୟର ଏକ ଆଇନା। ଆପଣ ଯାହା ଖାଆନ୍ତି ଏବଂ ପିଅନ୍ତି ତାହା ମଧ୍ୟ ଆପଣଙ୍କ ଚୁଟିକୁ ପ୍ରଭାବିତ କରିଥାଏ। ଯଦି ଆପଣ ସୁସ୍ଥ ଖାଦ୍ୟର ଅଭ୍ୟାସ ରଖନ୍ତି ତେବେ ଆପଣଙ୍କ ଚୁଟି ମଧ୍ୟ ସୁନ୍ଦର ଏବଂ ସୁସ୍ଥ ରହିବ। ଯଦି ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି ତେବେ ଏହା ଆପଣଙ୍କ ଚୁଟିର ବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ।

Advertisment

ତଥାପି, ଚୁଟିର ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ଆହୁରି ଅନେକ ଜିନିଷ ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ବୟସ, ଚାପ, ପ୍ରଦୂଷଣ ଇତ୍ୟାଦି। ଏଠାରେ ଆମେ ଏକ ଘରୋଇ ଉପଚାର କଥା କହିବା। ଏହାକୁ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ, ତେବେ ଆପଣଙ୍କ ଚୁଟିର ବୃଦ୍ଧି ବହୁତ ଭଲ ଭାବରେ ହେବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଚୁଟି ଅଣ୍ଟା ପର୍ଯ୍ୟନ୍ତ ପଡିଯିବ। ତେବେ ଆସନ୍ତୁ ଏହି ଟିପ୍ସ କ’ଣ ଜାଣିନେବା।

ଅଧିକ ପଢ଼ନ୍ତୁ: ଭେଣ୍ଡିରେ ତିଆରି କରନ୍ତୁ ହେୟାର ସ୍ପା ଜେଲ୍‌; ସବୁବେଳେ ଚକ୍‌ଚକ୍ କରିବ ଚୁଟି

Advertisment

ଘରେ ପ୍ରସ୍ତୁତ କରନ୍ତୁ ଏହି ଆୟୁର୍ବେଦିକ ତେଲ

ସାମଗ୍ରୀ:

  • ଗୋଟିଏ କପ୍ ନଡ଼ିଆ ତେଲ
  • ଦୁଇ ଚାମଚ ମେଥି ଦାନା
  • ୫/୬ଟି ମନ୍ଦାର ଫୁଲ

ତିଆରି କରିବାର ପଦ୍ଧତି:

ଗୋଟିଏ ପ୍ୟାନରେ ନଡିଆ ତେଲ ନେଇ ଏହାକୁ ଗ୍ୟାସ୍‌ରେ ବସାନ୍ତୁ। ଯେତେବେଳେ ନଡ଼ିଆ ତେଲ ଭଲ ଭାବରେ ଗରମ ହେଇଯିବ ଏବଂ ଏଥିରୁ ଧୂଆଁ ବାହାରିବ, ସେଥିରେ ଦୁଇ ଚାମଚ ମେଥିଦାନା ପକାଇବେ। ମେଥି ଭଲ ଭାବେ ପାଚିଗଲେ ଗ୍ୟାସ୍‌କୁ କମେଇଦେବେ ଏବଂ ମନ୍ଦାର ଫୁଲକୁ ଟିକି ଟିକି ଖଣ୍ଡ କରି ଗରମ ତେଲରେ ପକାଇବେ।

ବର୍ତ୍ତମାନ ଏହାକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ କମ୍ ନିଆଁରେ ଭଲ ଭାବେ ଗରମ କରନ୍ତୁ। ତା’ପରେ ଗ୍ୟାସ୍‌ ବନ୍ଦ କରି ପ୍ୟାନକୁ ଘୋଡାଇ ରଖନ୍ତୁ। ଏହି ତେଲକୁ ଥଣ୍ଡା କରିବା ପରେ ଏହାକୁ କୌଣସି ଏକ ସୂତା କପଡ଼ାରେ ଛାଣନ୍ତୁ ଏବଂ ଏକ ବୋତଲରେ ରଖନ୍ତୁ।

Advertisment

କିପରି କରିବେ ବ୍ୟବହାର:

ମନେରଖନ୍ତୁ ଯେ ସବୁବେଳେ ଏହି ତେଲକୁ ସଫା ଚୁଟିରେ ଲଗାଇବେ। ସାମ୍ପୁ କରିବାର ପରଦିନ କିମ୍ବା ରାତିରେ ଏହି ତେଲକୁ ମୁଣ୍ଡରେ ଲଗାଇବା ସବୁଠାରୁ ଭଲ ହେବ। ମୁଣ୍ଡରେ ତେଲ ଲଗାଇବା ପୂର୍ବରୁ ଏହାକୁ ହାଲୁକା ଗରମ କରନ୍ତୁ ଏବଂ ଆଙ୍ଗୁଠି ଟିପରେ ନେଇ ଧିରେ ଧିରେ ଖପୁରୀରେ ଲଗାନ୍ତୁ।

ତା’ପରେ ହାତରେ ଧିରେ ଧିରେ ମାଲିସ୍ କରନ୍ତୁ। ଏହାକୁ ରାତିସାରା ଛାଡିଦିଅନ୍ତୁ। ସକାଳେ ସାମ୍ପୁ କରି ଚୁଟିକୁ ଧୋଇ ଦିଅନ୍ତୁ। ପ୍ରତିଦିନ ଏହା କରିବା ଦ୍ୱାରା, କିଛି ଦିନ ପରେ ଆପଣ ଚୁଟିରେ ଏକ ପାର୍ଥକ୍ୟ ଦେଖିବେ। ଏହାକୁ ବ୍ୟବହାର କରିବା ପରେ ଯଦି କୋଣସି ପ୍ରକାରର ଆଲର୍ଜି ଦେଖାଦିଏ ତେବେ ତୁରନ୍ତ ଏହାକୁ ବନ୍ଦ କରିଦିଅନ୍ତୁ।

ଅଧିକ ପଢ଼ନ୍ତୁ: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା

Hair Care Home Remedies For Hair Care
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ