Advertisment

Tips and Tricks: ରୋଷେଇ ଘରର ବଲ୍‌ବ କଳା ପଡ଼ିଗଲାଣି କି… ଜାଣନ୍ତୁ ସଫା କରିବାର ସଜହ ଉପାୟ

ମାସ ମାସ, ବର୍ଷ ବର୍ଷ ଧରି ଟ୍ୟୁବ୍ ଲାଇଟ୍ ଏବଂ ବଲ୍‌ବରେ ଧୂଳି ଏବଂ ମଇଳା ଜମି ରହିଥାଏ। ଯାହାଫଳରେ ରୁମର ଲାଇଟ୍ କମିଯାଏ। ତେଣୁ ଟ୍ୟୁବ୍ ଲାଇଟ୍ ଏବଂ ବଲ୍‌କୁ ମଧ୍ୟ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅଦ୍ୟତନ ହୋଇଛି
How to clean sticky dust from tube lights and bulbs safely at home

How to clean sticky dust from tube lights and bulbs safely at home

Advertisment

ପର୍ବ-ପର୍ବାଣୀ ଋତୁ ଆସିବା ମାତ୍ରେ ଘର ସଫା କରିବା କାମ ଆରମ୍ଭ ହୋଇଯାଏ। ଶେଜ, ଆଲମାରୀ ଠାରୁ ପରଦା, ବେଡସିଟ୍ ପର୍ଯ୍ୟନ୍ତ – ପ୍ରତି ଓଡ଼ିଆ ଘର ମହିଳା ଭଲ ଭାବରେ ସଫା କରିଥାନ୍ତି। ଘର କାନ୍ଥ ପୋଛାପୋଛି କରନ୍ତି। କେହି କେହି ନୂଆ ରଙ୍ଗ ମଧ୍ୟ କରନ୍ତି। କିନ୍ତୁ ପ୍ରାୟତଃ ଘରକୁ ଚିକ୍କଣ କରିବା ପାଇଁ ପ୍ରସ୍ତୁତ ହେବାବେଳେ, ଘର ଏବଂ ରୋଷେଇ ଘରେ ଥିବା ଟ୍ୟୁବ୍ ଲାଇଟ୍ ଏବଂ ବଲ୍‌ବ ପରି ଜିନିଷକୁ ଅଣଦେଖା କରନ୍ତି।

Advertisment

ଅଧିକ ପଢ଼ନ୍ତୁ: Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

ମାସ ମାସ, ବର୍ଷ ବର୍ଷ ଧରି ଟ୍ୟୁବ୍ ଲାଇଟ୍ ଏବଂ ବଲ୍‌ବରେ ଧୂଳି ଏବଂ ମଇଳା ଜମି ରହିଥାଏ। ଯାହାଫଳରେ ରୁମର ଲାଇଟ୍ କମିଯାଏ। ତେଣୁ ଟ୍ୟୁବ୍ ଲାଇଟ୍ ଏବଂ ବଲ୍‌କୁ ମଧ୍ୟ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ କେତେକ ଟିପ୍ସ ବିଷୟରେ ଜାଣିବା ଯାହା ଦ୍ୱାରା ଷ୍ଟିକି ବଲ୍‌ବ ଏବଂ ଟ୍ୟୁବ୍ ଲାଇଟ୍‌କୁ ସହଜରେ ଏବଂ ନିରାପଦରେ ସଫା କରିପାରିବା।

Advertisment

ପ୍ରଥମ ଉପାୟ:

ସର୍ବପ୍ରଥମେ, ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଡା ରଖନ୍ତୁ। ଏବେ ଏକ ଲେମ୍ବୁକୁ ଅଧା କରି ସେଥିରେ ରସ ପକାନ୍ତୁ। ଲେମ୍ବୁର ଚୋପାକୁ ବେକିଂ ସୋଡା ଉପରେ ରଖନ୍ତୁ ଏବଂ ଏହାକୁ ନେଇ ବଲ୍‌ବର ଷ୍ଟିକ୍ ଅଂଶରେ ଭଲ ଭାବରେ ଘଷନ୍ତୁ। ମଇଳା ଅତି ସହଜରେ ସଫା ହୋଇଯିବ ଏବଂ ବଲ୍‌ବ ଚିକ୍ ଚିକ୍ କରିବ। ସଫା ହୋଇଗଲା ପରେ କୌଣସି ଏକ ସୂତା କପଡାରେ ଏହାକୁ ପୋଛି ପବନରେ ଶୁଖାଇ ଦିଅନ୍ତୁ।

ଦ୍ୱିତୀୟ ଉପାୟ:

ଏକ ମଗରେ ଅଧା ପାଣି ନିଅନ୍ତୁ ଏବଂ ସେଥିରେ ୪ ଚାମଚ ବେକିଂ ସୋଡା ମିଶାନ୍ତୁ। ବର୍ତ୍ତମାନ ଏହାକୁ ଗୋଳନ୍ତୁ। ଏକ ସୂତା କପଡା ନେଇ ଏହି ମିଶ୍ରଣରେ ବୁଡ଼ାଇ ବଲ୍‌ବ କିମ୍ବା ଟ୍ୟୁବ୍ ଲାଇଟ୍‌ରେ ଲାଗିଥିବା ମଇଳାକୁ ଭଲ ଭାବରେ ପୋଛି ଦିଅନ୍ତୁ। ମଇଳା ସଫା ହୋଇଯିବ।

Advertisment

ଅଧିକ ପଢ଼ନ୍ତୁ: Tips and Tricks: ଘରର କାନ୍ଥ କଳାପଡି ଚିହ୍ନ ହୋଇଗଲାଣି କି… ଚକ୍ ଚକ୍ କରିବାର ୫ ସହଜ ଉପାୟ

ତୃତୀୟ ଉପାୟ:

ଏକ ମଗରେ ଅଧା ପାଣିରେ ଗୋଟିଏ କପ୍ ଭିନେଗାର ମିଶାନ୍ତୁ। ଏହି ମିଶ୍ରଣରେ ଗୋଟିଏ ଚାମଚ ଡିଟର୍‌ଜେଣ୍ଟ ମଧ୍ୟ ପକାନ୍ତୁ। ଏଥିରେ ସୂତା କପଡାକୁ ବୁଡ଼ାଇ ବଲ୍‌ବ କିମ୍ବା ଟ୍ୟୁବ୍ ଲାଇଟ୍ ପୋଛି ସଫା କରନ୍ତୁ।

ସତର୍କତା:

  • ବଲ୍‌ବ କିମ୍ବା ଟ୍ୟୁବ୍ ଲାଇଟ୍ ଗରମ ଥିଲେ ଓଦା କପଡା ମାରନ୍ତୁ ନାହିଁ
  • ଏହାକୁ ଅଧିକ ଜୋରରେ ଧରନ୍ତୁ ନାହିଁ କିମ୍ବା ଅଧିକ ଘଷିବାକୁ ଚେଷ୍ଟା କରନ୍ତୁ ନାହିଁ
  • ସଫା କରିବା ପରେ, ଏହାକୁ ଭଲ ଭାବରେ ଶୁଖିବାକୁ ଦିଅନ୍ତୁ
  • ଏହା ପରେ ଏହାକୁ ସୁଇଚ୍ ସହିତ ସଂଯୋଗ କରନ୍ତୁ
Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ