/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727711070.jpg)
how to check adulteration and purity of mustard oil at home
ଆମେ ସମସ୍ତେ ପ୍ରତିଦିନ ରୋଷେଇ ପାଇଁ ଅନେକ ପ୍ରକାରର ତେଲ ବ୍ୟବହାର କରିଥାଉ। କିଛି ଲୋକ ରିଫାଇଣ୍ଡ୍ ତେଲ ବ୍ୟବହାର କରନ୍ତି, କିଛି ଅଲିଭ୍ ତେଲ ଏବଂ ଅଧିକାଂଶ ଲୋକ ସୋରିଷ ତେଲ ବ୍ୟବହାର କରନ୍ତି। ସୋରିଷ ତେଲରେ ତରକାରୀ, ମାଂସ ଏବଂ ମାଛ ରାନ୍ଧିବାର ସ୍ୱାଦ କିନ୍ତୁ ନିଆରା। ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ସୋରିଷ ତେଲ ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି।
Advertisment
ଅଧିକ ପଢ଼ନ୍ତୁ: Tips and Tricks: ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା
ତେବେ ଆଜିକାଲି ଖାଦ୍ୟ ସାମଗ୍ରୀ ଏତେ ପରିମାଣରେ ଭେଜାଲ୍ ହୋଇଗଲାଣି ଯେ ଆପଣ କ’ଣ ସୁସ୍ଥ, କ’ଣ ଅସୁସ୍ଥ ତାହା ମଧ୍ୟ ଜାଣି ନାହାଁନ୍ତି। ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ।
Advertisment
ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି।
ଅସଲି କି ନକଲି କିପରି ଚିହ୍ନିବେ:
- ଯଦି ଆପଣ ସୋରିଷ ତେଲ ବ୍ୟବହାର କରନ୍ତି, ଏହାର ଶୁଦ୍ଧତା ଜାଣିବା ପାଇଁ ତେଲ ବୋତଲକୁ ଫ୍ରିଜରେ ରଖନ୍ତୁ। ଯଦି ଏଥିରେ ତାଳ ତେଲ ଥାଏ, ତେବେ ଏହା ବୋତଲର ତଳ ଭାଗରେ ଜମିଯିବ। ସୋରିଷ ତେଲ ଉପରେ ରହିବ।
- ପାଦ ଏବଂ ହାତରେ ଟିକେ ସୋରିଷ ତେଲ ଲଗାନ୍ତୁ। ଯଦି ଏହାକୁ ଘଷିବା ପରେ ହାତ ଏବଂ ପାଦରେ ରଙ୍ଗ ଦେଖାଯାଏ, ତେବେ ଜାଣନ୍ତୁ ଯେ ଏହା ଭେଜାଲ। ଶୁଦ୍ଧ ସୋରିଷ ତେଲରେ ରଙ୍ଗ କିମ୍ବା ରାସାୟନିକ ଗନ୍ଧ ରହିବ ନାହିଁ, କିନ୍ତୁ ଏକ କଡା ବାସ୍ନା ଆସିବ ଏବଂ ଆଖି ପୋଡିବ।
- ବାରୋମିଟର ଟେଷ୍ଟ୍ ମଧ୍ୟ କରିପାରିବେ। ଯଦି ତେଲ ଅସଲି ଥାଏ ତେବେ ବାରୋମିଟର ରିଡିଂ ୫୮ରୁ ୬୦ ମଧ୍ୟରେ ହୋଇପାରେ। ଅଧିକ ରିଡିଂ ଆସିଲେ ତେବେ ଏହି ତେଲ ନକଲି ଅଟେ। ତେଲରେ ଅନ୍ୟ କିଛି ଶସ୍ତା ତେଲ ମିଶ୍ରିତ ହୋଇପାରେ।
- ସୋରିଷ ତେଲରେ ନାଇଟ୍ରିକ୍ ଏସିଡ୍ ମିଶ୍ରଣ କରି ଟେଷ୍ଟ୍ କରନ୍ତୁ। ଯଦି ରଙ୍ଗରେ ପରିବର୍ତ୍ତନ ଆସେ ତେବେ ଏହା ନକଲି। ଭେଜାଲ ତେଲରେ ନାଇଟ୍ରିକ୍ ଏସିଡ୍ ମିଶାଇଲେ ରଙ୍ଗର ପରିବର୍ତ୍ତନ ଦେଖାଯାଏ।
- ଯେତେବେଳେ ଆପଣ ଏକ ପ୍ୟାନରେ ତେଲ ଗରମ କରନ୍ତି, ସେଥିରୁ ଉଠୁଥିବା ଧୂଆଁ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ବାସ୍ନାକୁ ଅନୁଭବ କରନ୍ତୁ। ଯଦି ପ୍ରବଳ ଧୂଆଁ ବାହାରି ଆଖି ପୋଡେ ତେବେ ତେଲ ଅସଲି ହୋଇପାରେ। ସୋରିଷ ତେଲର ବାସ୍ନା କଡା ହୋଇଥାଏ।
- ଶୁଦ୍ଧ ସୋରିଷ ତେଲର ରଙ୍ଗ ସୁବର୍ଣ୍ଣ ଏବଂ ଗାଢ ହଳଦିଆ ହେବା ସହ ଏହା ଉଜ୍ଜ୍ୱଳ। ନକଲି ତେଲର ରଙ୍ଗ ଦେଖିବାକୁ କଳାଳିଆ।
ଅଧିକ ପଢ଼ନ୍ତୁ: Tips and Tricks: ବାଉଳାରେ ଚାପିହେଇଗଲା କି ରେଫ୍ରିଜରେଟର ଡିଫ୍ରୋଷ୍ଟ ବଟନ୍; ଠିକ୍ କରିବାର ୩ ଷ୍ଟେପ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)