Advertisment

Parenting Tips: ଆପଣଙ୍କ ୬/୭ ବର୍ଷର ପିଲା ବିଛଣାରେ ପରିସ୍ରା କରିଦେଉଛି କି… ୫ଟି ଘରୋଇ ଉପଚାର

ଯଦି ଆପଣଙ୍କର ପିଲାକୁ ୬ କିମ୍ବା ୭ ବର୍ଷ ହୋଇଗଲାଣି ଆଉ ସେ ଶେଯରେ ପରିସ୍ରା କରିଦେଉଛି ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ। ଆୟୁର୍ବେଦରେ ବିଭିନ୍ନ ଫଳ ମାଧ୍ୟରେ କେତେକ ଘରୋଇ ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ସାହାଯ୍ୟରେ ଆପଣ ନିଜ ପିଲାମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ ବନ୍ଦ କରିଦେଇ ପାରିବେ।

ଅଦ୍ୟତନ ହୋଇଛି
How to Stop Bed Wetting in Kids

How can parents help to stop bed wetting kids

Advertisment

ଛୋଟ ପିଲାମାନେ ପ୍ରାୟତଃ ଶେଯରେ ପରିସ୍ରା କରିଦିଅନ୍ତି। ଅବଶ୍ୟ ଆଜିକାଲି ୱେଟ୍ ସିଟ୍ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ କଭର ପର୍ଯ୍ୟନ୍ତ, ଛୋଟ ପିଲାମାନଙ୍କ ପାଇଁ ଅନେକ ଜିନିଷ ମିଳୁଛି ଯାହା ଶଯ୍ୟା ଓଦାକୁ ରୋକିବାରେ ସାହାଯ୍ୟ କରିଥାଏ।

Advertisment

ଯଦି ଆପଣଙ୍କ ପିଲାକୁ ୬ କିମ୍ବା ୭ ବର୍ଷ ହୋଇଗଲାଣି ଆଉ ସେ ଶେଯରେ ପରିସ୍ରା କରିଦେଉଛି ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ। ଅନେକ ସମୟରେ ଯଦି ଆପଣ ନିଜ ପିଲାମାନଙ୍କ ସହିତ କୌଣସି ସ୍ଥାନକୁ ଯାଆନ୍ତି ଏବଂ ପିଲା ଅନ୍ୟ ଘରର ଶେଯରେ ପରିସ୍ରା କରିଦିଏ, ତେବେ ଥରେ ଭାବନ୍ତୁ ଏହା କେତେ ଲଜ୍ଜାଜନକ କଥା ହେବ।

ଅଧିକ ପଢ଼ନ୍ତୁ: Parenting Tips: ବାପାଙ୍କ ଠାରୁ ଏହି ୫ ଗୁଣ ଦେଖି ଦେଖି ଶିଖେ ପୁଅ; ଜାଣନ୍ତୁ ସେ ସବୁ କ’ଣ...

Advertisment

ବାସ୍ତବରେ, ଯଦି ପିଲା ୫ ବର୍ଷ ହେବା ପରେ ବି ବିଛଣାରେ ପରିସ୍ରା କରୁଛି, ତେବେ ତାଙ୍କୁ ତୁରନ୍ତ ଏ ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ଅଛି। ପିଲାମାନେ ବିଛଣାରେ ପରିସ୍ରା କରିବା ପଛରେ ଅନେକ କାରଣ ମଧ୍ୟ ଥାଇପାରେ। ପରିସ୍ରା ସଂକ୍ରମଣ, ସନ୍ଧ୍ୟାରେ ଅଧିକ ପାଣି ପିଇବା, ଅଧିକ ମିଠା ଖାଇବା, ଝାଡା ସଫା ନ ହେବା ଇତ୍ୟାଦି ଏହାର କାରଣ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ବ୍ୟତୀତ, ଯଦି ଆପଣ ଚାହାଁନ୍ତି, କିଛି ଫଳ ଏବଂ ଘରୋଇ ଉପଚାର ସାହାଯ୍ୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଯେତେବେଳେ ପିଲାମାନେ ଗଭୀର ନିଦ୍ରାରେ ଥାଆନ୍ତି ଏବଂ ପରିସ୍ରା କରିବାକୁ ଉଠିବାକୁ ଅସମର୍ଥ ହୁଅନ୍ତି, ସେତେବେଳେ ପିଲାମାନେ ନିଜ ବିଛଣାରେ ହିଁ ପରିସ୍ରା କରିଦିଅନ୍ତି। ଆୟୁର୍ବେଦରେ ଶରୀରର ଅନେକ ରୋଗକୁ ବିଭିନ୍ନ ଫଳ ମାଧ୍ୟମରେ ଚିକିତ୍ସା କରାଯାଇପାରେ। ଆୟୁର୍ବେଦରେ ଫଳ ମାଧ୍ୟରେ କେତେକ ଘରୋଇ ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ସାହାଯ୍ୟରେ ଆପଣ ନିଜ ପିଲାମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ ବନ୍ଦ କରିଦେଇ ପାରିବେ। ଆସନ୍ତୁ ଜାଣିବା –

Advertisment

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ଶୁଖିଲା ଖଜୁରୀ:

ଯେଉଁ ପିଲାମାଏ ଶେଯରେ ପରିସ୍ରା କରିଦିଅନ୍ତି ଶୋଇବା ପୂର୍ବରୁ ସେମାନଙ୍କୁ ଶୁଖିଲା ଖଜୁରୀ ଖୁଆଇ ଦିଅନ୍ତୁ। ଏହା ମଧ୍ୟ ମନେରଖନ୍ତୁ ଯେ ସନ୍ଧ୍ୟା ପରେ ସେମାନଙ୍କୁ ତରଳ ପଦାର୍ଥ ଦିଅନ୍ତୁ ନାହିଁ ଏବଂ ସେମାନଙ୍କୁ ଖାଦ୍ୟରେ ଆଳୁ ହାଲ୍‌ୱା କରି ଖାଇବାକୁ ଦିଅନ୍ତୁ।

ଅଖରୋଟ୍:

ପିଲାମାନଙ୍କୁ ପ୍ରତିଦିନ ଦୁଇଟି ଅଖରୋଟ୍ ବା ୧୦-୧୨ଟି କିସ୍‌ମିସ୍ ୧୫-୨୦ ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ। ବିଛଣାରେ ପରିସ୍ରା କରିବାର ଅଭ୍ୟାସ ଦୂର ହୋଇଯିବ।

ଅଁଳା:

ଗୋଟିଏ ଗ୍ରାମ ଅଁଳା ଗୁଣ୍ଡ, ଗୋଟିଏ ଗ୍ରାମ କଳା ଜିରା ଗୁଣ୍ଡ ଏବଂ ଦୁଇ ଗ୍ରାମ ମିଶ୍ରି ଗୁଣ୍ଡ ମିଶାଇ ପିଲାକୁ ଗୋଟିଏ ଚାମଚ ଖାଇବାକୁ ଦିଅନ୍ତୁ। ଏହା ପରେ ଥଣ୍ଡା ପାଣି ପିଆନ୍ତୁ। ଏହା ବ୍ୟତୀତ ୫୦ ଗ୍ରାମ ଶୁଖିଲା ଅଁଳା ଏବଂ ୫୦ ଗ୍ରାମ କଳା ଜିରା ଗୁଣ୍ଡ କରି ଏହାକୁ ୩୦୦ ଗ୍ରାମ ଶୁଦ୍ଧ ମହୁରେ ମିଶାନ୍ତୁ। ପିଲାମାନଙ୍କୁ ସକାଳ ଏବଂ ସନ୍ଧ୍ୟାରେ ଏଥିରୁ ଛଅ ଗ୍ରାମ ଚାଟିବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପୁଅକୁ କୁହନ୍ତୁ ଏହି ୬ଟି କଥା; ସେମାନେ ହେବେ ନାହିଁ ଉଗ୍ର

କଦଳୀ:

ଖଣ୍ଡେ କଦଳୀ ଓ ଅଳ୍ପ ଅଁଳା ରସ ସହିତ ସ୍ୱାଦ ଅନୁଯାୟୀ ଚିନି ମିଶାଇ ପିଲାକୁ ପିଆନ୍ତୁ। ଏହା ଦ୍ୱାରା ପିଲାକୁ ବାରମ୍ବାର ପରିସ୍ରା ଆସିବା ବନ୍ଦ ହେଇଯିବ।

ଜାମୁ:

ଜାମୁ ମଞ୍ଜିର ପାଉଡରକୁ ପାଣିରେ ମିଶାଇ ପିଲାକୁ ପିଇବାକୁ ଦିଅନ୍ତୁ। ପିଲା ବିଛଣାରେ ପରିସ୍ରା କରିବା ବନ୍ଦ କରିଦେବ।

Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ