• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୨ ମସିହା, ଜାନୁୟାରୀ ମାସ ୧ ତାରିଖ, ଶନିବାର, ଧନୁ ୧୭ ଦିନ, ପୌଷମାସ, କୃଷ୍ଣପକ୍ଷ ତ୍ରୟୋଦଶୀ । ଯୁକ୍ତ ଚତୁର୍ଦ୍ଦଶୀ ତିଥି, ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।

ମେଷ ରାଶି

୨୦୨୨ ମସିହା ମେଷ ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଦାୟକ ହୋଇପାରେ । ବର୍ଷାରମ୍ଭରେ ନବମରେ ରବି, ଏକାଦଶରେ ବୃହସ୍ପତି ଓ ଦଶମରେ ଶନି ଥିବାରୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ହେବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଖୋଲିଯିବ । ଭଲ ଆୟ ହୋଇପାରେ କିନ୍ତୁ ଏପ୍ରିଲ ମାସ ପରେ ବ୍ୟୟ ଭାର ଅଧିକ ହେବ, ସେଥିପାଇଁ ସଜାଗ ରହିବାକୁ ପଡ଼ିବ । ଏହି ବର୍ଷ ସାରା ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଲାଗି ରହିବ ।

ପ୍ରତିକାର- ପ୍ରତ୍ୟେକ ଦିନ ମାଆ ବାପା, ଗୁରୁ ଗୁରୁଜନମାନଙ୍କୁ ପ୍ରଣାମ କରିବେ ଓ ଗୋମାତାଙ୍କୁ କିଛି ଖାଇବାକୁ ଦେବେ

ବୃଷ ରାଶି

୨୦୨୨ମସିହା ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଅପ୍ରେଲ୍ ମାସ ପରେ ଭାଗ୍ୟୋନ୍ନତି, କର୍ମୋନ୍ନତି, ସନ୍ତାନସୁଖ ପ୍ରାପ୍ତି, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିପାରେ । ଦୀର୍ଘଦିନର ଆଶା ଏହିବର୍ଷ ପୂରଣ ହୋଇପାରେ, ଉଚ୍ଚପଦବୀରେ ଅଧିଷ୍ଠିତ ହେବାର ସମ୍ଭାବନା ରହିଛି । ବର୍ଷାରମ୍ଭରୁ କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିପାରେ ।

ପ୍ରତିକାର- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦେବେ ଓ ଶ୍ୱେତ ଚନ୍ଦନର ଟୀକା ମସ୍ତକରେ ଲଗାଇବେ

ମିଥୁନ

୨୦୨୨ମସିହା ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ନବମରେ ବୃହସ୍ପତି ଥିବାରୁ ଭାଗ୍ୟୋନ୍ନତି, ଧନଲାଭ ଏବଂ ସନ୍ତାନ କ୍ଷେତ୍ରରେ ଉନ୍ନତି ହୋଇପାରେ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହୋଇପାରେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧା ସୁଯୋଗ ପାଇବେ ।ଦୀର୍ଘଦିନ ଧରି ଅଧା ହୋଇପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ପୁତ୍ର ରତ୍ନପ୍ରାପ୍ତି ହେବ । ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାବା ସହ ସମ୍ମାନିତ ହେବାର ସମ୍ଭାବନା ।

ପ୍ରତିକାର- ଧର୍ମ କାର୍ଯ୍ୟରେ ଯୋଗଦେଇ କିଛି ଦାନ କରିବେ ଓ ପ୍ରତ୍ୟେକ ଶୁକ୍ରବାରରେ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ

୨୦୨୨ମସିହା କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ଷଷ୍ଠରେ ରବି, ଏକାଦଶରେ ରାହୁ ଥିବାରୁ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟରେ ଚିନ୍ତିତ ରହିବେ । ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ରହି ସମସ୍ତ ସମସ୍ୟାର ସମାଧାନ କରିବେ । ଭାଗ୍ୟ ଅନୁକୂଳ ହେତୁ ବ୍ୟବସାୟ କ୍ଷେତ୍ରରେ ଆଶାତିତ ଲାଭ ମିଳିବ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ ଜୀବନସାଥୀଙ୍କ ସ୍ଓ୍ୱାସ୍ଥ୍ୟ ନେଇ ପ୍ରାୟ ସମୟ ଚିନ୍ତିତ ରହିବେ ।

ପ୍ରତିକାର- ପ୍ରତ୍ୟେକ ଦିନ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେବେ ଓ ଶନିବାର ଦିନ ଅସହାୟଙ୍କୁ ସାହାଯ୍ୟ କରିବେ

ସିଂହ

୨୦୨୨ ମସିହା ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ପଞ୍ଚମରେ ରବି, ସପ୍ତମରେ ବୃହସ୍ପତି, ଷଷ୍ଠରେ ଶନି ଓ ଦଶମରେ ରାହୁ ଥିବାରୁ ସମସ୍ତ ପ୍ରକାର ଆଶା ଆକାଂକ୍ଷା ପୂରଣ ହୋଇ ପାରିବ । ଏ ବର୍ଷଟିରେ ଅନେକ କ୍ଷେତ୍ରରେ ଶୁଭଫଳ ପାଇବେ, କିନ୍ତୁ କର୍ମକ୍ଷେତ୍ରରେ କଷ୍ଟ କରିବାକୁ ପଡିବ । ପୁରୁଣା ରୋଗରୁ ଉପଶମ ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବିବାହିତଙ୍କ ପାଇଁ ବିବାହର ସମ୍ଭାବନା ବହୁତ ଅଧିକ ରହିଛି ।

ପ୍ରତିକାର- ଆଦିତ୍ୟ ହୃଦୟ ସ୍ତୋତ୍ର ପ୍ରତ୍ୟେକ ଦିନ ପାଠ କରନ୍ତୁ

କନ୍ୟା

୨୦୨୨ ମସିହା ବର୍ଷାରମ୍ଭରେ ଚତୁର୍ଥରେ ରବି, ଷଷ୍ଠରେ ବୃହସ୍ପତି, ପଞ୍ଚମରେ ଶନି ଓ ନବମ ବା ଭାଗ୍ୟଭାବରେ ରାହୁ ଯୋଗ ରହିଛି । ଏଥିପାଇଁ ଭାଗ୍ୟ ବିପର୍ଯ୍ୟୟ ହେଲା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏ ବର୍ଷ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବ । ବ୍ୟବସାୟରେ ଲାଭବାନ ହେବେ କିନ୍ତୁ ଅର୍ଥହାନୀ ଘଟିପାରେ ସତର୍କ ରହିବେ । କାର୍ଯ୍ୟସ୍ଥଳରେ ବାଦ ବିବାଦ ଘଟିପାରେ, ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସହଯୋଗୀମାନଙ୍କ ସହ ମତାନ୍ତର ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ । ପୁରୁଣା ରୋଗରୁ ମୁକ୍ତି ପାଇବେ, ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଶତୃମାନଙ୍କ ଠାରୁ ସତର୍କ ରୁହନ୍ତୁ, ହଇରାଣ ହରକତ କରିପାରନ୍ତି ।

ପ୍ରତିକାର- ଶ୍ରୀ ଗଣପତିଙ୍କୁ ଆରାଧନା କରନ୍ତୁ ଏବଂ ପ୍ରତ୍ୟେକ ବୁଧବାର ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ

ତୁଳା

୨୦୨୨ମସିହା ବର୍ଷାରମ୍ଭରେ ତୃତୀୟରେ ରବି, ପଞ୍ଚମରେ ବୃହସ୍ପତି, ଚତୁର୍ଥରେ ଶନି ଓ ଅଷ୍ଟମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଓ ଧନଲାଭ କରିବାର ସୁଯୋଗ ପାଇବେ । ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ । ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ଶତ୍ରୁମାନେ ତଳମୁହାଁ ହେବେ , ମାଲି ମକଦ୍ଦମାରେ ବିଜୟଲାଭ କରିବେ । ସତର୍କତା ଅବଲମ୍ବନ କରିବା ସହ ପ୍ରତିକାର କରିଚାଲିବା ନିତ୍ୟାନ୍ତ ଆବଶ୍ୟକ । ବେଶୀ ଦୂରଯାତ୍ରା କରନ୍ତୁ ନାହିଁ, ଯାତ୍ରାରେ କଷ୍ଟ ଯୋଗ ରହିଛି, ସେଥିପାଇଁ ସତର୍କ ରହିବେ ।

ପ୍ରତିକାର- ପ୍ରତ୍ୟେକଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ମୟୂର ଚନ୍ଦ୍ରିକାଟିଏ ସର୍ବଦା ପାଖରେ ରଖନ୍ତୁ

ବିଛା

୨୦୨୨ମସିହା ବର୍ଷାରମ୍ଭରେ ଦ୍ୱିତୀୟରେ ରବି, ଚତୁର୍ଥରେ ବୃହସ୍ପତି, ତୃତୀୟରେ ଶନି ଓ ସପ୍ତମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଯାହା ଫଳରେ ରାହୁ ଜାୟା ଭାବରେ ବ୍ୟବସାୟ ଭାବରେ ରହୁ ଥିବାରୁ ଶତୃମାନେ ପଛରେ ଲାଗିଯିବେ । ଅଯଥା ଧନ ଖର୍ଚ୍ଚହେବ ବାଦବିବାଦ ମାଲିମକଦ୍ଦମାର ସମ୍ମୁଖୀନ ହେବେ । ମାନସମ୍ମାନ ହାନୀହେବ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । କିନ୍ତୁ ମାର୍ଚ୍ଚ ମାସ ପରେ ବର୍ଷଶେଷ ପର୍ଯ୍ୟନ୍ତ ରାହୁ ଷଷ୍ଠରେ, ବୃହସ୍ପତି ପଞ୍ଚମରେ ଗୋଚର ହେବା ଫଳରେ ଶତୃମାନେ ମୁଣ୍ଡ ନୂଆଁଇବେ । ସମସ୍ତ ଚିନ୍ତା ଦୂର ହୋଇଯିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ ।

ପ୍ରତିକାର-ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ମୟୂର ଚନ୍ଦ୍ରିକାଟିଏ ସର୍ବଦା ପାଖରେ ରଖନ୍ତୁ ମାଆ ବାପା, ଗୁରୁ ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

ଧନୁ

୨୦୨୨ମସିହା ବର୍ଷାରମ୍ଭରେ ଜନ୍ମରାଶିରେ ରବି, ତୃତୀୟରେ ବୃହସ୍ପତି, ଦ୍ୱିତୀୟରେ ଶନି ଓ ଷଷ୍ଠରେ ରାହୁ ଥିବାରୁ ସାମାନ୍ୟ ଶୁଭଫଳ ପାଇବେ । କିନ୍ତୁ ଅପ୍ରେଲ୍ ମାସ ପରେ ଅନେକାଂଶରେ ସୁଧାର ଆସିପାରେ । ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବା ଧନ ବା ଦେଇଥିବା ଧନ ମିଳିଯିବ । ନୂତନ କର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗୀୟ ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ମଧୁରସମ୍ପର୍କ ସ୍ଥାପନ ହେବ । ସନ୍ତାନଭଳି ଦ୍ରବ୍ୟ ପ୍ରାପ୍ତି ହେବ ନତୁବା ତତୁଲ୍ୟ ନୂତନଗୃହ, ନୂତନଯାନ, ନୂତନ ବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତିହେବ । ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ ।

ପ୍ରତିକାର- ସ୍ୱାସ୍ଥ୍ୟରୂପ ନବଗ୍ରହ ଯନ୍ତ୍ର ପୂଜାକରନ୍ତୁ ଓ ପ୍ରତ୍ୟେକଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ କେଶର ହଳଦୀ ଚନ୍ଦନର ଟୀକା ମସ୍ତକରେ ଧାରଣ କରନ୍ତୁ ।

ମକର

୨୦୨୨ମସିହା ବର୍ଷାରମ୍ଭରେ ଦ୍ୱାଦଶରେ ରବି, ଦ୍ୱିତୀୟରେ ବୃହସ୍ପତି, ଜନ୍ମରାଶିରେ ଶନି ଓ ପଞ୍ଚମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆର୍ଥିକ ସମସ୍ୟା ନିଶ୍ଚିତରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧିହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ ଭାଗିଦାର ହେବେ । ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

ପ୍ରତିକାର- ପ୍ରତ୍ୟେକ ଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ଓ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ମାଆ ବାପା, ଗୁରୁ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ଓ କଳା ରଙ୍ଗର ରୁମାଲଟିଏ ସର୍ବଦା ପାଖରେ ରଖନ୍ତୁ ।

କୁମ୍ଭ

୨୦୨୨ମସିହା ବର୍ଷାରମ୍ଭରେ ଏକାଦଶରେ ରବି, ଜନ୍ମରାଶିରେ ବୃହସ୍ପତି, ଦ୍ୱାଦଶରେ ଶନି ଓ ଚତୁର୍ଥରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । କିନ୍ତୁ ଅପ୍ରେଲ୍ ମାସ ପରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଆଶା ଆକାଂକ୍ଷା ମହତ୍ୱକାଂକ୍ଷା ପୂର୍ଣ୍ଣ ହେବ । ନୂତନ ଯୋଜନା କାର୍ଯ୍ୟକାରୀ କରିବେ, କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । କିଛି ବାଧାବିଘ୍ନର ସାମ୍ନା ମଧ୍ୟ କରିବେ, ସମସ୍ତଙ୍କ ଠାରୁ ପ୍ରଶଂସା ପାଇବେ । ଶତୃମାନଙ୍କ ଉପରେ ବିଜୟ ଲାଭ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଭୂମି, ଭବନ ଓ ବାହାନ କ୍ରୟ ପାଇଁ ସୁଯୋଗ ଆସିବ ।

ପ୍ରତିକାର- ଶଂ ଶନିଶ୍ଚରାୟ ନମଃ ପ୍ରତ୍ୟେକ ଦିନ ଏକ ମାଳା ଜପ କରିବେ । ଶନିବାର ଦିନ ଶନିଙ୍କ ମନ୍ଦିରରେ ତେଲ ଚଢାଇବେ ।

ମୀନ

୨୦୨୨ମସିହା ବର୍ଷାରମ୍ଭରେ ଦଶମରେ ରବି, ଦ୍ୱାଦଶରେ ବୃହସ୍ପତି, ଏକାଦଶରେ ଶନି ଓ ତୃତୀୟରେ ରାହୁ ଥିବାରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ କିନ୍ତୁ ନିଜର ବୁଦ୍ଧିମତା ବଳରେ ଶୁଭଫଳ ପାଇବେ । ଚାକିରୀ କ୍ଷେତ୍ରରେ ହଠାତ୍ ପଦୋନ୍ନତି ମଧ୍ୟ ହୋଇପାରେ । ଗୃହ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିବେ । ନିଜ ଲୋକଙ୍କ ସହିତ ମନାନ୍ତର ମତାନ୍ତର ଦେଖା ଦେଇପାରେ । ପୁରୁଣା ରୋଗର କଷ୍ଟରୁ ମୁକ୍ତି ପାଇବେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ । ବୃଥା ଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ ।

ପ୍ରତିକାର- ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ ଏବଂ ଗୋମାତାଙ୍କ ସେବା କରନ୍ତୁ