Conch
ଜ୍ୟୋତିଷ ଶାସ୍ତ୍ର ଅସୁନାରେ ଆଜି ୨୦୨୨ ମସିହା ଜାନୁଆରୀ ୯ ତାରିଖ ରବିବାର । ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ।
ତେବେ ଆଜି ଜାଣିବା ଘରେ ଶଙ୍ଖ ରଖିଲେ କ’ଣ ସବୁ ଫାଇଦା ମିଳିଥାଏ ? ଏହାସହ କେଉଁ ଶଙ୍ଖ ରଖିଲେ ଘରେ କେବେ ବି ଧନ ସମସ୍ୟା ଦେଖା ଦିଏ ନାହିଁ ?
ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ଦାୟକ । ନିୟମିତ ଭାବେ ସନ୍ଧ୍ୟାରେ ଘର ଭିତରେ ଶଙ୍ଖ ବଜାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖ ଫୁଙ୍କିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଶଙ୍ଖ ଧ୍ୱନୀରେ ଏଭଳି ଅଦ୍ଭୁତ କ୍ଷମତା ଥାଏ ବୋଲି କୁହାଯାଏ ।
ଯେଉଁ ଘରେ ନିୟମିତ ଶଙ୍ଖ ଫୁଙ୍କା ଯାଏ, ସେଠାରେ ଆଖପାଖର ପାଣି ପବନ ମଧ୍ୟ ସୁଦ୍ଧ, ପବିତ୍ର ଏବଂ ସକରାତ୍ମକ ହୋଇଯାଏ । ମନରେ ସକାରାତ୍ମକ ଚିନ୍ତା ଓ ଚେତନା ଜାଗ୍ରତ ହୋଇଥାଏ ।
ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ଦକ୍ଷିଣ ବର୍ତ୍ତି ଶଙ୍ଖ ଥାଏ ସେଠାରେ ମା’ ଲକ୍ଷ୍ମୀ ସ୍ୱୟଂ ବାସ କରନ୍ତି । ଏମିତି ସେହି ଘରେ କିମ୍ବା ପରିବାରରେ କେବେବି ଧନର ସମସ୍ୟା ଦେଖା ଦିଏ ନାହିଁ । ଏହି ଶଙ୍ଖକୁ ଲାଲ୍ କପଡାରେ ଗୁଡ଼ାଇ ପୂଜା ସ୍ଥାନରେ ରଖାଯାଇଥାଏ । ଖାଲି ସେତିକି ନୁହେଁ, ଠାକୁର ଘରେ ଏହି ଶଙ୍ଖକୁ ନିୟମିତ ଭାବେ ପୂଜା କରାଯାଇଥାଏ । ପୂଜା କରିବା ଦ୍ୱାରା ଏହାର ଅନେକ ଶୂଭଫଳ ପ୍ରାପ୍ତି ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Conch_1641698678.jpg)