Advertisment

Avoid Watermelon: ଏହି ଲୋକଙ୍କ ପାଇଁ ହାନିକାରକ ତରଭୁଜ, ଲାଭ ବଦଳରେ ମିଳିପାରେ କ୍ଷତି !

ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ହେଲେ ତରଭୁଜ ଖାଇଲେ କି ରୋଗ ହୋଇଥାଏ ? କେଉଁ ରୋଗୀ ତରଭୁଜ ଖାଇବା ଉଚିତ୍‌ ନୁହେଁ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର...

ଅଦ୍ୟତନ ହୋଇଛି
Avoid Watermelon

Avoid Watermelon

Advertisment

ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଭଲ ? ତରଭୁଜ ଖରାଦିନେ ଖାଇବା ଉଚିତ୍‌ କି ? ତରଭୁଜ ଖାଇଲେ କି ରୋଗ ହୋଇଥାଏ ? ଆପଣ ଜାଣିଛନ୍ତି କି ? କେଉଁ ରୋଗୀ ତରଭୁଜ ଖାଇବା ଉଚିତ୍‌ ନୁହେଁ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର...ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ। ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରେ । ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି । ତେବେ ଏତେ ସବୁ ଲାଭ ଥାଇ ମଧ୍ୟ ଏହା ଶରୀର ପାଇଁ କିଭଳି ହାନିକାରକ ହୋଇପାରେ ଆସନ୍ତୁ ଜାଣିବା...

Advertisment

ତରଭୁଜ ପାଣି ଏବଂ ଡାୟଟ୍ରି ଫାଇଭରର ଏକ ଉତ୍ତମ ଉତ୍ସ। ତଥାପି ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଡାକ୍ତରଙ୍କ କହିବା ମୁତାବକ ଏହାକୁ ଅଧିକ ପରିମାଣରେ ଖଇଲେ ପେଟ ଫୁଲିବା, ଗ୍ୟାସ୍‌, ଡାଇରିଆ, ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

ଅଧିକ ପଢ଼ନ୍ତୁ: ଅଧିକାଂଶ ବିବାହରେ କାହିଁକି ଛାଡପତ୍ର; ଜାଣନ୍ତୁ ପୁରୁଷଙ୍କ ୫ ସାଧାରଣ ଭୁଲ

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ତରଭୁଜରେ ଥିବା ସର୍ବିଟୋଲ ଏକ ଚିନି ଯୁକ୍ତ ପଦାର୍ଥ। ଏହା ହିଁ ପେଟରେ ଗ୍ୟାସ୍ ବା ଡାଇରିଆ କରାଇଥାଏ। ଏହାବ୍ୟତୀତ ତରଭୁଜରେ ଥିବା ଲାଇକୋପିନ୍ ନାମକ ଏକ କଣ୍ଟେଣ୍ଟ ମଧ୍ୟ ଏସବୁ ସମସ୍ୟା ସୃଷ୍ଟି କରିପାରେ। ଏହା ଏକ ପିଗମେଣ୍ଟେଡ୍ ଅକ୍ସିଡାଣ୍ଟ ଯାହା ତରଭୁଜକୁ ଏହାର ଲାଲ ରଙ୍ଗ ଦେଇଥାଏ।

ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣଙ୍କର ମଧୁମେହ ଜନିତ ସମସ୍ୟା ଅଛି, ତେବେ ତରଭୁଜ ଶରୀରରେ ସୁଗାର ଲେବୁଲକୁ ବଢ଼ାଇପାରେ। ତେଣୁ ଏହାକୁ ପ୍ରତିଦିନ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Advertisment

କ୍ରମାଗତ ଭାବେ ମଦ୍ୟପାନ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ତରଭୁଜ ଖାଇବା ବିପଦ ହୋଇପାରେ। ତେଣୁ ସେମାନେ ତରଭୁଜଠାରୁ ଦୂରେଇ ରହିବା ଉଚିତ। ତରଭୁଜରେ ଥିବା ଲାଇକୋପିନ୍ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ ବୋଳି ବିଶେଷଜ୍ଞମାନେ କହିଛନ୍ତି।

ତରଭୁଜକୁ ପୋଟାସିଅମର ଉତ୍ତମ ସ୍ରୋତ ବୋଲି ମଧ୍ୟ କୁହାଯାଏ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟରେ କାମ କରେ। ଏହା ଶରୀରର ଇଲେକ୍ଟ୍ରୋଲାଇଟ ଫଙ୍କସନ ଏବଂ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ଏହା ସହିତ ପୋଟାସିୟମ୍ ମଧ୍ୟ ଆମର ହାଡକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଶରୀରରେ ଏହାର ଅତ୍ୟଧିକ ପରିମାଣ ହୃଦ୍‌ରୋଗକୁ ବଢ଼ାଇଥାଏ।

ଅଧିକ ପଢ଼ନ୍ତୁ: ଛାଡପତ୍ର ପରେ ମେହେନ୍ଦୀରେ ବଖାଣିଲେ ଶାଶୁଘର ନିର୍ଯାତନା

Health Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ