ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀକୁ ଜଳ ଦେବା ଉଚିତ। ସେହି ଅଳ୍ପ ପାଣିରେ ତୁଳସୀ ପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ । ଏଥିରୁ ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ।
Also Read
- ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମାଆ ଲକ୍ଷ୍ମୀଙ୍କର କୃପା ଲାଗି ରହିବ ।
- ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ । ତା ସହିତ ପୂଜା କରି ସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅ ରେ ଦୀପ ଜଳାନ୍ତୁ । ଏହାଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।
- ସକାଳେ ଶୀଘ୍ର ଉଠି ତମ୍ୱା ଲୋଟାରେ ଜଳ ନେଇ ସେଥିରେ ସିନ୍ଦୁର ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏଥିରୁ ଘରକୁ ସକରାତ୍ମକ ଶକ୍ତି, ଶାନ୍ତି, ଏବଂ ଧନର ଆଗମନ ହୋଇଥାଏ ।
- ସକାଳୁ ଉଠି ଆଗ ବାପା ମାଆଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏଥିରୁ ଆପଣଙ୍କ ଘରକୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ ।
- ଘରେ ଶାନ୍ତି ଶୃଙ୍ଖଳା ଓ ସୁସ୍ଥ ବାତାବରଣ ବନେଇ ରଖନ୍ତୁ । ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। । ଏଥିପାଇଁ ଆପଣଙ୍କର ଅର୍ଥହାନୀ ହୁଏ କାରଣ କଳି-ଝଗଡ଼ାର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରେ ।