Advertisment

ଶନିଦୋଷରୁ ମିଳିବ ମୁକ୍ତି, ରାଶି ଅନୁସାରେ ଜପ କରନ୍ତୁ ଏହି ମନ୍ତ୍ର

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ । ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି । ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ମଧ୍ୟ ହୋଇଥାଏ। ତେବେ ରାଶି ଅନୁସାରେ ଶନିଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍।

ଅଦ୍ୟତନ ହୋଇଛି
Vastu and God Sanidev

Vastu and God Sanidev

Advertisment

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ । ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ବାସ୍ତୁ ଅନୁଯାୟୀ ଶନିବାର ଦିନ ବିଧି ଅନୁସାରେ ଶନି ଦେବଙ୍କୁ ପୂଜା କରିବା ଉଚିତ୍ । କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ମନ୍ତ୍ର ଜପ କରାଯିବା ଉଚିତ୍ । ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି । ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ମଧ୍ୟ ହୋଇଥାଏ । ତେବେ ରାଶି ଅନୁସାରେ ଶନିଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍ । ତେବେ ଚାଲନ୍ତୁ ଜଣିବା କେଉଁ ମନ୍ତ୍ର ଜପ କରିବା ଉଚିତ ।
ମେଷ – ଓଁ ଶାନ୍ତାୟ ନମଃ
ବୃଷ – ଓଁ ବରେଣ୍ୟାୟ ନମଃ
ମିଥୁନ – ଓଁ ମାନ୍ଦ୍ୟାୟ ନମଃ
କର୍କଟ – ଓଁ ସୁନ୍ଦରାୟ ନମଃ
ସିଂହ – ଓଁ ସୂର୍ଯ୍ୟପୁତ୍ରାୟ ନମଃ
କନ୍ୟା – ଓଁ ମହନୀୟଗୁଣାତ୍ମନେ ନମଃ
ତୁଳା – ଓଁ ଛାୟାପୁତ୍ରାୟ ନମଃ
ବିଛା – ଓଁ ନୀଳବର୍ଣ୍ଣାୟ ନମଃ
ଧନୁ – ଓଁ ଧନସରବିଲେପାୟ ନମଃ
ମକର – ଓଁ ଶର୍ବାୟ ନମଃ
କୁମ୍ଭ – ଓଁ ମହେଶାୟ ନମଃ
ମୀନ – ଓଁ ସୁନ୍ଦରାୟ ନମଃ

Advertisment

ନିୟମିତ ଏହି ମନ୍ତ୍ର ଜପ କଲେ ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇପାରିବେ । ଯେଉଁମାନଙ୍କ କୁଣ୍ଡଳୀ ବା ଜାତକରେ ଶନିଙ୍କ ସାଢେ ସାତୀ ଏବଂ ଶନି ସପ୍ତାହ ଚାଲିଛି ସେମାନଙ୍କ ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ ।

Vastu Tips Vastu And God Sanidev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ