Advertisment

ଜଣେ ପୂର୍ବତନ ବିଧାୟକ, ଯିଏ ଆଜି ବି ବିଲରେ ଖଟୁଛନ୍ତି, ଗୋ ସେବା କରୁଛନ୍ତି

ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ।

ଅଦ୍ୟତନ ହୋଇଛି
ଜଣେ ପୂର୍ବତନ ବିଧାୟକ, ଯିଏ ଆଜି ବି ବିଲରେ ଖଟୁଛନ୍ତି, ଗୋ ସେବା କରୁଛନ୍ତି

ideal leader pabitra mohan jena

Advertisment

ଯାଜପୁର: ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାଆନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ। ସେଥିପାଇଁ ତାଙ୍କର ଗ୍ରାମୀଣ, ନିରାଡମ୍ବର ଜୀବନ ପାଇଁ ଆଜି ସେ ଚର୍ଚ୍ଚାରେ ଅଛନ୍ତି। ଏଇ ରାଜନେତା ଜଣକ ହେଉଛନ୍ତି ଯାଜପୁର ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପବିତ୍ର ମୋହନ ଜେନା।  ନୀତି ଆଦର୍ଶକୁ ପୁଞ୍ଜି କରି ରହୁଥିବା ଏହି ପୂର୍ବତନ ବିଧାୟକ ଏବେ ବି ଛଣ ଛପର ଘରେ ରହିବା ସହ ବିଲରେ କାମ କରୁଥିବା ଦେଖିବାକୁ ମିଳିଛି। ଅର୍ଥର ଅଭାବ ଥିଲେ ବି  ନିଜ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି  ।

Advertisment

ଏଇ ରାଜନେତାଙ୍କୁ କେତେବେଳେ ତାଙ୍କୁ ପାଣି କାଦୁଅରେ ସରସର ହୋଇ ବିଲରେ ରୋଇବା ଦେଖିବାକୁ ମିଳେ ତ ଆଉ କେତେବେଳେ ଗୋ’ ସେବା କରିବା ଦେଖିବାକୁ ମିଳିଥାଏ। ସରଳ ଗ୍ରାମୀଣ ଜୀବନଯାପନ କରୁଥିବା ଏଇ ବିଧାୟକଙ୍କ ଅନ୍ୟ ଏକ ପରିଚୟ ଜାଣିଲେ ନୂଆ ପିଢୀର ଅନେକ ହୁଏତ ସହଜରେ ବିଶ୍ୱାସ କରିପାରିବେନି ।

Advertisment

ଯାଜପୁର ଜିଲ୍ଲାର ବାଙ୍ଗରା ଗାଁର ବାସିନ୍ଦା ଏଇ ପୂର୍ବତନ ବିଧାୟକ  ଏକ ଚାଳଛପର ଘରେ ରହୁଛନ୍ତି।  ୫୦ ବର୍ଷ ପୂର୍ବେ ବିଂଝାରପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ ପବିତ୍ର ମୋହନ । ସରକାରଙ୍କ ଠାରୁ ମିଳୁଥିବା ପେନସନ ସହ ଚାଷବାସ କରି ଚଳାଉଛନ୍ତି ପରିବାର । ତାଙ୍କୁ ଦେଖିଲେ ତାଙ୍କ ଆର୍ଥିକ ଅବସ୍ଥା ଯେ କେତେ ସ୍ୱଚ୍ଛଳ ତାହା ଜଳଜଳ ବାରି ହୋଇପଡୁଛି। ତେବେ ଆଦର୍ଶକୁ ପୁଞ୍ଜି କରି ବୟସର ଅପରାହ୍ନରେ ଉପନୀତ ହୋଇସାରିଲେଣି । ହେଲେ ଆଜି ବି ଚଳଚଞ୍ଚଳ ଓ କର୍ମଠ ପବିତ୍ର ମନେପକାନ୍ତି ତାଙ୍କ ସମୟରେ କରିଥିବା ଉନ୍ନୟନ କାମ ସବୁ।   କ୍ଷୋଭ କରନ୍ତି ଆଜିର ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ।

ଗାନ୍ଧିବାଦରେ ବିଶ୍ୱାସ କରୁଥିବା ପବିତ୍ର ମୋହନ ଇନ୍ଦିରା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କଂଗ୍ରସରେ ଯୋଗ ଦେଇଥିଲେ ୧୯୭୧ ମସିହାରେ । କଂଗ୍ରେସ ଟିକେଟରେ ତତ୍କାଳୀନ ଅବିଭକ୍ତ ବରି ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ରାଜନୈତିକ ଅସ୍ଥିରତା କାରଣରୁ ମାତ୍ର ୨ ବର୍ସରେ ସରକାର ଭାଙ୍ଗିଯାଇଥିବାବେଳେ ଆଉ ବିଧାୟକ ହେବାର ସୁଯୋଗ ଜୁଟିନଥିଲା ପବିତ୍ରଙ୍କ ଭାଗ୍ୟରେ। ତେବେ ପରସ୍ଥିତି ସହ କୌଣସି ସାଲିସ କରିନଥିଲେ କି ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ । ଆଉ ତାଙ୍କୀ ସାଲିସ ବିହୀନ  ବ୍ୟକ୍ତିତ୍ୱର  ଉଦାହାରଣ ହେଉଛି  ତାଙ୍କର ଏହି ନିଷ୍ଠାପର ଓ ନିରାଡମ୍ବର ଜୀବନଚର୍ଯ୍ୟା।  ତାଙ୍କର ଏଇ ନିରାଡମ୍ବର ଜୀବନ, ଆଦର୍ଶ ବ୍ୟକ୍ତିତ୍ୱ ପାଇଁ ପରିବାର ଓ ଗ୍ରାମବାସୀ ଆଜି ବି ଗର୍ବିତ ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ