Advertisment

ଆପଣ ବି କ’ଣ ସକାଳେ ଶୀଘ୍ର ଉଠିବାକୁ ଚାହୁଁଛନ୍ତି କିନ୍ତୁ ଉଠିପାରୁ ନାହାନ୍ତି… ଆପଣଙ୍କ ପାଇଁ ଟିପ୍ସ

ଆଜିକାଲି ଦ୍ରୁତ ପରିବର୍ତ୍ତନଶୀଳ ସମାହ ହେତୁ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି, ଯେଉଁ କାରଣରୁ ସେମାନେ ରାତିରେ ଶୋଇବା ଏବଂ ସକାଳୁ ଉଠିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବନର ଅନେକ ସମସ୍ୟା ସକାଳୁ ଉଠିବା ଦ୍ୱାରା ସମାଧାନ ହୋଇଥାଏ। ତଥାପି, ଅନେକ ଲୋକଙ୍କ ପାଇଁ, ସକାଳୁ ଉଠିବା ମଧ୍ୟ ଏକ ବଡ଼ ସମାସ୍ୟା ହୋଇଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
follow these easy tips to wake up early in the morning

follow these easy tips to wake up early in the morning

ଏକ ସୁସ୍ଥ ଜୀବନ ପାଇଂ ଏକ ସ୍ଥାୟୀ ସ୍ଲିପିଂ ଟାଇମ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ଆଜିକାଲିର ବ୍ୟସ୍ତବହୁଳ ଜୀବନ କାରଣରୁ ପ୍ରତ୍ୟେକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଫଳରେ ରାତିରେ ଶୋଇବା ଏବଂ ସକାଳୁ ଉଠିବାରେ ଅନେକ ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ଜୀବନର ଅନେକ ସମସ୍ୟା ସକାଳୁ ଶୀଘ୍ର ଉଠିବା ଦ୍ୱାରା ହିଁ ସମାଧାନ ହୋଇଥାଏ। ଅନେକ ଏହା ଜାଣିଥିଲେ ମଧ୍ୟ ସେମାନଙ୍କ ପାଇଁ ସକାଳୁ ଉଠିବା କଠିକର ପାଠ ହୋଇଯାଏ।

Advertisment

ତେବେ ଉଭୟ ଶାରୀରିକ ଓ ମାନସିକ ଭାବେ ନିଜକୁ ସୁସ୍ଥ ରଖିବାକୁ ହେଲେ ସକାଳୁ ଶୀଘ୍ର ଉଠିବା ଏକ ଉତ୍ତମ ବିକଳ୍ପ। ସକାଳୁ ଉଠିବାର ଆହୁରି ଅନେକ ଲାଭ ମଧ୍ୟ ଅଛି। ଏହା ସହିତ ଆପଣ ନିଜ ପାଇଁ ଅଧିକ ସମୟ ମଧ୍ୟ ପାଇପାରିବେ। ଏହା ଜାଣି ଅନେକ ମଧ୍ୟ ଇଛା କରନ୍ତି ସକାଳି ଶୀଘ୍ର ଉଠିବା ପାଇଁ।

କିନ୍ତୁ ଅନେକ ସମୟରେ ଅନେକ ଲୋକଙ୍କର ଏପରି ସମସ୍ୟା ଥାଏ ଯେ ସେମାନେ ଚାହିଁଲେ ମଧ୍ୟ ସକାଳୁ ଉଠି ପାରନ୍ତି। ଯଦି ଆପଣ ମଧ୍ୟ ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ସକାଳୁ ଶୀଘ୍ର ଉଠିପାରିବେ।

Advertisment

ସକାଳୁ ଶୀଘ୍ର ଉଠିବା ପାଇଁ ଟିପ୍ସ:

  • ସର୍ବପ୍ରଥମେ, ଆପଣ ଏପରି ଏକ ସମୟ ଠିକ କରନ୍ତୁ ଯେଉଁ ସମୟରେ ଆପଣ ଉଠିବାକୁ ସକ୍ଷମ ହେବେ। ଏମିତି କାଳ୍ପନିକ ସମୟ ଠିକ କରନ୍ତୁ ନାହିଁ ଯେତେବେଳେ ଆପଣ ଉଠି ପାରିବେ ନାହିଁ।
  • ପୂର୍ବ ରାତିରେ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ। ସେହି ଅନୁସାରେ ଆଲାର୍ମ ସେଟ୍ କରନ୍ତୁ ଏବଂ ୭ ରୁ ୮ ଘଣ୍ଟା ଶୋଇବା ପାଇଁ ଲକ୍ଷ୍ୟ ରଖନ୍ତୁ।
  • ସ୍ନୁଜ୍(Snooze) ବଟନ୍ ଦବାଇବାର ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ। ଆଲାର୍ମ ଘଣ୍ଟାକୁ ବେଡ୍‌ ଠାରୁ ଦୂରରେ ରଖିବାର ଅଭ୍ୟାସ କରନ୍ତୁ। ଫଳରେ ଆପଣ ଉଠିବାକୁ ଏବଂ ଆଲାର୍ମ ବନ୍ଦ କରିବାକୁ ବାଧ୍ୟ ହେବେ ଏବଂ ବେଡ୍ ଛାଡିବାର ଅଳସୁଆମିକୁ ଦୂର କରିବାରେ ସକ୍ଷମ ହେବେ।
  • ବହୁତ ବଡ ଲକ୍ଷ୍ୟ ସ୍ଥିର କରନ୍ତୁ ନାହିଁ। ଛୋଟ ଛୋଟ ଲକ୍ଷ୍ୟ ସ୍ଥିର କରନ୍ତୁ ଯାହାକୁ ଆପଣ ପୂରଣ କରିପାରିବେ। କାରଣ ଲକ୍ଷ୍ୟ ପୂରଣ ନ ହେଲେ ମାନସିକ ଚାପ ପକାଏ, ଫଳରେ ନିଦ୍ରାରେ ବ୍ୟତିକ୍ରମ ସୃଷ୍ଟି କରେ।
  • ସକାଳର ରୁଟିନ୍ ସେଟ୍ ଅପ୍ କରନ୍ତୁ। ଗୋଟିଏ ରାତି ପୂର୍ବରୁ କାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ପରଦିନ ସକାଳେ ଉଠିବା ପରେ ଏହା ଆପଣଙ୍କୁ ଦିଗହୀନ ଅନୁଭବ କରେଇବ ନାହିଁ। କାମର ତାଲିକାରୁ ନିଜର ଛୋଟ ଛୋଟ ଲକ୍ଷ୍ୟକୁ ହାସଲ କରିବା ଆରମ୍ଭ କରନ୍ତୁ।
  • ସକାଳର କାର୍ଯ୍ୟଗୁଡ଼ିକ ମଜାଦାର ହେବା ଉଚିତ, ଯାହା ଆପଣଙ୍କୁ ଉଠିବାକୁ ବାଧ୍ୟ କରିବ।
  • ନିଜର ନାଇଟ୍ ରୁଟିନ୍ ମଧ୍ୟ ପ୍ରସ୍ତୁତ କରନ୍ତୁ। ଏହା ଦ୍ୱାରା ଶୋଇବା ଚକ୍ର ବହୁତ ପ୍ରଭାବିତ ହୋଇଥାଏ।
  • ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ କୌଣସି କଫି କିମ୍ବା ଚା’ ପିଅନ୍ତୁ ନାହିଁ। ଏହା ଶୋଇବାରେ ବାଧା ସୃଷ୍ଟି କରେ ଯାହା ଆପଣଙ୍କ ନିତ୍ୟକର୍ମ ଉପରେ ପ୍ରଭାବ ପକାଇପାରେ।
  • ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ଶୋଇବା ମଧ୍ୟ ପ୍ରଭାବିତ ହୋଇଥାଏ।
  • ପ୍ରାୟ ୬୦ ଦିନ ପର୍ଯ୍ୟନ୍ତ ସମାନ କାମ କରିବା ଦ୍ୱାରା ତାହା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ତେଣୁ ଏହା ମଧ୍ୟରେ ଏପଟ ସେପଟ ହୁଅନ୍ତୁ ନାହିଁ।
  • ଏମିତି ମଧ୍ୟ ହୋଇପାରେ ଯେ କୌଣସି ଗୋଟିଏ ଦିନ ସକାଳି ଉଠିବାକୁ ଆପଣଙ୍କ ଆଦୌ ମନ ହେବନି। ଏପରି ପରିସ୍ଥିତିରେ, ନିଜର ମନକୁ ନିୟନ୍ତ୍ରଣ କରନ୍ତୁ ଏବଂ ଏହାକୁ କାବୁ କରନ୍ତୁ। ନିଜକୁ ନିଜେ ବାଧ୍ୟକରି ଉଠାନ୍ତୁ ଟାଣନ୍ତୁ ଏବଂ ନିଜକୁ ସାନ୍ତ୍ୱନା ଦିଅନ୍ତୁ ଯେ ଆପଣ ଏହାକୁ ଆତ୍ମ-ଯତ୍ନର ଏକ ରୂପ ଭାବରେ କରୁଛନ୍ତି, ଯାହା କେବଳ ଆପଣଙ୍କୁ ଲାଭ ଦେବାକୁ ଯାଉଛି।
  • ଯେତେବେଳେ ଆପଣ ସକାଳୁ ଶୀଘ୍ର ଉଠିବା କାରଣରୁ ନିଜର ସ୍ୱାସ୍ଥ୍ୟରେ କିଛି ପାର୍ଥକ୍ୟ ଦେଖିବା ଆରମ୍ଭ କରିବେ ଏହା ଆପଣଙ୍କୁ ପରଦିନ ସକାଳ ପାଇଁ ଉତ୍ସାହିତ କରିବ। ପ୍ରେରଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆତ୍ମ-ପ୍ରେରଣା ତା’ ଠାରୁ ଆହୁରି ମହତ୍ତ୍ୱ ରଖେ।
Health Tips
Advertisment
Advertisment