Follow these easy methods to clean the table fan
ସାଧାରଣତଃ ଟେବୁଲ ଫ୍ୟାନ୍ ସଫା କରିବା ଟିକେ କଷ୍ଟକର ମନେହୁଏ, କାରଣ ଏଥିରେ ଜାଲିଥିବା ସହ ବହୁତ ଛୋଟ ସ୍ଥାନ ମଧ୍ୟ ରହିଛି। ଅନେକ ଏହାକୁ ସଫା କରିବା ପାଇଁ ବିରକ୍ତି ପ୍ରକାଶ କରନ୍ତି। କଷ୍ଟ ହେଉଥିବାରୁ ଅନେକ ମଧ୍ୟ ବର୍ଷ ବର୍ଷ ଧରି ଏହାକୁ ସଫା କରନ୍ତି ନାହିଁ।
କିନ୍ତୁ ଏମିତି କିଛି ସହଜ ପଦ୍ଧତି ଅଛି ଯାହାକୁ ଆପଣାଇବା ଦ୍ୱାରା ଏହି କାମ ସହଜ ଏବଂ ଶୀଘ୍ର ହୋଇଯାଏ। ତଳେ ଦିଆଯାଇଥିବା ସରଳ ଏବଂ ପ୍ରଭାବଶାଳୀ ଟିପ୍ସଗୁଡ଼ିକୁ ଅନୁସରଣ କରି, ଆପଣ ଅଧିକ ପରିଶ୍ରମ ନ କରି ଟେବୁଲ ଫ୍ୟାନକୁ ନୂଆ କିଣିବା ପରି ଚକ୍ଚକ୍ କରିପାରିବେ। ତେବେ ଆସନ୍ତୁ ସେହି ପଦ୍ଧତିଗୁଡ଼ିକ ବିଷୟରେ ଜାଣିବା।
ଅଧିକ ପଢ଼ନ୍ତୁ: ଗରମ ଦିନରେ ବିନା ACରେ ବି ଘର ରହିବ ଥଣ୍ଡା; ଏହି ଛୋଟ ଛୋଟ ଉପାୟ ମାନନ୍ତୁ
ଟେବୁଲ ଫ୍ୟାନ ସଫା କରିବାର ସହଜ ଉପାୟ –
ଫ୍ୟାନ୍ ବନ୍ଦ କରନ୍ତୁ ଏବଂ ପ୍ଲଗ୍ କାଢ଼ିଦିଅନ୍ତୁ:
ସର୍ବପ୍ରଥମେ ସୁରକ୍ଷାକୁ ମନେ ରଖିବା। ଫ୍ୟାନ୍ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବରେ ପାୱାର କନେକସନ୍ ଅଲଗା କରିଦିଅନ୍ତୁ। ଏହା ଦ୍ଵାରା କୌଣସି ବିପଦ ରହିବ ନାହିଁ।
ଫ୍ୟାନ୍ ଗ୍ରିଲ୍ ଖୋଲନ୍ତୁ:
- ଫ୍ୟାନ୍ର ପଛପଟେ କିମ୍ବା ସାଇଡ୍ରେ କ୍ଲିପ୍ କିମ୍ବା ସ୍କ୍ରୁ ଲାଗିଥାଏ।
- ଏକ ସ୍କ୍ରୁଡ୍ରାଇଭର ସାହାଯ୍ୟରେ ଢିଲା କରନ୍ତୁ ଏବଂ ଧୀରେ ଧୀରେ ଗ୍ରୀଲ୍ ବାହାର କରନ୍ତୁ।
ଫ୍ୟାନ୍ ବ୍ଲେଡ୍ କାଢନ୍ତୁ:
- ସାଧାରଣତଃ ବ୍ଲେଡ୍ ଘୂରାଇ କିମ୍ବା ସ୍କ୍ରୁ ଖୋଲିଲେ ଏହା ବାହାରି ଯାଏ।
- ଏହାକୁ ବାହାର କରିବା ସମୟରେ, ମନେରଖନ୍ତୁ ଯେ କିଛି ଫ୍ୟାନ୍ରେ ବ୍ଲେଡ୍ ବିପରୀତ ଦିଗରେ ଖୋଲେ।
ସଫା କରିବା ପାଇଁ ଏକ ମିଶ୍ରଣ ତିଆରି କରନ୍ତୁ:
ଏକ ପାତ୍ରରେ ଉଷୁମ ପାଣିରେ କିଛି ବାସନ ମଜା ଲିକ୍ୱିଡ ଏବଂ ୧ ଚାମଚ ବେକିଂ ସୋଡ଼ା ମିଶାନ୍ତୁ। ଏହି ମିଶ୍ରଣକୁ ସ୍ପଞ୍ଜ୍ କିମ୍ବା ନରମ କପଡା ସାହାଯ୍ୟରେ ଗ୍ରୀଲ୍ ଏବଂ ବ୍ଲେଡ୍ ଉପରେ ଲଗାନ୍ତୁ।
ରଙ୍ଗ ତୂଳୀ କିମ୍ବା ଟୁଥ୍ବ୍ରଶ୍ ବ୍ୟବହାର:
ଗ୍ରୀଲ୍ ଏବଂ ବ୍ଲେଡ୍ ଧାରରୁ ମଇଳା ସଫା କରିବା ପାଇଁ ଏକ ପୁରୁଣା ଟୁଥ୍ବ୍ରଶ୍ ବହୁତ ଉପଯୋଗୀ ହୋଇଥାଏ। ଟୁଥ୍ବ୍ରଶ୍ରେ ଏସବୁକୁ ଧିରେ ଧିରେ ଘଷନ୍ତୁ।
ସଫା ପାଣିରେ ଧୋଇ ଶୁଖାନ୍ତୁ:
ଏହା ପରେ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏବଂ ଏହାକୁ ଏକ ସୂତା କପଡାରେ ପୋଛି ଖରା କିମ୍ୱା ପବନରେ ଶୁଖାନ୍ତୁ।
ପୁନଃସଂଯୋଗ:
ଭଲ ଭାବେ ଶୁଖିଗଲା ପରେ ଫ୍ୟାନ୍କୁ ସାବଧାନତାର ସହ ପୁନଃସଂଯୋଗ କରନ୍ତୁ।
ଅତିରିକ୍ତ ଟିପ୍ସ:
- ଅତ୍ୟଧିକ ମଇଳା ଜମା ନ ହେବା ପାଇଁ ପ୍ରତି ୨-୩ ସପ୍ତାହରେ ଏକ ହାଲୁକା କପଡ଼ାରେ ଧୂଳି ଝାଡନ୍ତୁ।
- ଯଦି ଫ୍ୟାନ୍ର ଶବ୍ଦ ଜୋରରେ ବଢ଼ିଯାଉଛି, ତେବେ ମୋଟର ପାଖରେ ଟିକେ ମେସିନ ଅଏଲ୍ ଢାଳି ପାରିବେ।
- କେବେବି ଓଦା କପଡାରେ ଇଲେକ୍ଟ୍ରୋନିକ୍ ଅଂଶଗୁଡ଼ିକୁ ପୋଛିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745068364.jpg)