କାର୍ତ୍ତିକ ମାସରେ କାହିଁକି ଖାଆନ୍ତି ନାହିଁ ଆମିଷ,ଜାଣନ୍ତୁ ଏହାର କାରଣ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ ମାଛ,ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ । ଏହାର ଉଭୟ ଧର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।

Kartik Month

News Summary

କାର୍ତ୍ତିକ ମାସରେ ଦହି ସେବନ କରିବା ଅନୁଚିତ 

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ । ଏହାସହ ଏହି ମାସରେ ତୁଳସୀ ଚଉରା ପୂଜାର ମଧ୍ୟ ଅନେକ ମହତ୍ତ୍ୱ ଅଛି। ଏହି ମାସରେ ପବିତ୍ର ନଦୀରେ ସ୍ନାନ ଓ ଦାନ ପୁଣ୍ୟର ମଧ୍ୟ ପରମ୍ପରା ରହିଛି। ପବିତ୍ର ନଦୀରେ ସ୍ନାନ କଲେ ଓ ଦାନ କଲେ ପୁଣ୍ୟ ମିଳିଥାଏ ।

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ କାର୍ତ୍ତିକ ମାସ ମହତ୍ତ୍ୱପୂର୍ଣ୍ଣ । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷଠୁ ଦୁରେଇ ରହିବ ଉଚିତ ତାହା ନିଶ୍ଚୟ ଜାଣିବା ଦରକାର। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ ।