ଆଜି କାଲିର ବ୍ୟସ୍ତବହୁଳ ଓ ଟେକ୍ନୋଲୋଜି ଯୁଗରେ ପ୍ରାୟତଃ ସମସ୍ତେ ନିଜର ଅଫିସ କାମ କିମ୍ବା ବ୍ୟକ୍ତିଗତ କାମ ପାଇଁ ହେଡଫୋନ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ବହୁ ସମୟ ଧରି ଶୁଣିବା ବା ମାତ୍ରାଧିକ ହେଡଫୋନ୍ ବ୍ୟବହାର କରିବା ଦ୍ୱାରା ଏହା ଆମ କାନ ଓ ମସ୍ତିଷ୍କ ଉପରେ ବିଶେଷ ପ୍ରଭାବ ପକେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ଉପରେ କଣ ପ୍ରଭାବ ପକେଇଥାଏ ।
Also Read
- ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ଡେମେଜ ହେବା ଆରମ୍ଭ କରିଥାଏ।
- ଅଧିକ ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମ୍ ଥାଏ ।
- କିଛି ଲୋକ କେବଳ ଖୁସି ପାଇଁ ହେଡ ଫୋନ ବ୍ୟବହାର କରନ୍ତି । ଯଦି ଅତି ଆବଶ୍ୟକ ଅଛି ତାହେଲେ କିଛି ନିୟମ ପାଳନ କରି ଏହାର ବ୍ୟବହାର କରନ୍ତୁ ।
- ହେଡ ଫୋନରେ ବ୍ୟାକ ଗ୍ରାଉଣ୍ଡ ଆବାଜକୁ କାଟିବା ପାଇଁ ନଏଜ କ୍ୟାନ୍ସେଲେସନ ଫିଚର ଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାଆନ୍ତି ତେବେ ଏଭଳି ହେଡଫୋନ ହିଁ ନିଅନ୍ତୁ । ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ।
- ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ହେଡଫୋନ ଲଗାଇ କାମ କରନ୍ତି ସେମାନେ ଏହି ନିୟମକୁ ପାଳନ କରିବା ନିହାତି ଜରୁରି। ଏହି ନିୟମ ଅନୁସାରେ ଆପଣଙ୍କ ଡିଭାଇସର ଭଲ୍ୟୁମ ୬୦ପ୍ରତିଶତରୁ ଅଧିକ ହୋଇ ନଥିବା ଦରକାର।
- ପ୍ରତି ୬୦ ମିନିଟରେ ଥରେ ହେଡଫୋନକୁ କାନରୁ ବାହାର କରି କାନକୁ ଆରାମ ଦେବା ଆବଶ୍ୟକ।
- କାନକୁ କୌଣସି ସଂକ୍ରମଣରୁ ବଞ୍ଚାଇବା ପାଇଁ ହେଡଫୋନକୁ ସବୁବେଳେ ସଫା ରଖନ୍ତୁ। ନିଜ ହେଡଫୋନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ।
- ହେଡଫୋନ ସଫା କରିବା ସମୟରେ ଏହାର ସ୍ପଞ୍ଜ ଗୁଡ଼ିକ ଓଦା କରନ୍ତୁନାହିଁ। ନହେଲେ ସାଉଣ୍ଡ କ୍ୱାଲିଟି ଖରାପ ହେବ। ହେଡଫୋନ କାନରେ ସେଟ କରିବା ପରେ ହିଁ ଆବାଜ ଦିଅନ୍ତୁ।
- କିଛି ଲୋକ ଅଧିକ ଭଲ୍ୟୁମ ସେଟ୍ କଲା ପରେ କାନରେ ହେଡଫୋନ ଦିଅନ୍ତି। ଯାହା ଦ୍ୱାରା କାନ ଖରାପ ହୋଇଥାଏ।