Advertisment

Yogasan: ସକାଳେ ୧୦ରୁ ୧୫ ମିନିଟ୍ କରନ୍ତୁ ଏହି ଯୋଗ; ଦିନସାରା ରହିବେ ଶକ୍ତିଶାଳୀ

ଯଦି ଆପଣ ନିଜ ବ୍ୟସ୍ତବହୁଳ ଜୀବନରୁ ପ୍ରତିଦିନ ସକାଳେ ୧୦ କିମ୍ବା ୧୫ ମିନିଟ୍ ବାହାର କରିପାରିବେ, ତେବେ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାକୁ ରୋକାଯାଇପାରିବ। ଦିନସାରା ଶକ୍ତିଶାଳୀ ଏବଂ ପଜିଟିଭ୍ ରହିବା ପାଇଁ କରନ୍ତୁ ଏହି ଯୋଗ।

ଅଦ୍ୟତନ ହୋଇଛି
Every day do these yogasana to feel whole day energetic and Positive

Every day do these yogasana to feel whole day energetic and Positive

Advertisment

ଆଜିର ଏ ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ସବୁଠୁ ବଡ ଆହ୍ୱାନ ପାଲଟିଯାଇଛି। ଯେଉଁ କାରଣରୁ ଲୋକମାନେ କିଛି ନା କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ନିଜ ବ୍ୟସ୍ତବହୁଳ ଜୀବନରୁ ପ୍ରତିଦିନ ସକାଳେ ୧୦ କିମ୍ବା ୧୫ ମିନିଟ୍ ବାହାର କରିପାରିବେ, ତେବେ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାକୁ ରୋକାଯାଇପାରିବ।

Advertisment

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଏହାକୁ ଧ୍ୟାନରେ ରଖି, ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଏପରି ୫ଟି ଯୋଗାସନ ବିଷୟରେ କହିବାକୁ ଯାଉଛୁ, ଯଦି ଆପଣ ସକାଳେ ଏସବୁ କରିବା ଆରମ୍ଭ କରିବେ, ତେବେ ଆପଣଙ୍କର ବ୍ୟକ୍ତିତ୍ୱର ମଧ୍ୟ ଉନ୍ନତି ହେବ ଏବଂ ଆପଣ ଦିନସାରା ଶକ୍ତିଶାଳୀ ଏବଂ ପଜିଟିଭ୍ ଅନୁଭବ କରିବେ। ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ ହିଁ କେବଳ ଏକ ଶସ୍ତା ଏବଂ ସରଳ ଉପାୟ।

Advertisment

ସକାଳେ କରିବାକୁ ଥିବା ୫ ଯୋଗାସନ:

ସୂର୍ଯ୍ୟ ନମସ୍କାର:

Suryanamaskarସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାରରେ ୧୨ଟି ଆସନକୁ ଏକାବେଳେ କରାଯାଇଥାଏ। ଏହା ଏକ ଆସନର ସିରିଜ୍। ଏଥିରେ ଏକାବେଳେ ଆସନ, ପ୍ରାଣାୟାମ, ଧ୍ୟାନ ଭଳି କାମ ହୋଇଯାଏ। ତେଣୁ ଆଉ ଇଛି ନ କଲେ ମଧ୍ୟ ଦିନସାରା ଶକ୍ତିଶାଳୀ ରଖିବା ପାଇଁ କେବଳ ଏହା ହିଁ ଯଥେଷ୍ଟ।

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

Advertisment

ନୌକାସନ:

Naukasanaନୌକାସନ

ସକାଳେ ନୌକାସନ କରିବା ମଧ୍ୟ ଲାଭଦାୟକ, ଏହା ମାଧ୍ୟମରେ ଶରୀରକୁ ସନ୍ତୁଳନ କରିବାର ଶିକ୍ଷା ମିଳେ। ଏହା ବ୍ୟତୀତ ଏହା ମେରୁଦଣ୍ଡ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହା ସହିତ, ଏହା ଚାପ ଏବଂ ଥକ୍କାପଣକୁ ମଧ୍ୟ ଦୂର କରିଥାଏ।

ତ୍ରିକୋଣାସନ:

Trikonasanaତ୍ରିକୋଣାସନ

ଏହି ଆସନ କରି, ଦିନର କ୍ଲାନ୍ତକୁ ଦୂର କରାଯାଇପାରେ। ଏହା ଦ୍ୱାରା ମଧ୍ୟ ଦିନସାରା ଶକ୍ତିଶାଳୀ ଅନୁଭବ ହୁଏ। ଏହି ତ୍ରିକୋଣାସନ ଶରୀରକୁ ଭଲ ଭାବେ ଷ୍ଟ୍ରେଚିଂ କରିଥାଏ। ଏହା କରିବା ଦ୍ୱାରା ବେକ, ପିଠି କିମ୍ବା ଅଣ୍ଟାରେ କୌଣସି ଯନ୍ତ୍ରଣା ହୁଏ ନାହିଁ। ଏହା ଶରୀରକୁ ସନ୍ତୁଳନ କରିବାର କଳା ମଧ୍ୟ ବିକଶିତ କରେ।

ଭୁଜଙ୍ଗାସନ:

Bhujangasanaଭୁଜଙ୍ଗାସନ

ଭୁଜଙ୍ଗାସନ କରିବା ଦ୍ୱାରା ପିଠି ଯନ୍ତ୍ରଣା କମିଯାଏ ଏବଂ ପେଟ ମଜଭୁତ ହୁଏ। ଏହା ମେଟାବୋଲିଜିମ୍‌କୁ ବଢାଇଥାଏ। ଏହା ସହିତ ବଦହଜମୀ, ଗ୍ୟାସ୍ ଏବଂ ବାନ୍ତି ହେବାର ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହା ଶରୀରର ନିମ୍ନ ଭାଗକୁ ମଜବୁତ କରେ। ତେଣୁ ଏହାକୁ ମଧ୍ୟ ଦିନଚର୍ଯ୍ୟାରେ ଏକ ଅଂଶ କରିବା ଜରୁରୀ।

କପାଳଭାତି:

Kapalabhatiକପାଳଭାତି

ଶରୀରକୁ ଶକ୍ତିଶାଳୀ ଓ ଚାପମୁକ୍ତ ରଖିବା ପାଇଁ କପାଳଭାତି ରାମବାଣ ଭଳି କାମ କରେ। ଏହା କରିବା ଦ୍ୱାରା ପେଟ ମଜଭୁତ ହୁଏ ଏବଂ ଶରୀରରେ ଜମା ହୋଇଥିବା ଚର୍ବି ମଧ୍ୟ ଦୂର ହୋଇଯାଏ।

ଏହା ସହିତ ଦଣ୍ଡାସନ ଏବଂ ବିପରୀତକରଣୀ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭ ହୋଇଥାଏ।

ଅଧିକ ପଢନ୍ତୁ : Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

Yogasana Yoga Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ