Astrospeak
  • Live TV
  • Read In English

ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ ହୋଇପାରେ ଏହି ସବୁ କ୍ଷତି

କେହି କେହି କୁହନ୍ତି କି ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚା ପାରେ ବୋଲି କୁହାଯାଉଛି ।

eating too much almonds
eating too much almonds

News Summary

ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ

ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ବାରା ବହୁତ କିଛି ଉପକାରିତା ହୋଇଥାଏ । କେବଳ ଶୁଣି ନାହୁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବ ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବଡି ଥାଏ । ହେଲେ ଦରକାର ଠାରୁ ଅଧିକ ଖାଇଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

କୋଷ୍ଠକାଠିନ୍ୟ:

ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ କୋଷ୍ଠକାଠିନ୍ୟର କାରଣ ହୋଇଥାଏ । ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମୋଟାପଣ:

ବାଦାମ ଅଧିକ ଖାଇବା ଦ୍ବାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ ।

କିଡନୀରେ ଷ୍ଟୋନ୍‌:

ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ ।

ଭିଟାମିନ୍ -ଇ ଓଭରଡୋଜ:

ବାଦାମର ଭିଟାମିନ୍ -ଇ ର ଏକ ଉତ୍ତମ ଉତ୍ସ ରହିଛି କିନ୍ତୁ ଏହା ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମନର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ

ନିଶ୍ୱାସ ନେବାରେ ଅସୁବିଧା:

ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ଏହା ନିଶ୍ବାସ ନେବାରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାଏ ।