Advertisment

ଆପଣଙ୍କ ପାଖରେ ରୁଦ୍ରାକ୍ଷ ରଖିଛନ୍ତି କି ? ଏପରି କରନ୍ତୁ ଧାରଣ

ଶାସ୍ତ୍ର ଅନୁସାରେ ଶରୀରରେ ରୁଦ୍ରାକ୍ଷ ପିନ୍ଧିବା ଭଗବାନ ଶିବଙ୍କୁ ଧାରଣ କରିବା ସହିତ ସମାନ । ତେବେ ଶାସ୍ତ୍ର ଅନୁସାରେ ଏହାକୁ ଧାରଣ କରିଲେ ବହୁ ସଂକଟରୁ ମୁକ୍ତି ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପାଇଁ ବହୁ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଦ୍ରାକ୍ଷ ଧାରଣ କରିବା ମନା ।

ଅଦ୍ୟତନ ହୋଇଛି
rudraksha ratna

rudraksha ratna

Advertisment

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ତ୍ୱ ରହିଛି। ରୁଦ୍ରାକ୍ଷକୁ ଭଗବାନ ମହାଦେବଙ୍କ ଅଂଶ ବୋଲି କୁହାଯାଏ ।  ରୁଦ୍ରାକ୍ଷ ଶିବଙ୍କ ଲୁହରୁ ସୃଷ୍ଟି। ପୁରାଣ  ଓ ଶାସ୍ତ୍ର ଅନୁସାରେ, ମାତା ସତୀଙ୍କ ଦେହ ତ୍ୟାଗ ପରେ ଭଗବାନ ଶିବଙ୍କ କାନ୍ଧରୁ ବାହାରିଥିବା ଲୁହ ପୃଥିବୀର କେତେକ ସ୍ଥାନରେ ପଡ଼ିଥିଲା ଓ ତାହା ହିଁ ରୁଦ୍ରାକ୍ଷ । ଏଥିରେ ଅନେକ ଚମତ୍କାରୀ ତତ୍ତ୍ୱ ରହିଛି ।

Advertisment
  • ଶାସ୍ତ୍ର ଅନୁଯାୟୀ ଗ୍ରହଣ, ସଂକ୍ରାନ୍ତି, ଅମାବାସ୍ୟା ଓ ପୂର୍ଣ୍ଣିମା, ଶିବରାତ୍ରି, ଶ୍ରାବଣ ସୋମବାର, ଚତୁର୍ଦ୍ଦଶୀ ଦିନ ରୁଦ୍ରାକ୍ଷ ଧାରଣ କଲେ ଅଧିକ ଶୁଭ ଫଳ ଦାୟୀ ହୋଇଥାଏ ।
  • ମାନ୍ୟତା ରହିଛି ଯେ ଶବ ଯାତ୍ରା ବେଳେ ବା ଶ୍ମଶାନକୁ ଯିବା ସମୟରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ ।
  • ପ୍ରସୂତି କକ୍ଷ ବା ଯେଉଁଠାରେ ଶିଶୁ ଜନ୍ମ ହୋଇଥାନ୍ତି, ସେଠାକୁ ରୁଦ୍ରାକ୍ଷ ପିନ୍ଧି ଯିବା ଉଚିତ ନୁହେଁ। ଏହା ଦ୍ୱାରା ରୁଦ୍ରାକ୍ଷ ନିସ୍ତେଜ ହୋଇଯାଏ।
  • ଶାସ୍ତ୍ର ଅନୁଯାୟୀ ଶୋଇବା ପୂର୍ବରୁ ରୁଦ୍ରାକ୍ଷ ଓହ୍ଲାଇ ଦେବା ଉଚିତ। କାରଣ ଏହି ସମୟରେ ଶରୀର ନିସ୍ତେଜ ଓ ଅଶୁଦ୍ଧ ରହିଥାଏ।
  • ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ତାମସିକ ଭୋଜନ ଓ ମଦ ପାନ ତ୍ୟାଗ କରିବା ଉଚିତ।
  • ଶୋଇବା ବେଳେ ଆମେ କିଛି ଜାଣିପାରିନଥାଉ। ଏହା ଦ୍ୱାରା ରୁଦ୍ରାକ୍ଷ ଭାଙ୍ଗିବା ଭୟ ରହିଥାଏ, ଏଣୁ ଶୋଇବା ପୂର୍ବରୁ ରୁଦ୍ରାକ୍ଷ ଓହ୍ଲାଇ ଦେବା ଉଚିତ।
  • ତେବେ ଆପଣ ଚାହିଁଲେ ରୁଦ୍ରାକ୍ଷକୁ ତକିଆ ତଳେ ରଖି ଶୋଇପାରିବେ। ଏହା ଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ ।
  • ସେହିପରି ମହିଳାମାନେ ମାସିକ ଧର୍ମ ସମୟରେ ଏହାକୁ ଧାରଣ କରିବାକୁ ବାରଣ କରାଯାଇଛି। କାରଣ ଏହି ସମୟରେ ଶରୀର ଅଶୁଦ୍ଧ ଥାଏ।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ