Advertisment

ସକାଳୁ ଉଠି ଦେଖନ୍ତୁ ନାହିଁ ଏହିସବୁ ଜିନିଷ, ଆସିପାରେ ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।

vastu tips

vastu tips

Advertisment

ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ । ସକାଳୁ ଉଠିଲେ କେଉଁ ଜିନିଷ ଦେଖିବା ଉଚିତ୍ ଓ କେଉଁ ଜିନିଷ ଦେଖିବା ଉଚିତ୍ ନୁହେଁ । ଚାଲନ୍ତୁ ଜାଣିବା ।

Advertisment
  • ସକାଳୁ ଉଠିଲେ କଦାପି ଜଂଗଲୀ ଜୀବଜନ୍ତୁ ଙ୍କ ଫଟୋ ଦେଖିବା ଉଚିତ୍ ନୁହେଁ । ସକାଳୁ ବନ୍ୟ ଜନ୍ତୁ ଙ୍କ ଫଟୋ ଦେଖିଲେ ଜୀବନ ଉପରେ ଖରାପ୍ ପ୍ରଭାବ ପଡିଥାଏ ।
  • ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଅନୁସାରେ ପଶ୍ଚିମ ଦିଗରୁ ଆସୁଥିବା ଛାଇ ଦେଖିବା ଉଚିତ୍ ନୁହେଁ । ଏହାକୁ ଦେଖିଲେ ହେବାକୁ ଥିବା କାର୍ଯ୍ୟ ରେ ବାଧା ଉପୁଜି ଥାଏ ।
  • ସକାଳୁ ଉଠି ଅଇଁଠା ବାସନ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିର ଅଇଁଠା ବାସନ ଦେଖିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
  • ଆମ ମାନଙ୍କର ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ଦର୍ପଣ ଦେଖିବା । ଏହା ଠିକ୍ ନୁହେଁ । ଏହାଦ୍ବାରା ଅର୍ଥ ଉପାର୍ଜନ ରେ ବାଧା ଉପୁଜି ଥାଏ ।
  • ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ ନିଜ ହାତ ପାପୁଲି ସର୍ବ ପ୍ରଥମେ ଦେଖିବା ଉଚିତ୍, ସୂର୍ଯ୍ୟ ଙ୍କ ଦର୍ଶନ କରିବା ଉଚିତ୍ ଓ ଜଳ ଭର୍ତି ପାତ୍ର ଦେଖିବା ଉଚିତ୍ । ଏହା ସକାରାତ୍ମକ ଶକ୍ତି ଦେଇଥାଏ ଓ ଜୀବନରେ ପୂର୍ଣ୍ଣତା ଆଣିଥାଏ ।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ