ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ । ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି ।
Also Read
ଆସନ୍ତୁ ଜାଣିବା ସେଗୁଡିକ କଣ...
- ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ l କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ ।
- ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ଯଦି କୌଣସି ଖଣ୍ଡିତ ମୂର୍ତି ଘରେ ରହିଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଆବଶ୍ୟକ ।
- ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର ,ଯଦି ଏପରି କିଛି ଲକ୍ଷ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁ l କାରଣ ଏଭଳି ବସ୍ତ୍ର ବାସ୍ତୁ ଦୃଷ୍ଟିରୁ ଅଶୁଭ ଅଟେ l ମହିଳାଙ୍କ ଶାଢ଼ୀ କାନିରେ ଲକ୍ଷ୍ମୀ ବାସ କରନ୍ତି ।
- ଆମେ ସାଧାରଣତଃ ଦେଖିଥାଉ ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା କାଚ ବାସନା ଦୀର୍ଘ ଦିନ ଧରି ରହିଥାଏ।
- ଯଦି ଏପରି ବାସନ ଘରେ ରୁହେ ତେବେ ଦରିଦ୍ରତା ଲାଗି ରୁହେ l ଏହାକୁ ବସ୍ତୁ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ ନୁହେଁ ।
- ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ । ଯାହାଦ୍ୱାରା ଘର ପ୍ରତି ଅସୁବିଧା ଲାଗି ରୁହେ ।