Advertisment

ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

Don't eat all these foods with yogurt

Don't eat all these foods with yogurt

Advertisment

ପ୍ରତିଦିନ ଦହି ଖାଇବା ଏକ ଭଲ ଅଭ୍ୟାସ ଅଟେ । କାରଣ ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। କିନ୍ତୁ ଏଭଳି କିଛି ଖାଦ୍ୟ ଅଛି ଯାହା ଦହି ସହିତ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ ।

Advertisment

ଆଇଁସ ସହ ଦହି:

  • ଯଦି ଆଇଁସ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ । ଦହି ଏବଂ ଆଇଁସ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହବା ସହ ଖାଦ୍ୟ ହଜମ ହେବାରେ ବିଭିନ୍ନ ପ୍ରକାର ଅସୁବିଧା ହୋଇପାରେ ।

ପିଆଜ ସହ ଦହି:

  • ଅଧିକାଂଶ ଲୋକ ପିଆଜ ସହ ଦହି ମିଶାଇ ଖାଇବାକୁ ଭଲ ପାଆନ୍ତି । ସାଲାଡରେ ମଧ୍ୟ କେହି କେହି ଦହି ପିଆଜ ଏକତ୍ର ଖାଇଥାନ୍ତି । ଦହି ସହିତ ପିଆଜ ମିଶାଇ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ । ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା ରହିଛି ।
Advertisment

ତେଲ ଯୁକ୍ତ ଖାଦ୍ୟ ସହ ଦହି

  • ତେଲ ଯୁକ୍ତ ଖାଦ୍ୟ ସହ ଦହି ଆଦୌ ଖାଇବା ଉଚିତ୍ ନୁହେଁ । ବିଭିନ୍ନ ଲୋକେ ପରଟା ଓ କାକୁଡ଼ି ସହ ଦହି ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ଏହାଦ୍ୱାରା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ ।

ଡାଲି ଓ ଦହି:

  • ସେହିପରି ଡାଲି ଓ ଦହି ମିଶାଇ ଖାଇବା ଦ୍ୱାରା ମଧ୍ୟ ଆମ ଶରୀରରେ କୁପ୍ରଭାବ ପଡିଥାଏ । ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍‌ ଭଳି ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇପାରେ ।
Advertisment

କ୍ଷୀର ଏବଂ ଦହି:

  •  କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ । ଖାଇବା ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ ।
Don't Eat All These Foods With Yogurt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ